ମାତ୍ର ଅଷ୍ଟମ ଶ୍ରେଣୀ ପାସରେ କରନ୍ତୁ ସରକାରୀ ଚାକିରି ! ମାସିକ ଦରମା ୧୦ ହଜାର ଟଙ୍କା

87

ସୂଚନା ମୁତାବକ, ଚଣ୍ଡିଗଡର ନଗର ନିଗମ ସଫେଇ କର୍ମଚାରୀ ପଦବୀ ପାଇଁ ଏଭଳି ସୁଯୋଗ ଦିଆଯାଇଛି । ତେବେ ଏନେଇ ସଂସ୍ଥା ପକ୍ଷରୁ ମଧ୍ୟ ଆବେଦନ କରିବାର ସମସ୍ତ ପ୍ରକାର ସୂଚନା ଦିଆଯାଇ ସାରିଛି । ଏହି ପଦବୀ ପାଇଁ ପାଖାପାଖି ୫୩୨ ଜଣ ଆଶାୟୀଙ୍କୁୁ ଚୟନ କରାଯିବ । ଏବଂ ହରିୟାଣାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ତେବେ ଏହା ଚାକିର ଖୋଜୁଥିବା ବେକାର ଯୁବକ-ଯୁବତୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

ତେବେ ଏହି ପଦବୀ ପାଇଁ ଏହାର ଶିକ୍ଷାଗତ ଯୋଗ୍ୟତା ରହିଛି ମାତ୍ର ଅଷ୍ଟମ ଶ୍ରେଣୀ ପାସ୍ । ଏବଂ ଏଥିରେ ଆବେଦନ କରିଥିବା ଆଶାୟୀମାନଙ୍କୁ ସିଧାସଳଖ ହିଁ ଚୟନ କରାଯିବ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୧ ତାରିଖ ଯାଏଁ ରହିଛି । ତେବେ ଏହାର ମାସିକ ଦରମା ୪ ହଜାର ୯୦୦ଠାରୁ ଆରମ୍ଭ କରି ୧୦ ହଜାର ୬୮୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଏବଂ ଏହାର ବୟସ ସୀମା ରହିଛି ୧୮ରୁ ୩୭ ବର୍ଷ ।

ଆବେଦନ କରିବା ପାଇଁ ଜେନେରାଲ ଏବଂ ଓବିସି କ୍ୟାଟାଗୋରିଙ୍କୁ ଦେବାକୁ ପଡିବ ମାତ୍ର ୨୫୦ ଟଙ୍କା ଯାହା ଡିମାଣ୍ଡଡ୍ରାଫ୍ ମଧ୍ୟମରେ ପୈଠ କରାଯିବ । ଏବଂ ଭିନ୍ନକ୍ଷମଙ୍କ ପାଇଁ ରହିଛି ମାଗଣା ସୁବିଧା । ତେବେ ଆଶାୟୀ ପ୍ରାର୍ଥୀମାନେ ଏହି ଡିଡି ସହ ନିଜର ସମସ୍ତ ପ୍ରମାଣ ପତ୍ର ଓ ଶିକ୍ଷାଗତ ପ୍ରଣାଣ ପତ୍ର ଆବେଦନ ପତ୍ର ସହିତ ପୈଠ କରିବାକୁ ପଡିବ ଏବଂ ଏହାକୁ ଚଣ୍ଡିଗଡ ମୁଖ୍ୟାଳୟକୁ ପଠାଇବାକୁ ପଡିବ ।