ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ବହୁତ ଜରୁରୀ ଅଟେ ଏହି ସୂଚନା !

30

ଆଣ୍ଡ୍ରଏଡ ମୋବାଇଲରେ ଆପଣ ଯେତେ ଉନ୍ନତମାନର ଆଂଟିଭାଇରସ୍ ବ୍ୟବହାର କରୁଥିଲେ ମଧ୍ୟ ତାହା କୌସଣି କାମକୁ ଆସି ନଥାଏ । କାରଣ କୌଣସି ପ୍ରକାରର ଆଂଟିଭାଇରସ୍ ଆପଣଙ୍କ ମୋବାଇଲକୁ ସୁରକ୍ଷିତ ରଖିପାରି ନଥାଏ । ତେବେ ଏକଥା ଆମେ କହୁନାହୁଁ ବରଂ ଚେକୱାଇଂଟ୍ ନାମକ ଏକ ସିକ୍ୟୁରିଟି କଂପାନୀ ଏଭଳି ଦାବି କରିଛି । କଂପାନୀ ମତରେ, ଆଣ୍ଡ୍ରଏଡ ମୋବାଇଲଗୁଡିକୁ ବିଭିନ୍ନ ଭାଇରାଲ୍ ଆପ୍ ମାଧ୍ୟମରେ ଭାଇରସ୍ ଚାଲି ଆସିଥାଏ । ଆଉ ଏହି ଭାଇରସ୍ ମାନଙ୍କ ମଧ୍ୟରେ ମଧ୍ୟ ମାଲୱେର ନାମକ ଭାଇରସ୍ ରହିଛି ।

କଂପାନୀର ଦାବି ରହିଛି କି, ସେ ପ୍ଲେଷ୍ଟୋରରେ ଏକ ମାଲୱେର ଆପ୍ ଠାବ କରିଛି । ଯାହାର ନାମ ‘ଜୁଡି’ । ସୂଚନା ମୁତାବକ, ଏହି ଭାଇରସ୍ ଆପଟି ଆପଣଙ୍କ ମୋବାଇଲକୁ ଆସୁଥିବା ବିଜ୍ଞାପନ ମାଧ୍ୟମରେ ବ୍ୟାପି ଥାଏ । ତେବେ ଏହାଦ୍ୱାରା ବିଶ୍ୱର ପାଖାପାଖି ୩୬ ଲକ୍ଷ ଆଣ୍ଡ୍ରଏଡ ମୋବାଇଲ ପ୍ରଭାବିତ ହୋଇସାରିଲାଣି ।

କଂପାନୀର ପୁଣି ମଧ୍ୟ ଦାବି ରହିଛି, ବର୍ତ୍ତମାନ ପ୍ଲେଷ୍ଟୋରରୁ ଏହି ଆପଟିକୁ ହଟାଇ ଦିଆଯାଇଛି । ଏହାଛଡା ଜୁଡି ଆପ୍ କୋରିଆର ଏକ କଂପାନୀଦ୍ୱାରା ପ୍ଲେଷ୍ଟୋର ମାଧ୍ୟମରେ ପ୍ରକାଶିତ କରାଯାଇଥିଲା । ତେବେ ଏହା କୌଣସି ପ୍ରଥମ ଘଟଣା ନୁହେଁ କି କୌଣସି ଆପ୍ ଜରିଆରେ ମାଲୱେରକୁ ଚିହ୍ନଟ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ପ୍ରକାର ଭାଇରସ୍ ଏଭଳି ଆପ୍ ମାଧ୍ୟମରେ ଭାଇରାଲ୍ ହୋଇ ମୋବାଇଲକୁ ଚାଲି ଆସିଥାଏ ।