ଟ୍ରାଇକୁ ଜିଓର ଚିଠି : ତଥ୍ୟ ଲୁଚାଉଛି ଏୟାରଟେଲ୍, କରୁଛି ମିଛ ପ୍ରଚାର

41

ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ମଧ୍ୟରେ ଆରମ୍ଭ ହୋଇଯାଇଛି ଖଣ୍ଡଯୁଦ୍ଧ । ତେବେ ଏହା କୋଣସି ଡାଟା ଅଫର କିମ୍ବା ଶସ୍ତା ମୋବାଇଲକୁ ନୁହେଁ ବରଂ ଇଂଟରକନେକ୍ସନ ଉପଭୋକ୍ତା ଶୁଳ୍କ ତଥା ଆଇୟୁସିକୁ ନେଇ ।

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜରେ ପ୍ରକାଶିତ ଖବର ମୁତାବକ, ଜିଓ ଏୟାରଟେଲ ବିରୋଧରେ ଆଣିଛି ତଥ୍ୟ ଲୁଚାଇବା ଭଳି ସଂଗୀନ ଅଭିଯୋଗ । ଯାହାକି ନିକଟରେ ଏୟାରଟେଲ୍ ଟ୍ରାଇକୁ ଦେଇଥିବା ତଥ୍ୟରେ ପ୍ରମାଣିତ ହୋଇଛି । ସୂଚନା ମୁତାବକ, ଏୟାରଟେଲ ମୋବାଇଲ ଇଂଟରକନେକ୍ସନ ଶୁଳ୍କ ଆଧାରରେ ୟୁଜର୍ସଙ୍କୁ ଦେବାକୁ ପଡୁଥିବା ଧାର୍ଯ୍ୟ ମୂଲ୍ୟକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛି ବୋଲି ରିଲାଏନ୍ସ ଜିଓର ଅଭିଯୋଗ ରହିଛି ।

ଏୟାରଟେଲ ଇଂଟରକନେକ୍ସନ ଉପଭୋକ୍ତା ଶୁଳ୍କ ତଥା ଆଇୟୁସିର ପ୍ରକିୟାର ସମାକ୍ଷାକୁ ପ୍ରଭାବିତ କରିବା ପାଇଁ ଏଭଳି ଭ୍ରମ ସୃଷ୍ଟି କରିଛି ବୋଲି ଜିଓର ଅଭିଯୋଗ ରହିଛି । ଏୟାରଟେଲ ଗତ ସପ୍ତାହ, ରିଲାଏନ୍ସ ଜିଓ ଉପରେ କନେକ୍ସନ ଶୁଳ୍କ ପ୍ରସଙ୍ଗରେ ଟ୍ରାଇ ଏବଂ ଉପଭୋକ୍ତାଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ଆଣିଥିବାବେଳେ, ଆଇୟୁସି କାରଣରୁ ବିଗତ ୫ ବର୍ଷ ହେଲା ୬,୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ବୋଲି ତଥ୍ୟ ଉପସ୍ଥାପନା କରିଥିଲା ଏୟାରଟେଲ । ଯାହାକୁ ସଂପୂର୍ଣ୍ଣ ମିଥ୍ୟା ବୋଲି ଦାବି କରିଛି ରିଲାଏନ୍ସ ଜିଓ ।

ଜିଓର କହିବା କଥା ହେଲା, ‘ଉପଲବ୍ଧ ଥିବା ଆଇୟୁସି କାରଣରୁ ଏୟାରଟେଲ ଦେଇଥିବା ତଥ୍ୟ ସଂପୂର୍ଣ୍ଣ ଭାବେ ଭୂଲ ଅଟେ’ । ଖାଲି ସେତିକି ନୁହେଁ ଜିଓ ଏନେଇ ଏକ ଚିଠି ମଧ୍ୟ ଟ୍ରାଇ ନିକଟକୁ ପଠାଇଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ଏୟାରଟେଲର ସମସ୍ତ ଯୁକ୍ତି ମିଥ୍ୟା ଅଟେ ଏବଂ ଏହା ତଥ୍ୟ ଉପରେ ଆଧାରିତ ନୁହେଁ । ଯାହାକି ଲୋକଙ୍କୁ ଭ୍ରମିତ କଲାଭଳି ରହିଛି । ଆମେ ପ୍ରାଧୀକରଣଙ୍କଠାରୁ ଆଶା କରୁଛୁ କି, ଏଭଳି ପ୍ରକାର ଭିର୍ତ୍ତିହୀନ ଦାବି ପାଇଁ ଏୟାରଟେଲ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଏଠାରେ ଆମେ କହି ରଖୁଛୁ କି, ଇଂଟରକନେକ୍ସନ ଉପଭୋକ୍ତା ଶୁଳ୍କ (ଆଇୟୁସି) ଦର ଟ୍ରାଇ ହିଁ ସ୍ଥିର କରିଥାଏ । ଦୂର ସଂଚାର କଂପାନୀମାନେ ଅନ୍ୟ କଂପାନୀର ନେଟୱର୍କରୁ ଆସୁଥିବା କଲ୍ ଉପରେ ହିଁ ଆଇୟୁସି ଲାଗାଇଥାନ୍ତି । ବର୍ତ୍ତମାନ ସମୟରେ ମୋବାଇଲ ଫୋନରୁ କରାଯାଉଥିବା କଲ ଉପରେ ଆଇସିୟୁର ଦର ରହିଛି ୧୪ ପଇସା । ଆଉ ଏହାକୁ ନେଇ ବର୍ତ୍ତମାନ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।