ନୂଆବର୍ଷରୁ ଡେବିଟ୍ କାର୍ଡରୁ ସପିଂ ହେଲା ଶସ୍ତା ! ଜାଣନ୍ତୁ କଣ ରହିଛି ସରକାରଙ୍କ ନୂଆ ନିୟମ

67

କ୍ୟାବିନେଟ ବୈଠକରେ ଏମଡିଆର ଚାର୍ଜେସରେ ସବସିଡ୍ ଦେବା ଉପରେ ସହମତି ପ୍ରକାଶ ପାଇଛି । ଯେଉଁଥିରେ ଗ୍ରାହକଙ୍କୁ ଡେବିଟ୍ କାର୍ଡରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ କରିବା ଉପରେ ସବସିଡ୍ ଦିଆଯିବ । ତେବେ କ୍ୟାବିନେଟ ଏମଡିଆର ଚାର୍ଜିଂ ଉପରେ ସବସିଡ୍ ଦେବା ନେଇ ରଖିଥିବା ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏଠାରେ ଆମେ କହି ରଖୁଛୁ କି, ଡିଜିଟାଲ ପେମେଂଟକୁ ଅଧିକ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଆରବିଆଇ ଏଭଳି ଏକ ବଡ ନିଷ୍ପତି ନେଇଛନ୍ତି । ଆରବିଆଇ ଏମଡିଆର ଚାର୍ଜରେ ପରିବର୍ତ୍ତନ ଆଣିଛନ୍ତି । ବ୍ୟବସାୟରେ ସେମାନଙ୍କର କ୍ୟାଟାଗୋରୀ ହିସାବରେ ଏମଡିଆର ଚାର୍ଜ ଆଦାୟ କରାଯାଇଥାଏ । ତେବେ ଏହି ନିୟମ ନୂଆ ବର୍ଷ ତଥା ୨୦୧୮, ଜାନୁଆରୀ ୧ରୁ ଲାଗୁ କରାଯିବ ।

ଡେବିଟ୍ କାର୍ଡର ବ୍ୟବହାରକୁ ବୃଦ୍ଧି କରାଇବା ପାଇଁ କେନ୍ଦ୍ର ସରକାର ଗତ ୧୫ ତାରିଖରେ ମର୍ଚେଟ ଡିସକାଉଂଟ ଚାର୍ଜ (ଏମଡିଆର) ଉପରେ ସବସିଡ୍ ଦେବାକୁ ନିଷ୍ପତି ନେଇଛନ୍ତି । ଏହି ସବସିଡ ୨,୦୦୦ଟଙ୍କାରୁ କମ ଟ୍ରାଂନଜାକ୍ସନ ଉପରେ ମିଳିବ । କ୍ୟାବିନେଟ ଏସଂପର୍କରେ ଦିଆଯାଇଥିବା ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଦୋକାନୀମାନଙ୍କୁ ଡେବିଡ୍ କାର୍ଡ ଟ୍ରାଂନଜାକ୍ସନ ଉପରେ ଏମଡିଆର ଦେବାକୁ ପଡିଥାଏ ।

ତେବେ ୨,୦୦୦ ଟଙ୍କାର ଟ୍ରାଂନଜାକ୍ସନ ଉପରେ ଏବେ ଏମଡିଆର ଚାର୍ଜେସ ଶେଷ ହୋଇଛି । ଯାହାର ଲାଭ ସାଧାରଣ ଲୋକଙ୍କୁ ଦିଆଯିବ । ଆପଣ ବର୍ତ୍ତମାନ ଯେତେବେଳେ ବି ପିଓଏସ ମେସିନରୁ ଡେବିଟ୍ କାର୍ଡ ଦ୍ୱାରା ଅର୍ଥ କାରବାର କରିବେ ତେବେ ଆପଣଙ୍କୁ ଏଥିପାଇଁ ଆଉ ଅତିରିକ୍ତ ଫିସ୍ ଦେବାକୁ ପଡିବ ନାହିଁ ।

ମର୍ଚେଟ ଡିସକାଉଂଟ ରେଟ ହେଉଛି ବ୍ୟାଙ୍କ କୌଣସି ବି ଦୋକାନୀ କିମ୍ବା ବ୍ୟବସାୟ ଦ୍ୱାରା କାର୍ଡ ପେମେଂଟ ସେବା ପାଇଁ ନେଇଥାଏ । ଅଧିକାଂଶ ବ୍ୟବସାୟ ଏମଡିଆର ଚାର୍ଜେସର ଭାର ଗ୍ରାହକଙ୍କୁ ଉପରେ ଥୋକି ଦେଇଥାନ୍ତି ଏବଂ ବ୍ୟାଙ୍କକୁ ଦିଆଯାଉଥିବା ଫିସକୁ ଗ୍ରାହକଙ୍କଠାରୁ ଆଦାୟ କରିଥାନ୍ତି ।

ଆରବିଆଇ ନିଷ୍ପତି ଅନୁସାରେ, ବ୍ୟବସାୟର ଟର୍ଣ୍ଣଓଭର ହିସାବରୁ ଏମଡିଆର ଚାର୍ଜ ନିର୍ଦ୍ଧାରଣ କରାଯିବ । ୨୦ ଲକ୍ଷ ଟଙ୍କାରୁ କମ ଟର୍ଣ୍ଣଓଭର ଥିବା ଛୋଟ ବ୍ୟବସାୟ ପରିସରଭୂକ୍ତରେ ଆସିବ । ଯେବେ କି ୨୦ ଲକ୍ଷ ଟଙ୍କାରୁ ଅଧିକ ଟର୍ଣ୍ଣଓଭର ଥିବା ବଡ ବ୍ୟବସାୟ ପରିସରରେ ଆସିବ ।