ଜିଓର ନୂଆ ମେଗା ଅଫର : ପଢନ୍ତୁ ସଂପୂର୍ଣ୍ଣ ଖବର

104

ଶେଷ ହେବାକୁ ଯାଉଛି ରିଲାଏନ୍ସ ଜିଓର ‘ଧନ୍ ଧନା ଧନ୍’ ଓ ‘ସମର ସରପ୍ରାଇଜ୍’ ଅଫର । ଏଥିପାଇଁ ଜିଓ ନିଜର ଉଭୟ ପ୍ରିପେଡ ଓ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଭେଟିଦେଇଛି ବିଭିନ୍ନ ପ୍ରକାର ପ୍ଲାନ୍ । ଜିଓର ୩୦୯ଟଙ୍କା ପ୍ଲାନରେ ରହିଛି ଅସୀମିତ କଲ ଓ ଇଂଟରନେଟ ସହିତ ୧ଜି ସ୍ପିଡରେ ପ୍ରତିଦିନ ୪ଜିବି ଡାଟା । ଯାହାର ବୈଧତା ୫୬ ଦିନ ରହିଛି ।

ସେହିପରି ଜିଓର ୫୦୯ଟଙ୍କା ପ୍ଲାନରେ ରହିଛି ଅସୀମିତ କଲ ଓ ଇଂଟରନେଟ ସହିତ ୪ଜି ସ୍ପିଡରେ ପ୍ରତିଦିନ ୨ଜିବି ଡାଟା । ଯାହାର ବୈଧତା ୫୬ ଦିନ ରହିଛି । ୨ଜିବି ଶେଷ ହୋଇଗଲା ପରେ ଡାଟାର ସ୍ପିଡ୍୧୨୮କେବିପିଏସ୍ ହୋଇଯିବ । ଯଦି ଏହି ୫୦୯ଟଙ୍କାର ପ୍ଲାନକୁ ଦେଖାଯାଏ, ତେବେ ଏହାଦ୍ୱାରା ଗ୍ରାହକମାନେ ୪.୫୪ ଟଙ୍କାରେ ପ୍ରତିଦିନ ଅସୀମିତ ଭଏସ୍ କଲ୍ ଓ ଇଂଟରନେଟ ସୁବିଧାର ଲାଭ ଉଠାଇ ପାରିବେ ।

ସୂଚନା ମୁତାବକ, ରିଲାଏନ୍ସ ଜିଓ ନିଜର ‘ଧନ୍ ଧନା ଧନ୍’ ଅଫର ଜରିଆରେ ଗ୍ରାହକଙ୍କୁ ୩୯୯ଟଙ୍କାରେ ୮୪ଦିନ ବୈଧତାରେ ଅସୀମିତ କଲ୍ ଓ ଇଂଟରନେଟ ସୁବିଧା ପ୍ରଦାନ କରିଛି । ଏହି ଡାଟା ଜରିଆରେ ଗ୍ରାହକମାନେ ପ୍ରତିଦିନ ୪ଜି ସ୍ପିଡରେ ୧ଜିବି ଡାଟା ବ୍ୟବହାର କରୁଛନ୍ତି । ୧ଜିବି ଡାଟା ସୀମା ଶେଷ ହୋଇଗଲା ପରେ ଏହାର ସ୍ପିଡ ୧୨୮କେବିପିଏସ୍ ହୋଇଯିବ ।

ତେବେ ଜିଓର ସବୁଠାରୁ ଶସ୍ତା ପ୍ଲାନର ମୂଲ୍ୟ ରହିଛି ମାତ୍ର ୧୯ଟଙ୍କା । ଏହି ପ୍ଲାନ୍ ଜରିଆରେ ଗ୍ରାହକ ଗୋଟିଏ ଦିନ ପାଇଁ ଅସୀମିତ କଲ ସହିତ ୨୦୦ଏମବି ଡାଟା ପାଇ ପାରିବେ । ସେହିପରି ଜିଓର ଦାମୀ ପ୍ଲାନ୍ ୯,୯୯୯ଟଙ୍କାର ରିଚାର୍ଜ କଲେ ଗ୍ରାହକ ୩୯୦ ଦିନ ପର୍ଯ୍ୟନ୍ତ ୭୮୦ଜିବି ଡାଟା ପାଇ ପାରିବେ । ଯେଉଁଥିରେକି ଡାଟା ବ୍ୟବହାରର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ ।

ସୌଜନ୍ୟ: ଏନଡିଟିଭି