କେମିତି ସାକାର ହେବ ମୋଦିଙ୍କ ‘ଭାରତ ଯୋଡ଼ୋ’ ସ୍ୱପ୍ନ? ଆରମ୍ଭରୁ ହିଁ ବାଧକ ସାଜିଲା କର୍ଣ୍ଣାଟକ

57

ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାଠାରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ ପରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ‘ଭାରତ ଯୋଡ଼ୋ’ ନାମକ ଏକ ନୁଆ ନାରା ଦେଇଥିଲେ । ତେବେ ମୋଦିଙ୍କ ଏହି ନାରା ପଛରେ ଏକମାତ୍ର ଉଦ୍ଦେଶ୍ୟ ଦେଶକୁ ଜାତି , ଧର୍ମ ଏବଂ ଭାଷା ନାଁରେ ପ୍ରସାରିତ ହୋଇଥିବା ହିଂସା ଉପରେ ରୋକ୍ ଲଗାଇବା । ମୋଦିଙ୍କ ଆଶା ରହିଛି, ଏହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡିବ ଏବଂ ଦେଶରେ ଦେଖାଦେଇଥିବା ବିଭିନ୍ନ ହଂସାତ୍ମକ ପରିସ୍ଥିତିରେ ସୁଧାର ଆସିବ ବୋଲି । କିନ୍ତୁ କର୍ଣ୍ଣାଟକରେ ସତେଜ ରହିଥିବା ପରିସ୍ଥିତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଚିନ୍ତାଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୋଦିଙ୍କ ଏହି ଅଭିଭାଷଣ ଉପରେ ନିଜ ଜବାବ୍ ରଖି କହିଛନ୍ତି କି, କନ୍ନଡ଼ ହେଉଛି ଆମ ରାଜ୍ୟର ପ୍ରଧାନ ଭାଷା, ଏଚ୍ଚୁ ଆମେ ହିନ୍ଦୀ ଭାଷାକୁ ଆମ ରାଜ୍ୟରେ ଲାଗୁ କରିବୁ ନାହିଁ । ତେବେ କର୍ଣ୍ଣାଟକର ଅଧିବାସୀମାନେ କନ୍ନଡ଼ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାକୁ ସ୍ୱାଗତ କରିବେ ନାହିଁ ବୋଲି ସିଦ୍ଧାରମୈୟା ନିଜ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ।

ସୂଚନା ମୁତାବକ, କର୍ଣ୍ଣାଟକରେ ହିନ୍ଦୀ ଏବଂ କନ୍ନଡ଼ ଭାଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । କିଛି ଦିନ ପୂର୍ବେ ବେଙ୍ଗାଲୁରୁରେ ହିନ୍ଦୀ ଭାଷାରେ ଲାଗିଥିବା କିଛି ସାଇନ୍ ବୋର୍ଡକୁ ମଧ୍ୟ ଏହାକୁ କେନ୍ଦ୍ରକରି ହଟାଇ ଦିଆଯାଇଥିଲା । ସେହିପରି ବୁଧବାର ଦିନ ତାଲିମ ଭାଷାର କିଛି ପୋଷ୍ଟର ଚିରା ହେବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏଠାରେ ଆମେ କହି ରଖୁଛୁ କି, ଜୁଲାଇରେ ‘କର୍ଣ୍ଣାଟକ ରକ୍ଷଣା ସଂଗଠନ’ର କର୍ମକର୍ତ୍ତାମାନେ ହିନ୍ଦୀ ଭାଷାରେ ଲଗାଯାଇଥିବା କିଛି ସାଇନ୍ ବୋର୍ଡକୁ ହଟାଇ ଦେବା ସହିତ ସେଥିରେ କାଳୀ ବୋଳିଦେଇଥିବା ଅଭିଯୋଗ ଆସିଥିଲା ।

କନ୍ନଡ଼ ବିକାଶ ପ୍ରାଧୀକରଣ (କେଡିଏ) ପକ୍ଷରୁ ଆପଲ କଂପାନୀର ସିଇଓଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଆପଲର ଉତ୍ପାଦଗୁଡିକରେ କର୍ଣ୍ଣାଟକରେ ତିଆରି ହୋଇଥିବା କନ୍ନଡ଼ ଫଂଟର ବ୍ୟବହାର କରିବା ପାଇଁ ପ୍ରାର୍ଥନା କରିଥିଲେ । ତେବେ କନ୍ନଡ଼ ଭାଷାକୁ ନେଇ ଚାଲିଥିବା ଏକ କ୍ୟାପେନ ପରେ ହିଁ ଚଳିତ ବର୍ଷ ଜୁନ୍ ମାସରେ ଭାରତରେ ନିର୍ମାଣ ହୋଇଥିବା ଆପଲର ଉତ୍ପାଦନଗୁଡିକରେ କନ୍ନଡ଼ ଭାଷାକୁ ଯୋଡା ଯାଇଥିଲା ।

ଏଥିସହିତ ବିଭିନ୍ନ ମେଟ୍ରୋ ଷ୍ଟେସନମାନଙ୍କରେ ହିନ୍ଦୀ ଭାଷାରେ ଲଗାଯାଇଥିବା ସାଇନ୍ ବୋର୍ଡ ହଟାଯିବା ପରେ କେଡିଏ ବ୍ୟାଙ୍କକର୍ମୀମାନଙ୍କୁ ୬ ମାସ ମଧ୍ୟରେ କନ୍ନଡ଼ ଭାଷା ଶିଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କରେ ମଧ୍ୟ କନ୍ନଡ଼ ଭାଷାକୁ ଦ୍ୱିତୀୟ ଭାଷା ଆଧାରରେ ପଢାଇବାକୁ ଏବଂ ଶିଖାଇବାକୁ ନିବେଦନ କରାଯାଇଛି ।

ଗତ ମାସରେ କର୍ଣ୍ଣାଟକ ନିଜ ପାରମ୍ପରିକ ପତାକାକୁ ନେଇ ଦାବି ମଧ୍ୟ ଉଠାଇଥିଲା । ଯାହାକୁ ଘୋର ବିରୋଧ ମଧ୍ୟ କରାଯାଇଥିଲା । ଖାଲି ସେତିକି ନୁହେଁ ଏହାକୁ ନେଇ ମଧ୍ୟ ରାଜନୀତି ସରଗରମ ହୋଇଉଠିଥିଲା । ରାଜ୍ୟର ଏକ ଅଲଗା ପତାକା ରହିବା ଦେଶର ଏକତା ଏବଂ ଅଖଣ୍ଡତା ବିରୋଧରେ ବୋଲି ବିଜେପି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏଠାରେ ଆମେ କହିରଖୁଛୁ କି, ଭାରତରେ କେବଳ ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ନିକଟରେ କୌଣସି ନିଜସ୍ୱ ବି ପତାକା ଉଡାଇବାକୁ ଅନୁମତି ଦିଆଯାଇନାହିଁ । ତେବେ ଜମ୍ମ-କାଶ୍ମୀର ନିକଟରେ ଧାରା ୩୭୦ ଆଧାରରେ ନିଜସ୍ୱ ଏକ ଅଲଗା ପତାକା ରହିଛି ।

ସୌଜନ୍ୟ: ଆଜତକ୍