ଦୁନିଆରେ ତ ଏମିତି ଅନେକ ରହସ୍ୟ ରହିଛି, କିନ୍ତୁ ଏମାନଙ୍କ ମଧ୍ୟରେ ଏକ ରହସ୍ୟ ଅଛି ଯାହା ନିଶ୍ଚିତରୁପେ ଆର୍ଶ୍ଚଯ୍ୟଜନକ । ରହସ୍ୟ ବି ଏମିତି ଯାହାର ଅସ୍ତିତ୍ୱ ଏକ ଛୋଟ ଗାଁରେ ରହିଛି । ଏମିତି ଏକ ରହସ୍ୟ, ଏମିତି ଏକ ଅଦ୍ୱିତୀୟ ଘଟଣା ଆଜିବି ଘଟୁଛି ଏହି ଗାଁରେ । ଯାହା ସାରା ବିଶ୍ୱକୁ ବିସ୍ମିତ କରିଛି । ଏହି ଗାଁ ବିଜ୍ଞାନ ପାଇଁ ମଧ୍ୟ ପାଲଟିଛି ରହସ୍ୟମୟ । ଯେଉଁଠି ପ୍ରତିଟି ଘରେ ଜନ୍ମ ନିଅନ୍ତି ଜାଆଁଳା ଛୁଆ ।
କେରଳର ମଲ୍ଲପୁରମ ଜିଲ୍ଲାର କୋଡିନି ଗାଁ ଏକ ରହସ୍ୟମୟ ଗାଁ । ପୁରା ଦୁନିଁଆରେ ଦଶହଜାରରୁ କେବଳ ୪୫ ଜଣ ଯାଆଁଳା ଛୁଆ ଜନ୍ମ ନିଅନ୍ତି, ମାତ୍ର ଏହି ଗାଁର କାହାଣୀ ଆଉ କିଛି କହେ । ଏହି ଗାଁର ତିନି ହଜାର ଘରେ ପାଖାପାଖି ୭୫୦ ଜାଆଁଳା ଛୁଆ ଅଛନ୍ତି ଏବଂ ଏହି ଜାଆଁଳା ଛୁଆଙ୍କ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଉଛି । ଏଠି ଜାଆଁଳା ଛୁଆ ଜନ୍ମହେବା ଏକ ସାଧାରଣ ଘଟଣା । ତେବେ ଏହି ଗାଁରେ ଏମିତି କଣ ରହସ୍ୟ ରହିଛି? ଏମିତି କଣ ରହସ୍ୟ ଯାହାପାଇଁ ତିନି ପିଢି ଧରି ଏହି ଗାଁରେ ପ୍ରତ୍ୟେକ ଘରେ ଜାଆଁଳା ଛୁଆ ଜନ୍ମ ନେଉଛନ୍ତି? ଏହି ଗାଁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଏକ ମାତ୍ର ଗାଁ ଯେଉଁଠି ଏଭଳି ବିରଳ ଘଟଣା ଘଟୁଛି ।
ବିଶ୍ୱର ଅନେକ ବୈଜ୍ଞାନିକ ଏହି ରହସ୍ୟ ଉନ୍ମୋଚନ ପାଇଁ ଚେଷ୍ଟା ଚଳାଇଛନ୍ତି । କୋଡିନି ଗାଁରେ ଦୁଇ ବର୍ଷରେ ୧୦୦ ଯୋଡି ଜାଆଁଳା ଛୁଆ ଜନ୍ମ ନେଇଛନ୍ତି । ଏହା ଏହି ଗାଁର ପାଣିପାଗ ପାଇଁ, ନା ଏହି ଗାଁକୁ ମିଳିଛି କିଛି ବରଦାନ, ନା ଏଥିପାଇଁ ରହିଛି କିଛି ବୈଜ୍ଞାନିକ କାରଣ? କାରଣ ଯାହାବି ହେଇଥାଉ ସତ୍ୟତା ଏହା ଯେ ବିଜ୍ଞାନ ଆଜିଯାଏଁ ଏହାର ଉ ତ୍ତର ଖୋଜି ପାଇନାହିଁ ।
କିଛି ଡାକ୍ତରଙ୍କ ମତରେ ଜାଆଁଳା ଛୁଆ ହେବାର କାରଣ ବଂଶଗତ ମାତ୍ର ବାହାରୁ ଆସି ଏଠି ରହୁଥିବା ଏକ ଦମ୍ପତିଙ୍କର ମଧ୍ୟ ଜାଆଁଳା ଛୁଆ ଜନ୍ମନେବା ଡାକ୍ତରଙ୍କ ମତକୁ ଭୁଲ ପ୍ରମାଣିତ କରିଛି । ଯଦି ଜାଆଁଳା ଛୁଆ ଜନ୍ମନେବାର କାରଣ ଏଠିକାର ପାଣୀ ହୋଇଥାଏ ତେବେ ଆଖପାଖ ଗାଁରେ କାହିଁକି ଜଆଁଳା ଛୁଆ ଜନ୍ମ ହେଉନାହାନ୍ତି? ଏହା ଏମିତି ଏକ ପ୍ରଶ୍ନ ଜାହାରା ଉତ୍ତର କାହା ପାଖରେ ନାହିଁ ।
ଏହି ଗାଁରେ ଜନ୍ମ ହେଉଥିବା ଜାଆଁଳା ଛୁଆ ଅଲଗା ଏବଂ ଏମାନଙ୍କ ଜନ୍ମ ହେବାର କାରଣ ବି ଅଲଗା, କିନ୍ତୁ କେମିତି ଏହି ରହସ୍ୟ କେହି ଜାଣିନାହାନ୍ତି? କେବେ ବିଜ୍ଞାନର ଏହି ରହସ୍ୟ ଜାଣିବାର ଜିଜ୍ଞାସା ପୁରଣ ହେବ? କେବେ ଏହି ରହସ୍ୟ ଉପରୁ ପରଦା ଉଠିବ? ବିଜ୍ଞାନକୁ ବିଶ୍ୱାସ ଅଛି ଦିନେ ନା ଦିନେ ଏହି ରହସ୍ୟର ସତ୍ୟତା ସାମ୍ନାକୁ ଅସିବ, କିନ୍ତୁ କେବେ ଏହା କେହି ଜାଣିନାହାଁନ୍ତି ।
Comments are closed.