ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ୨୦ ପୋଲିସକର୍ମୀ ବେହୋସ ! କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

54

କଥାଟା ଅଡୁଆ ଲାଗୁଥିବେ ବି ଏହା ସଂପୂର୍ଣ୍ଣ ସତ । ଏଭଳି ଅଭାବନୀୟ ଘଟଣା ଘଟିଛି ୧୮ ନଭେମ୍ବରକୁ କେରଳର ମୃଟ୍ଟିକୁଲଙ୍ଗରା ବାଟାଲିୟନ ପରିସରରେ ଆୟୋଜିତ ହୋଇଥିବା ଏକ ବିଶାଳସଭାରେ । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣି ଶୁଣି ଜଣେ କି ଦୁଇ ଜଣ ନୁହେଁ ବରଂ ୨୦ ଜଣ କାର୍ଯ୍ୟରତ ପୋଲିସ କର୍ମୀ ଚେତାଶୂନ୍ୟ ହୋଇପଡିଥିଲେ ।

କେରଳରେ କେଇପି-୨ ବାଟାଲିୟନର ପାଖାପାଖି ୨୦ ପୋଲିସକର୍ମୀ ହଠାତ୍ ଅଚେତ ହୋଇଯାଇଥିଲେ ଯେତେବେଳେ ସେମାନେ ପରେଡ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ଅଭିଭାଷଣ ଶୁଣୁଥିଲେ । ତେବେ ଅଚେତ ହେବା ପରେ କିଛି ଅଧିକାରୀଙ୍କ ସହାୟତାରେ ପୋଲିସକର୍ମୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ଅଚେତ ହେବାର କାରଣ ପୋଲିସକର୍ମୀଙ୍କର ଅତ୍ୟଧିକ କାମ ପାଇଁ ହୋଇଥିଲା ବୋଲି ଜଣାପଡିଥିଲା ।

ସୂଚନା ମୁତାବକ, ଯେତେବେଳେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିଲେ ଠିକ୍ ସେତିକି ବେଳେ ସେଠାରେ କାର୍ଯ୍ୟରତ କିଛି ପୋଲିସକର୍ମୀ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ଶୁଣିବାକୁ ମିଳିଥିଲା କି, ସୂର୍ଯ୍ୟର ପ୍ରଖର କିରଣ ବି ପୋଲିସକର୍ମୀଙ୍କ ବେହୋସ୍ ହେବାର କାରଣ ହୋଇପାରେ । ତେବେ ପୋଲିସକର୍ମୀଙ୍କୁ ଲଗାତର ଭାବେ ବେହୋସ ହେବାର ଦେଖି ସେଠାରେ ଭାଷଣ ଦେଉଥିବା ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣକୁ ସ୍ୱଳ୍ପରେ ସାରି ଦେଇଥିଲେ । ଅନ୍ୟପଟେ ଘଟଣାର ରିପୋର୍ଟ ଖୁବ୍ ଶୀଘ୍ର ଦେବାକୁ ବାଟାଲିୟନର ଡିଆଇଜି କେ. ସାହିନ ଅହମଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୌଜନ୍ୟ: ଜନସତ୍ତା