ପାର୍ବଣ ଋତୁରେ କରନ୍ତୁ ନାହିଁ ଏଭଳି ଭୁଲ୍ । ନଚେତ ଆପଣଙ୍କ ମୋବାଇଲରୁ କଟିପାରେ ବାଲାନ୍ସ

27

ପାର୍ବଣ ଋତୁ ଆରମ୍ଭ ହେବା କ୍ଷଣି ହିଁ ଲୋକେ ନିଜ ନିଜର ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ପରିବାର ପରିଜନ ପର୍ଯ୍ୟନ୍ତ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ତଥା ମେସେଜ ପଠାଇବା ଆରମ୍ଭ କରିଦେଇଥାନ୍ତି । ଅଧିକାଂଶ ଲୋକେ ତ ମେସେଜ ପଠାଇବା ପାଇଁ ମେସେଜ ପ୍ୟାକ୍ ରିଚାର୍ଜ ମଧ୍ୟ କରିପକାନ୍ତି ହେଲେ ଏହାସବୁ ସତ୍ୱେ ବି ମୋବାଇଲ ବାଲାନ୍ସ ବାଲାନ୍ସ କଟିଯାଇଥାଏ । ଏହା ଏଥିପାଇଁ ହୋଇଥାଏ, କାରଣ ଦୀପାବଳି ହେଉ କିମ୍ବା ଅନ୍ୟ କୌଣସି ପାର୍ବଣ ଋତୁ ହେଉ ବିଭିନ୍ନ ଟେଲିକମ କଂପାନୀନେ ବ୍ଲାକଆଉଟ ଡେର ତାଲିକାରେ ଆସିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏହି ରିପୋର୍ଟରେ ବ୍ଲାକଆଉଟ୍ ଡେଜ କଣ ଏବଂ ଗୋଟିଏ ବର୍ଷରେ କେତୋଟି ଏଭଳି ଦିନ ପଡିଥାଏ, ସେ ସଂପର୍କରେ ସମସ୍ତ ସୂଚନା ଦେବାକୁ ଯାଉଛୁ ।

ବ୍ଲାକଆଉଟ୍ ଡେଜ୍ କଣ

ଗୋଟିଏ ବର୍ଷରେ ଦୀପାବଳି ସମେତ ଏଭଳି ଅନେକ ଦିନ ରହିଛି, ଯେଉଁଥିରେ ଟେଲିକମ କଂପାନୀମାନଙ୍କର ପ୍ରମୋସନାଲ ଅଫର୍ସ ଆକ୍ଟିଭ ହୋଇପାରିନଥାଏ । ଏଭଳି ଦିନ ମାନଙ୍କରେ କାହାକୁ ମେସେଜ କରିବା ଉପରେ ୟୁଜରଙ୍କୁ ନିଜର ମେନ ବାଲାନ୍ସ ଖର୍ଚ୍ଚ କରିବାକୁ ପଡିଥାଏ । କାରଣ, ଏହି ଦିନମାନଙ୍କରେ କୌଣସି ମେସେଜ ପ୍ୟାକ୍ କାମ କରିନଥାଏ ଆଉ ମେସେଜ ପଠାଇବା ପାଇଁ ୟୁଜର୍ସଙ୍କୁ ଷ୍ଟାଣ୍ଡାର୍ଡ ଚାର୍ଜ ଦେବାକୁ ପଡିଥାଏ । ତେବେ କୌଣସି ବି କଂପାନୀ ଏହି ଦିନମାନଙ୍କରେ ୟୁଜର୍ସଙ୍କଠାରୁ ଅଧିକ ଟଙ୍କା ଆଦାୟ କରିପାରିବେ ନାହିଁ । କାହିଁକି ନା ବ୍ଲାକଆଉଟ ଡେଜର ତାଲିକା ଟ୍ରାଇ ତଥା ଟେଲିକମ ରେଗ୍ୟୁଲେଟର ଅଫ ଇଣ୍ଡିଆ ହିଁ ଜାରି କରିଥାଏ । ଏହି ତାଲିକାରେ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣୀ ମଧ୍ୟ ଅନ୍ତର୍ଭକ୍ତ ଅଟେ । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହିରଖୁଛୁ କି, ଦୀପାବଳି ପରେ ସିଧା ସଳଖ ୩୧ ଡିସେମ୍ବରରେ ଯାଇ ବ୍ଲାକଆଉଟ ଡେ ପଡିଥାଏ ।

ଟେଲିକମ କଂପାନୀ ଦେଇଥାନ୍ତି ସୂଚନା

ବ୍ଲାକଆଉଟ ଡେ ପୂର୍ବରୁ ଟେଲିକମ କଂପାନୀମାନେ ୟୁଜର୍ସଙ୍କୁ ଏସଂପର୍କିତ ଖବର ମେସେଜ ଜରିଆରେ ସୂଚିତ କରିଥାନ୍ତି । ଯାହାଦ୍ୱାରା କି ୟୁଜର୍ସ ସତର୍କ ହୋଇଯିବେ କି କେବେ ବ୍ଲାକଆଉଟ ଡେ ରହୁଛି । ଟ୍ରାଇ ମତରେ ପ୍ରତ୍ୟେକଟି ସର୍ଭିସ ପ୍ରୋଭାଇଡରଙ୍କୁ ନିଜର ୱେବସାଇଟରେ ବ୍ଲାକଆଉଟ୍ ଡେ ସଂପର୍କିତ ସମସ୍ତ ବିବରଣୀ ରଖିବାକୁ ପଡିବ । ଯାହାଦ୍ୱାରା କି ଗ୍ରାହକ ଏହାକୁ ଦେଖି ଏସଂପର୍କରେ ଜାଣି ମଧ୍ୟ ପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ