ଚାକିରି ଖୋଜୁଛନ୍ତି କି ? ତେବେ ଏହି କଂପାନୀରେ କରନ୍ତୁ ଆବେଦନ, ତୁରନ୍ତ ମିଳିଯିବ ନିଯୁକ୍ତି

51

ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଭଲ ଖବର ହୋଇପାରେ । କାରଣ କିଛି କଂପାନୀଗୁଡିକରେ ଚଳିତମାସ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଆପଣ ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ତୁରନ୍ତ ଆବେଦନ କରିପାରିବେ । ତେବେ ନିମ୍ନରେ ଆମେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ବୁକିଂ ଡଟ୍ କମ କଂପାନୀରେ କିଛି ପଦବୀରେ ଖାଲିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଠାରେ ଆକାଉଂଟ ମ୍ୟାନେଜର, ଫ୍ରିଲାନ୍ସ ଫଟୋଗ୍ରାଫର, ଆଉଟବାଉଣ୍ଡ ଏକ୍ସିକ୍ୟୁଟିଭ ଭଳି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି କଂପାନୀର ମୁଖ୍ୟ କାର୍ଯ୍ୟାଳୟ ଗଡଗାଓ, ଦିଲ୍ଲୀରେ ରହିଛି ।

ମୋବାଇଲ ଆପରେ ଟ୍ୟାକ୍ସି ବୁକିଂ କରିବାର ସୁବିଧା ଯୋଗାଇ ଦେଉଥିବା କଂପାନୀ ଉବେରରେ ମଧ୍ୟ ଚାକିରି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏଠାରେ ମ୍ୟାନେଜର, ସିନିୟର ମ୍ୟାନେଜର, ବିଜନେସ ହେଡ, ଡ୍ରାଇଭର ଗ୍ରୋଥ ମ୍ୟାନେଜର ଇତ୍ୟାଦି ପଦବୀରେ ନିଯୁକ୍ତି ନେଇ ତାଲିକା ପ୍ରକାଶ ପାଇଛି । ତେବେ ନିଯୁକ୍ତି ଠିକଣା ଗୁଡଗାଓ ।

ଆମେରିକୀ କଂପାନୀ ହନିବେଲରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ସିପିଏସ ବିଜନେସ ଡେଭଲପମେଂଟ ମ୍ୟାନେଜର, ଡିଷ୍ଟ୍ରିକ୍ଟ ଫିଲ୍ଡ ସର୍ଭିସ ଲିଡର , ରିଜିଓନାଲ ମ୍ୟାନେଜର ପଦବୀରେ ଭର୍ତ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପେଟିଏମ ଗ୍ରାଫିକ ଡିଜାଇନର,କ୍ୟୁଏ ଲିଡ, ୟୁଆଇ ଡିଜାଇନର, ୟୁଆଇ ଡେଭଲେପର, କଂଟେଟ ରାଇଟର ,କ୍ୟାଂପେନ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବରେ ଭର୍ତ୍ତି ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ଏଥିପାଇଁ ଯଦି ଆପଣ ଇଚ୍ଛକ ଅଛନ୍ତି ତେବେ ତୁରନ୍ତ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।