ଜିଓ ବନାମ ଏୟାରଟେଲ୍ ବନାମ ଭୋଡ଼ାଫୋନ ବନାମ ଆଇଡିଆ : ଜାଣନ୍ତୁ ୮୪ଜିବି ଡାଟା ବିଶିଷ୍ଟ କେଉଁ ପ୍ଲାନ ଆପଣଙ୍କ ପାଇଁ ଠିକ୍

67

ରିଲାଏନ୍ସ ଜିଓ ଆସିବା ପରେ ସତେ ଯେମିତି ଟେଲିକମ୍ ଜଗତରେ ଚାଲିଛି ବିଭିନ୍ନ ଶସ୍ତା ପ୍ଲାନର ଲଢେଇ । କାରଣ, ଜିଓର ଦମଦାର ପ୍ଲାନକୁ ଟକ୍କର ଦେବା ପାଇଁ ସବୁ କଂପାନୀମାନେ ଏକାପ୍ରକାରେ ଅଂଟା ଭିଡିଛନ୍ତି । ଜଣକ ପରେ ଜଣେ ଗ୍ରାହକଙ୍କୁ ଭେଟିଦେବାରେ ଲାଗିଛନ୍ତି ଅନେକ ଶସ୍ତା ଅଫର । ତେବେ ଆଜି ଆମେ ଆପଣଙ୍କୁ ବଡ ବଡ ଟେମିକମ୍ ସର୍ଭିସ କଂପାନୀମାନଙ୍କର ତଥା ଏୟାରଟେଲ୍, ଭୋଡାଫୋନ୍ ଏବଂ ଜିଓର ପ୍ଲାନ ସଂପର୍କରେ ଜଣାଇବାକୁ ଯାଉଛୁ । ଯାହା ପ୍ରାୟତଃ ଏକାପ୍ରକାର ଡାଟା ଅଫର ଏବଂ ବୈଧତା ସହିତ ଉପଲବ୍ଧ ।

ଏୟାରଟେଲ ୩୯୯ ପ୍ଲାନ୍

୩୯୯ ଟଙ୍କିଆ ଏହି ପ୍ଲାନରେ ୟୁଜର୍ସଙ୍କୁ ୧ ଜିବି ଡାଟା ପ୍ରତି ଦିନ ହିସାବରେ ୮୪ ଦିନ ଯାଏଁ ମିଳିବ । ଏହି ଡାଟା ସହିତ ଏୟାରଟେଲ୍ ଅସୀମ ଏସଟିଡି-ଲୋକାଲ ମାଗଣା କଲିଂ ଦେବ । ଏହି ପ୍ଲାନର ବୈଧତା ୮୪ ଦିନ ଯାଏଁ ରହିଛି । ଏହି ପ୍ଲାନ କେବଳ ୪ଜି ନେଟୱର୍କ ବ୍ୟବହାର କରୁଥିବା ୪ଜି ହ୍ୟାଣ୍ଡସେଟ୍ ପାଇଁ ଉଦ୍ଦିଷ୍ଟ । କଂପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଏହା ଏକ ସ୍ୱତନ୍ତ୍ର ପ୍ଲାନ, ଏହାକୁ ଅନ୍ୟ କୌଣସି ପ୍ଲାନ୍ ସହ ନିଆଯାଇପାରିବ ନାହିଁ । ଅର୍ଥାତ୍ ଆପଣ ଅନ୍ୟ କୌଣସି ପ୍ଲାନ ସହି ଏହି ପ୍ଲାନକୁ ନିଅନ୍ତି ତେବେ ଏହାର ଭ୍ୟାଲିଡ ରହିବ ନାହିଁ ।

ଜିଓ ୩୯୯ ପ୍ଲାନ୍

ଧନ ଧନା ଧନ ଅଫର ପାଇଁ ଗ୍ରାହକଙ୍କୁ ଏବେ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ୩୯୯ ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ ୩ ମାସ ଯାଏଁ ଅସୀମ ଭଏସ କଲ୍ ଏବଂ ୧ ଜିବି ପ୍ରତିଦିନ ହିସାବରେ ୮୪ ଜିବି ଡାଟା ଦେଉଛି । ଏହି ପ୍ଲାନର ବୈଧତା ରହିଛି ୮୪ ଦିନ । ୩୦୯ ଟଙ୍କିଆ ପ୍ଲାନକୁ ଜିଓ ରିଭାଇଜ୍ କରିଛି । ଏବେ ଏହା ୩୦୯ ଟଙ୍କିଆ ପ୍ଲାନରେ ୫୬ ଦିନ ପାଇଁ ଅସୀମ ଭଏସ କଲ ଓ ୫୬ ଜିବି ଡାଟା ମିଳିବ ।

ସେହିପରି ୫୦୯ ଟଙ୍କିଆ ପ୍ଲାନର ବୈଧତା ବି ୫୬ ଦିନ କରି ଦିଆଯାଇଛି, ଯେଉଁଥିରେ ୟୁଜରଙ୍କୁ ଅସୀମ କଲ୍ ସହିତ ୧୧୨ ଜିବି ଡାଟା ମିଳିବ ।

ଭୋଡ଼ାଫୋନ ୩୫୨ ଟଙ୍କିଆ ପ୍ଲାନ୍

ଏଥରକ ଭୋଡ଼ାଫୋନ ଦୀର୍ଘତମ ବୈଧତା ବିଶିଷ୍ଟ ପ୍ଲାନ ସହ ମଇଦାନକୁ ଓହ୍ଲାଇଛି । ଯାହାର ମୂଲ୍ୟ ୪୪୫ ଟଙ୍କା ରହିଛି । ଏଥିରେ ୮୪ ଦିନ ପାଇଁ ଅସୀମ ଭଏସ କଲ, ପ୍ରତିଦିନ ୧ଜିବି ୩ ୪ଜି/୩ଜି ଡାଟା, ରିହାତି କୁପନ, ମେସେଂଜର ବ୍ୟାଗ ମାଗଣା ମିଳିବ । ଏଥିରେ ଗ୍ରାହକଙ୍କୁ ୮୪ ଜିବି ଡାଟା ମିଳିବା ସହ ମାଗଣା କଲିଂ ଓ ମେସେଜର ସୁବିଧା ମଧ୍ୟ ମିଳିବ । ୪୪୫ ଟଙ୍କାର ପ୍ରଥମ ରିଚାର୍ଜ କରିବା ପରେ ଏହି ଲାଭ ୩୫୨ ଟଙ୍କାରେ ମିଳିବ ।

କିନ୍ତୁ ଭୋଡ଼ାଫୋନର ଏହି ପ୍ଲାନରେ ଟିକେ ଟୁଇଷ୍ଟ୍ ରହିଛି । ଭୋଡାଫୋନର ଏହି ପ୍ଲାନଟି ବର୍ତ୍ତମାନ ଦିଲ୍ଲୀ-ଏନସିଆର ଷ୍ଟୁୁଟେଂଟମାନଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରଥମ ରିଚାର୍ଜ ପାଇଁ ୪୪୫ ଟଙ୍କା ଦେବାକୁ ପଡିବ । ଏଥିରେ ୮୪ ଜିବି ଡାଟା ଏବଂ ମାଗଣା କଲିଂ ମିଳିବ । ଏଥିସହିତ ଓଲା, ଜୋମାଟୋ ସହ ଡିସକାଉଂଟ କୁପନ ବି ମିଳିବ । ଏହାପରେ ଗ୍ରାହକଙ୍କୁ ୩୫୨ ଟଙ୍କାରେ ପୂର୍ବଭଳି ଫାଇଦା ମିଳିବ ଯାହା ୪୪୫ ଟଙ୍କିଆ ପ୍ଲାନରେ ମିଳିଥିଲା । ଖୁବ୍ ଶୀଘ୍ର ଭୋଡାଫୋନ ଏହି ପ୍ଲାନଟି ଅନ୍ୟ ସହରମାନଙ୍କ ପାଇଁ ମଧ୍ୟ ପ୍ରସାରିତ କରିବ ।

ଆଇଡିଆ ୪୫୩ ପ୍ଲାନ

ଆଇଡିଆ ନିଜର ଗ୍ରାହକଙ୍କ ପାଇଁ ୪୫୩ ଟଙ୍କାର ନୁଆ ପ୍ଲାନ ଭେଟି ଦେଇଛି । ଏଥିରେ ୟୁଜର୍ସଙ୍କୁ ୮୪ ଜିବି ଡାଟା ଏବଂ ଅସୀମ କଲିଂ ମିଳିବ । ଆଇଡିଆର ଏହି ଅସୀମ କଲ ମିଲିଟେଡ ଅଟେ । ଏଥିରେ ପ୍ରତିଦିନ ଆପଣଙ୍କୁ ୩୦୦ ମିନିଟ୍ ମିଳିବ, ସେହିପରି ୧୨୦୦ ମିନିଟ୍ ପ୍ରତି ସପ୍ତାହ ପାଇଁ ମିଳିବ । ଯଦି ୟୁଜର ଦିଆଯାଇଥିବା ଏହି ସମୟରୁ ଅଧିକ କଲ୍ କରନ୍ତି ତେବେ ପ୍ରତି ମିନିଟ୍ ପାଇଁ ୩୦ ପଇସା ଦେବାକୁ ପଡିବ । ସେହିପରି ଯଦି ପ୍ରତିଦିନ ଦିଆଯାଇଥିବା ୧ ଜିବି ଡାଟା ଉପଭୋକ୍ତା ବ୍ୟବହାର କରି ଦିଅନ୍ତି ତେବେ ତାଙ୍କୁ ଏଥିପାଇଁ ୪ ପଇସା ପ୍ରତି ୧୦କେବି ଡାଟା ମିଳିବ ।

ସୌଜନ୍ୟ: ଏବିପି ନ୍ୟୁଜ୍