ହୁସିଆର୍ ! ବଜାରରେ ଘୂରି ବୁଲୁଛି ନକଲି ୫୦୦ଟଙ୍କିଆ ନୋଟ୍, ଆପଣଙ୍କ ପକେଟରେ ଥିବା ନୋଟ୍ ବି ହୋଇପାରେ ନକଲି, କେବଳ ନୋଟକୁ ଛୁଇଁ ଏଭଳି କରନ୍ତୁ ଅସଲି ନୋଟର ଚିହ୍ନଟ

65

କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ କୁହାଯାଇଛି କି, ବଜାରରେ ଏବେ ଘୂରି ବୁଲୁଛି କିଛି ୫୦୦ ଟଙ୍କିଆ ନକଲି ନୋଟ୍ । ଏହି ନୋଟ୍ ସଂପର୍କରେ ମଧ୍ୟ ଏହା ସୂଚନା ମିଳିଛି କି, ଏହି ନୋଟରେ ଥିବା ଗାନ୍ଧିଙ୍କ ଛବି ଚାରିପାଖରେ ଏକ ସବୁଜ ରଙ୍ଗର ଗାର୍ ରହିଛି । ତେବେ ଏହି ଭାଇରାଲ ମେସେଜରେ ଆହୁରୀ ମଧ୍ୟ କୁହାଯାଇଛି କି, ଏହି ୫୦୦ଟଙ୍କିଆ ନୋଟ୍ ଦେଖିବାକୁ ଅବିକଳ ଅସଲି ନୋଟ୍ ଭଳି । ହଠାତ୍ ଦେଖିଲେ ଜଣେ ବ୍ୟକ୍ତି ଜାଣିପାରିବେ ନାହିଁ କି ଏହି ୫୦୦ଟଙ୍କିଆ ନୋଟଟି ଅସଲି ନା ନକଲି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଅସଲି ନକଲି ନୋଟ୍ ମଧ୍ୟରେ ଫରକ୍ କଣ ? ତେବେ ଆସନ୍ତୁ ଜାଣିବା ଏସଂପର୍କରେ…..

• ଏହି ନୋଟ ଉପରେ ଦେବନାଗରୀରେ ୫୦୦ ଟଙ୍କା ଲେଖା ଯାଇଥିବ ।

• ନୋଟର ଠିକ୍ ଡାହାଣ ପାଶ୍ୱରେ ଥିବା ସର୍କଲ ବକ୍ସ, ଯେଉଁଥିରେ ୫୦୦ ଲେଖା ଯାଇଥିବ ।

• ୫୦୦ର ନୋଟକୁ ଲାଇଟ୍ ସାମ୍ନାରେ ରଖିଲେ ଏଠାରେ ୫୦୦ ଲେଖାଥିବା ନଜର ଆସିବ ।

• ନୋଟର ଠିକ୍ ଡାହାର ପାଖରେ ଅଶୋକ ସ୍ତମ୍ଭ ଥିବା ନଜର ଆସିବ ।

• ଏହି ନୋଟକୁ ଆଖି ସାମ୍ନାରେ ୪୫ ଡିଗ୍ରୀର ଆଙ୍ଗେଲରେ ରଖିଲେ ଏଠାରେ ୫୦୦ ଲେଖାଯାଇଥିବା ନଜର ଆସିବ ।

• ଏଠାରେ ଅଙ୍କରେ ଲେଖାଯାଇଥିବା ୫୦୦ର ରଙ୍ଗ ବଦଳିଯାଇଥାଏ । ଅର୍ଥାତ୍ ଏହାର ରଙ୍ଗ ସବୁଜରୁ ନୀଳ ହୋଇଯିବ ।

• ନୋଟର ଉପରି ଭାଗର ଠିକ୍ ବାମ ପାଖର ଠିକ୍ ତଳକୁ ସବୁଠାରୁ ଡାହାଣ ପାଖରେ ଲେଖାଯାଇଥିବା ନମ୍ବର ବାମରୁ ଡାହାଣ ପାଶ୍ୱ ଆଡକୁ ବଡ ଦେଖାଯାଇଥାଏ ।

• ପୁରୁଣା ନୋଟ ତୁଳନାରେ ଗ୍ୟାରେଂଟି କ୍ଲୋଜ୍, ଗଭର୍ଣ୍ଣରର ସିଗନେଚର, ପ୍ରୋମିସ କ୍ଲୋଜ୍ ଏବଂ ଆରବିଆଇର ଲୋଗୋ ଡାହାଣ ପାଶ୍ୱକୁ ସିଫ୍ଟ ହୋଇଯାଇଥିବ ।

• ସେହିପରି ନୋଟକୁ ସାମାନ୍ୟ ବୁଲାଇ ଦେଖିଲେ ସିକ୍ୟୁରିଟି ଥ୍ରିଡିର ରଙ୍ଗ ସବୁଜରୁ ନୀଳ ହୋଇଯିବ ।

• ଏହି ନୋଟକୁ ଆଖି ସାମ୍ନାରେ ୪୫ ଡିଗ୍ରୀ ଆଙ୍ଗେଲରେ ରଖିଲେ ଏଠାରେ ୫୦୦ ଲେଖାଥିବା ନଜର ଆସିିବ ।

• ନୋଟର ପଛ ପଟରେ ଭାରତୀୟ ଧ୍ୱଜା ସହିତ ଲାଲକିଲାର ଫଟୋ ରହିଛି ।

• ନୋଟର ପ୍ରିଂଟଂର ବର୍ଷ ଲେଖାଥିବା ନଜର ଆସିବ । ସେହିପରି ଏଠାରେ ମଧ୍ୟ ସ୍ୱଚ୍ଛ ଭାରତର ସ୍ଲେ।।ଗନ ସହିତ ଲୋଗୋ ମଧ୍ୟ ନଜର ଆସିବ ।

• ନୋଟର ମଧ୍ୟଭାଗରେ ଲାଙ୍ଗୁଏଜ ପ୍ୟାନେଲ ରହିଥିବ ।

ନକଲି ନୋଟ କାରବାର ଦିନକୁ ଦିନ ବୃଦ୍ଧି ପାଇବା ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ତରଫରୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏଭଳି ଏକ ଆପ ଲଂଚ କରିବାକୁ ଯାଉଛି । ଯାହାକି ଖୁବ୍ ଶୀଘ୍ର ଲୋକଙ୍କ ନିକଟରେ ପହଂଚିଯିବ । କେନ୍ଦ୍ରୀୟ ବ୍ୟାଙ୍କ କଥା ଅନୁସାରେ, ସାଧାରଣ ଜନତା ନକଲି ଓ ଅସଲି ନୋଟ୍ ଭିତରେ ଫରକ୍ କଣ ତାହା ସହଜରେ ଜାଣିପାରିବେ ଏବଂ ଏହାଦ୍ୱାରା ନକଲି ନୋଟ୍ କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ । ଏଥିପାଇଁ ଆରବିଆଇ ଆଣ୍ଡ୍ରଏଡ ବେସ ସ୍କାନର ଆପ୍ଲିକେସନ ପ୍ରସ୍ତୁତ କରୁଛି । ଏହି ସ୍କାନର ଆପ ନୋଟକୁ ସ୍କାନ କରିବ ଏବଂ ତାର ଫିଚର ପଢିବା ପରେ ଜଚ୍ଚାଇଦେବ କି ନୋଟଟି ଅସଲି ନା ନକଲି ।

ବର୍ତ୍ତମାନ ଏହି ସ୍କାନର ଆପର ପରୀକ୍ଷଣ ଚାଲିଛି ଏବଂ ପାର୍ୟ ୯୫ ପ୍ରତିଶତରୁ ଅଧିକ ଆକ୍ୟୁରେସି ଲେବୁଲରେ ପହଂଚିସାରିଛି । ତେବେ ଯେଉଁଦିନ ଏହି ଆପଟି ୧୦୦ ପ୍ରତିଶତ ଆକ୍ୟୁରେସିରେ ନୋଟକୁ ଚିହ୍ନିବାରେଲାଗିବ, ଏହାକୁ ସାଧାରଣ ଜନତାଙ୍କ ପାଇଁ ଲଂଚ କରିଦିଆଯିବ । ଏହି ଆପ୍ଲିକେସନରେ ୧୦ ଟଙ୍କାରୁ ଆରମ୍ଙ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ସମସ୍ତ ନୋଟ୍ ଉଭୟ ନୂଆ ଏବଂ ପୁରୁଣା ନୋଟର ଫିଚର ସାମିଲ ରହିଛି । ଆରବିଆଇ ବିଭିନ୍ନ ନୋଟର ୧୪ରୁ୧୭ ଫିଚର ସାଧାରଣ ଜନତାଙ୍କ ପାଇଁ ଜାରି କରିଛି କିନ୍ତୁ ଏହି ସ୍କାନର ଆପରେ ଏଭଳି ସିକ୍ୟୁରିଟି ଫିଚର ବି ସାମିଲ ରହିଛି । ଯାହାକି ବିନା କୌଣସି ଉପକରଣ ସହାୟତାରେ ଦେଖିପାରିବେ ନାହିାଁ କାରଣ କୌଣସି ବି ଆପ୍ଲିକେସନର ସୁରକ୍ଷା ଚକ୍ର ଏହାକୁ ଯେପରି ଭାଙ୍ଗି ପାରିବ ନାହିଁ ତେଣୁ ଏଥିପାଇଁ ଏହି ସ୍କାନର ଆପ୍ଲିକେସନର ନାଁ ଏବଂ ଫିଚର ବର୍ତ୍ତମାନ ଗୋପନୀୟ ରଖାଯାଇଛି ।