ବେକାର ଯୁବକ ଯୁବତୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ! ଏସିବିଆଇ ଜାରି କଲା ୯ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

3

ବ୍ୟାଙ୍କରେ ଚାକିରି ପାଇବା ନେଇ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ କ୍ଲର୍କ ଗ୍ରେଡର ପାଖାପାଖି ୯ ହଜାର ୬୩୩ ଭ୍ୟାକେନ୍ସି ନେଇ ଏକ ବିଜ୍ଞପ୍ତି ଜାରି କରିଛି । ଯାହାର ଆବେଦନ କରିବାର ଶେଷ ତାରିଖ ରହିଛି ୧୦ ଫେବୃଆରୀ ୨୦୧୮ । ତେବେ ଅଧିକ ତଥ୍ୟ ଜାଣିବାକୁ ହେଲେ ଆପଣ ଏସିବିଆଇର ଅଫିସିଆଲ ୱେବସାଇଟ୍ ତଥା sbi.co.in. ଯାଇ ସଂପୂର୍ଣ୍ଣ ସୂଚନା ପାଇପାରିବେ ।

ବୟସ ସୀମା

ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଛି । ତେବେ ଏହି ପୋଷ୍ଟରେ ବିଭାଗ ହିସାବରେ ବୟସ ସୀମାକୁ କୋହଳ କରାଯାଇଛି । ଏଠାରେ ଆମେ କହି ରଖୁଛୁ କି, ଏହି ପଦବୀ ଉପରେ ବୟସ ସୀମାର ଗଣନା ୧ ଜାନୁଆରୀ, ୨୦୧୮କୁ ଆଧାର କରି କରାଯିବ ।

ଏହି ସବୁ ଗୁରୁତ୍ୱପୂର୍ଣ୍ଣ ତାରିଖକୁ ମନେ ରଖନ୍ତୁ

• ଏସବିଆଇରେ କ୍ଲର୍କ ଚାକିରି ନିମନ୍ତେ ୨୦ ଜାନୁଆରୀ ୨୦୧୮ରୁ ଆପ୍ଲିକେସନ ରିକ୍ୱୁଟମେଂଟ ଆରମ୍ଭ ହେବ ।

• ଏସବିଆଇ କ୍ଲର୍କ ଆପ୍ଲିକେସନ ରିକ୍ୱୁଟମେଂଟର ଶେଷ ତାରିଖ ହେଉଛି ୧୦ ଫେବୃଆରୀ ୨୦୧୮ ।

• ଏସବିଆଇ କଲ ଲେଟର୍ସ ୧ ମାର୍ଚ୍ଚକୁ ଜାରି ହୋଇପାରେ ।

• ଏସିବିଆ କ୍ଲର୍କର ପୋଷ୍ଟ ପାଇଁ ପ୍ରାରମ୍ଭିକ ପରୀକ୍ଷା ମାର୍ଚ୍ଚ କିମ୍ବା ଅପ୍ରିଲ ୨୦୧୮ରେ ହୋଇପାରେ ।

• ଏହାପରେ ଅପ୍ରିଲ ୨୬ ତାରିଖରେ ଏହାର ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ହୋଇପାରେ ।

• ଏବଂ ଫାଇନାଲ ପରୀକ୍ଷା ୧୨ ମଇ ୨୦୧୮, ହୋଇପାରେ ବୋଲି ସମ୍ଭାବନା ରହିଛି ।

ଯୋଗ୍ୟତା

ଆଶାୟୀ ପ୍ରାର୍ଥୀ ଗୋଟିଏ ରାଜ୍ୟରୁ କେବଳ ଗୋଟିଏ ପୋଷ୍ଟ ପାଇଁ ହିଁ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀ ଯେଉଁ ରାଜ୍ୟରୁ ଏଥିପାଇଁ ଆବେଦନ କରୁଛନ୍ତି ତାଙ୍କୁ ସେଠିକାର ଭାଷା କହିବା , ବୁଝବା ଏବଂ ଲେଖିପାରିବାର ଜ୍ଞାନ ଥିବା ଜରୁରୀ ଅଟେ ।

ପରୀକ୍ଷା ପ୍ରକ୍ରିୟା

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଏହାର ଏକ ପ୍ରାରମ୍ଭିକ ପରୀକ୍ଷା ଦେବାକୁ ପଡିବ । ଯାହାର ପ୍ରଶ୍ନପତ୍ରର ଏକ କପି ଆମେ ନିମ୍ନରେ ଦେଉଛୁ ।

ସେହିପରି, ଏସବିଆଇର ପ୍ରାରମ୍ଭିକ ପରୀକ୍ଷାରେ ଉତିର୍ଣ୍ଣ ହେବା ପରେ ଯାଇ ଆପଣ ଏହାର ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷା ଦେଇପାରିବେ ।

ସୌଜନ୍ୟ: ନ୍ୟୁଜ୍-୧୮

Comments are closed.