ବାପା-ମାଆଙ୍କ ଆଧାର ସହିତ କିପରି କରିବେ ୫ବର୍ଷ ଶିଶୁର ଆଧାର ଲିଙ୍କ୍ ? ଜାଣନ୍ତୁ

40

ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି । ୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବାୟୋମେଟ୍ରିକ୍ ରେକର୍ଡ ସମ୍ଭବ ହୋଇ ନ ଥାଏ। କାରଣ ବାୟୋମେଟ୍ରିକ୍ ଡିଟେଲସ୍ ଅର୍ଥାତ୍ ଫିଙ୍ଗରପ୍ରିଣ୍ଟ ଓ ଚକ୍ଷୁର ରେଟିନା ପରିପକ୍ୱ ହୋଇ ନ ଥାଏ । ଏଥିପାଇଁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ସେମାନଙ୍କ ମାତା-ପିତାଙ୍କ ଆଧାର ସହ ଲିଙ୍କ୍ ହେବ । ଏଥିପାଇଁ ମାତା-ପିତାଙ୍କୁ ଶିଶୁ ସହିତ ଆଧାର ସେଣ୍ଟର ଯିବାକୁ ପଡ଼ିବ। ଶିଶୁର ବୟସ ୫ବର୍ଷ ହେବା ପରେ ବାୟୋମେଟ୍ରିକ୍ ଡିଟେଲସକୁ ଅପଡେଟ କରିବାକୁ ପଡ଼ିବ।

ଶିଶୁଙ୍କ ଆଧାର ସଡିତ ଜଡ଼ିତ ୫ଟି ଜରୁରୀ କଥା :

୧. ଶିଶୁର ଆଧାର ଡାଟାରେ ବାୟୋମେଟ୍ରିକ୍ ସୂଚନା ଯେଭଳି ଫିଙ୍ଗରପ୍ରିଣ୍ଟ ଓ ଆଇରିସ ସ୍କାନ୍ ସାମିଲ ହୋଇ ନ ଥାଏ।

୨. ଶିଶୁର ବୟସ ୫ବର୍ଷ ହେବା ପରେ ଆଧାର ବାୟୋମେଟ୍ରିକ୍ସ ଡାଟାକୁ ଅପଡେଟ କରିବାକୁ ପଡ଼ିଥାଏ ।

୩. ଶିଶୁର ଆଧାର କାର୍ଡ ପାଇଁ ଆବେଦନ କରିବାକୁ ହେଲେ ପିତା-ମାତାଙ୍କ ମଧ୍ୟରୁ ଜଣକଙ୍କର ଆଧାର ଦେବା ଅନିବାର୍ଯ୍ୟ । ଏତଦବ୍ୟତୀତ ଶିଶୁର ଜନ୍ମ ପ୍ରମାଣ ପତ୍ର ଦେବା ବି ଆବଶ୍ୟକ।

୪. ଶିଶୁର ଆଧାର କାର୍ଡ ତିଆରି ପାଇଁ ମାତା-ପିତା ଯାହାଙ୍କର ବି ଆଧାରକାର୍ଡ ଥିବ ସେ ଶିଶୁକୁ ନେଇ ଆଧାର କେନ୍ଦ୍ର ଯିବାକୁ ପଡ଼ିବ।

୫. ପରିଚୟ ପ୍ରମାଣ ପତ୍ର ପାଇଁ ଚାରିଟି ଶ୍ରେଣୀ ରହିଛି। ଫଟୋ ଥିବା ପରିଚୟ ପତ୍ର ଯେମିତି କି ପାନ୍ କାର୍ଡ, ଭୋଟର କାର୍ଡ, ରହୁଥିବା ସ୍ଥାନର ପ୍ରମାଣ ଓ ଜନ୍ମ ତାରିଖ ଆଦି ସାମିଲ ରହିଛି।