ଦ୍ୱାଦଶ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ରେଳ ବିଭାଗରେ ସୂବର୍ଣ୍ଣ ସୁଯୋଗ । ଦରମା ୩୫ ହଜାର, ତୁରନ୍ତ କରନ୍ତୁ ଆବେଦନ

120

ଏନଡବ୍ଲୁଆର (ନର୍ଥ ୱେଷ୍ଟର୍ଣ୍ଣ ରେଲୱେ)ରେ ଦ୍ୱାଦଶ ଶ୍ରେୀଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପଦବୀକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଆଶାୟୀପ୍ରାର୍ଥୀମାନେ ନିଜ ନିଜର କ୍ଷମତା ଅନୁସାରେ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ପଦବୀ ବିବରଣୀ: ଷ୍ଟାଫ ନର୍ସ, କ୍ଲର୍କ, ଷ୍ଟେନୋଗ୍ରାଫର, ଆସିଷ୍ଟାଂଟ ଲୋକୋ ପାୟଲଟ, ଟେକ୍ ଗ୍ରେଡ-ତୃତୀୟ, ଟିକେଟ ଏଗଜାମିନର, ଗୁଡ୍ସ ଗାର୍ଡ, ଜୁନିୟର ଇଂଜିନିୟର ଏବଂ ଅନ୍ୟାନ୍ୟ ।

ପଦବୀ ସଂଖ୍ୟା: ୩୦୭

ବୟସ ସୀମା: ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୨ ବର୍ଷ ।

ଶିକ୍ଷାଗତ ଯୋଗ୍ୟତା: କୌଣସି ବି ମାନ୍ୟତାପ୍ରାପ୍ତ ସଂସ୍ଥା ବା ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଜରୁରୀ ଅଟେ । ଡିପ୍ଲୋମା ଏବଂ ସ୍ନାତକ ଆଶାୟୀପ୍ରାର୍ଥୀମାନଙ୍କୁ ଅଧିକ ପ୍ରାଥମିକତା ଦିଆଯିବ ।

ଚାକିରୀ କରିବା ସ୍ଥାନ: ଅଲ୍ ଇଣ୍ଡିଆ

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ଆଶାୟୀପ୍ରାର୍ଥୀ ଦର୍ଶାଯାଇଥିବା ୱେବସାଇଟ ତଥା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏନଡବ୍ଲୁଆର ଡଟ୍ ଇଣ୍ଡିଆନରେଲୱେ ଡଟ୍ ଜିଓଭି ଡଟ୍ ଇନକୁ ଯାଇ ସାବଧାନତାପୂର୍ବକ ଅନଲାଇନ ଆବେଦନ କରିପାରିବେ । ଆଶାୟୀପ୍ରାର୍ଥୀଙ୍କୁ ନିଜର ଆବେଦନ ପତ୍ର ସହ ଆବଶ୍ୟକୀୟ ଦସ୍ତାବିଜର ସେଲ୍ଫ ଆଟେଷ୍ଟେଡ୍ ଫଟୋକପିକୁ ପ୍ରିନସିପାଲ ନର୍ଥ ସେଂଟ୍ରାଲ ରେଲୱେ କଲେଜ ଟୁନ୍ଦଲା, ଜିଲ୍ଲା- ଫିରୋଜାବାଦ, ପିନ- ୨୮୩୨୦୪ (ୟୁପି) ଠିକଣାରେ ପଠାଇବାକୁ ପଡିବ ।

ଆବେଦନ କରିବାର ଶେଷ ତାରିଖ: ୧୨ ଅକ୍ଟୋବର, ୨୦୧୭

ଚୟନ ପ୍ରକ୍ରିୟା: କମ୍ପ୍ୟୁଟର ଆଧାରିତ ଟେଷ୍ଟ, ଲିଖିତ ପରୀକ୍ଷା, କୌଶଳ ପ୍ରଶିକ୍ଷଣ, ଚିକିତ୍ସା ପରୀକ୍ଷା ଇତ୍ୟାଦି

ଆବେଦନ ଶୁଳ୍କ: କୌଣସି ବି ବର୍ଗର ଆଶାୟୀପ୍ରାର୍ଥୀମାନଙ୍କ ପାଇଁ ଏହାର ଆବେଦନ ଶୁଳ୍କ ସଂପୂର୍ଣ୍ଣ ମାଗଣା ରହିଛି ।

ଦରମା: ୫,୨୦୦ରୁ ୨୦,୨୦୦ ଟଙ୍କା ପ୍ଲେସ ଗ୍ରେଡ ପେ । ୧,୯୦୦/୨,୮୦୦ ଏବଂ ୯,୩୦୦ରୁ ୩୪,୮୦୦ ଟଙ୍କାର ପ୍ଲେସ ଗ୍ରେଡ ପେ ।

ସୌଜନ୍ୟ: ଅମର ଉଜାଲା