କୁନି ପିଲାର ଜିଦ୍ ଆଗରେ ମୁଣ୍ଡ ନୁଆଇଲେ ମୁଖ୍ୟମନ୍ତ୍ରୀ ! ଭାଇରାଲ୍ ହେଲା ଭିଡିଓ

68

କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ଏକ ଛୋଟିଆ ବାଳକ ମୁହଁ ଲୁଚାଇ ଖଟରେ ଶୋଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ଜିଦରେ ଅଡି ବସିଛି । ତେବେ ଛୋଟ ବାଳକଟି ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ବାରମ୍ବାର କହୁଛି ସେ ହେଉଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ ଏବଂ ବାଳକଟିର ନାଁ ହେଉଛି ଆଦି । ବଡ କଥା ହେଉଛି କି, ଆଦିର ଏହି ଜିଦ୍ଦ ଆଗରେ ବି ମୁଣ୍ଡ ନୁଆଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ବିଜୟନ ।

ସୂଚନା ଅନୁସାରେ, କୁନି ପିଲାଟିର ମା’ ଆଦିଙ୍କୁ କଥା ଦେଇଥିଲେ କି, ଯେବେ ମୁଖ୍ୟମନ୍ତ୍ରୀ ଆସିବେ ସେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ କରିଦେବେ ଆଉ ଯେଉଁଥି ପାଇଁ ଆଦିଙ୍କ ମା’ ରସିନା ରଂଜିତ ଏହି ଭିଡିଓକୁ ଫେସବୁକରେ ଅପଲୋଡ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଯାଇଥିଲା ।

ତେବେ ଏହି ଭିଡିଓଟି ବିଜୟନଙ୍କ ପାଖରେ ମଧ୍ୟ ପହଁଚିଥିଲା ଆଉ କୁନି ପିଲାର ଜିଦ୍ଦ ଆଗରେ ସେ ବି ମୁଣ୍ଡ ନୁଆଇଥିଲେ । ଏହାପରେ ଖୋଦ ବିଜୟନ ଆଦିଙ୍କୁ ଡକାଇ ତାଙ୍କ ସହିତ ସାକ୍ଷାତ କରିଛନ୍ତି । ଯାହାର ଫଟୋକୁ ଆଦିଙ୍କ ମା’ ଫେସବୁକରେ ଶେୟାର କରି ଏସଂପର୍କରେ ସୂଚନା ଦେଇଛନ୍ତି । ଆଦି ସିଏମଙ୍କ ସହିତ ସାକ୍ଷାତ କରିବା ସହିତ ତାଙ୍କୁ ନିଜ ହାତରେ ସିଏମଙ୍କ ଏକ ଫଟୋ ତିଆରି କରି ଉପହାର ମଧ୍ୟ ଦେଇଥିଲେ । ଏସିଏମଙ୍କୁ ସାକ୍ଷାତ କରିବାର ଭିଡିଓ ମଧ୍ୟ ସୋଲିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।