ସିଧାସଳଖ ଭେଟି ପାଆନ୍ତୁ ସରକାରୀ ଚାକିରି ! ଏଠାରେ କରନ୍ତୁ ଆବେଦନ

35

‘ଏମ୍ସ ଯୋଧପୁର’ରେ ଅନେକ ପଦ ପାଇଁ ସିଧାସଳଖ ଇଂଟରଭିୟୁ ବା ସାକ୍ଷାତକାର ଜରିଆରେ ଚାକିରିରେ ଭର୍ତ୍ତି ହେବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ଆବଶ୍ୟକ ଯୋଗ୍ୟତା ରହିଛି କିଛି ଏପରି ।

ପଦବୀ ନାଁ : ଜୁନିୟର ରେସିଡେଂଟ୍ ଡକ୍ଟର (କ୍ଲିନିକାଲ)

ବୟସ ସୀମା: ସର୍ବାଧିକ ବୟସ ସୀମା ୩୦ ବର୍ଷ ଯାଏଁ ନିଦ୍ଧାରିତ

ଶିକ୍ଷାଗତ ଯୋଗ୍ୟତା:ଏମସିଆଇ ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ୍ ଡିଗ୍ରୀ ଏବଂ ରୋଟରି ଇଂଟର୍ନସିପ୍ ସଂପୂର୍ଣ୍ଣ କରିଥିବା ସହିତ ତାର ସମସ୍ତ ପ୍ରାମାଣ ପତ୍ର ଥିବା ଆବଶ୍ୟକ ଅଟେ ।

ସାକ୍ଷାତକାର ସମୟ : -୦୩ ମଇ , ୨୦୧୭

ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ ଏହାର ମୂଲ୍ୟ ମାତ୍ର ୧ ହଜାର ଟଙ୍କା ରହିଥିବାବେଳେ ଅନ୍ୟ ସମସ୍ତ ପଛୁଆ ବର୍ଗର ଆବେଦନକାରୀଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ଅଟେ ।

କେମିତି କରିବେ ଆବେଦନ : ଆବେଦନକାରୀମାନେ ଏହାର ୱେବସାଇଟ୍ ତଥା ‘ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଏମ୍ସଯୋଧପୁର ଡଟ୍ ଏଜୁ ଡଟ୍ ଇନ୍’ କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପତ୍ରକୁ ଏହି ୱେବସାଇଟରୁ ଡାଉନଲୋଡ କରି ତାକୁ ପୁରଣ କରି ଦର୍ଶାଯାଇଥିବା ସମସ୍ତ ପ୍ରମାଣ ପତ୍ର ସହ ନିର୍ଦ୍ଧାରିତ ତାରିଖରେ ‘ମେଡିକାଲ କଲେଜ ଅଫ୍ ଏମ୍ସ ,ଯୋଧପୁର’ (ରାଜସ୍ଥାନ) ଠିକଣାରେ ଯାଇ ଭେଟନ୍ତୁ ।

                                                                                ସୌଜନ୍ୟ: ଅମର ଉଜାଲା