ଜିଓ ୟୁଜର୍ସଙ୍କୁ ମିଳିବ ୨୫ଜିବି ଅତିରିକ୍ତ ୪ଜି ଡାଟା !

36

ରିଲାଏନ୍ସ ଜିଓ ସହ ଭାଗୀଦାରି ହେବା ପରେ ଘରୋଇ ବୈଦ୍ୟୁତିକ ବ୍ରାଣ୍ଡ କଂପାନୀ ତଥା ଇନଟେକ୍ସ ଟେକ୍ନୋଲୋଜି ନିଜର ସ୍ମାର୍ଟଫୋନ ୟୁଜର୍ସଙ୍କୁ ୨୫ଜିବି ଅତିରିକ୍ତ ଡାଟା ଦେବାକୁ ଘୋଷଣା କରିଛି । ଏହି ଯୋଜନା ଆଧାରରେ ସମସ୍ତ ଇନଟେକ୍ସ ୪ଜି ସ୍ମାର୍ଟଫୋନ ୟୁଜର୍ସ ଜିଓ କନେକ୍ସନର ବ୍ୟବହାର କରି ୪ଜି ରିଚାର୍ଜ ଉପରେ ୫ଜିବି ଅଧିକ ଡାଟା ପାଇ ପାରିବେ । ଯାହାକି ସାମାନ୍ୟ ରୂପରେ ୩୦୯ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କାର ରିଚାର୍ଜ ଉପରେ ମିଳିବାକୁ ଥିବା ଡାଟାଠାରୁ ବି ଅଧିକ ଅଟେ ।

ଇନଟେକ୍ସ ଟେକ୍ନୋଲୋଜି, ମୋବାଇଲର ନିର୍ଦ୍ଦେଶକ ତଥା ବ୍ୟବସାୟୀ ମୁଖ୍ୟ ନିଧି ମାର୍କଡେୟଙ୍କ ସୂଚନା ମୁତାବକ, ଦୁନିଆର ସବୁଠାରୁ ବଡ ‘ଏଣ୍ଡ ଟୁ ଏଣ୍ଡ ଆଇପି’ ନେଟୱର୍କ ଜିଓ ଏବଂ ଇନଟେକ୍ସର ‘ପାନ୍-ଇଣ୍ଡିଆ’ ମୋବାଇଲ ଭଳି ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ ଗୋଟିଏ ସମୟରେ ଆସିବା ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର । ତେବେ ଏହି ଅଫର ସର୍ବାଧିକ ୫ ଥର ରିଚାର୍ଜ କରିବା ଯାଏଁ ସୀମିତ ।

ଏହାପୂର୍ବରୁ ଇନଟେକ୍ସ ଭାରତରେ ଶସ୍ତା ୪ଜି ଏଲଟିଇ ସପୋର୍ଟ ଥିବା ସ୍ମାର୍ଟଫୋନ ଇନଟେକ୍ସ ଆକ୍ୱା ଏସ୍- ୩ ଲଂଚ କରିଛି । ଯାହାର ମୂଲ୍ୟ ରହିଛି ୪,୨୯୯ । ତେବେ ୫ ଇଂଚର ଏଫବିଜିଏ ସ୍କ୍ରିନ୍ ବିଶିଷ୍ଟ ଏହି ସ୍ମାର୍ଟଫୋନରେ ରହିଛି ୧.୩ଜିଏଚଜେ କ୍ୱାଡକୋର ପ୍ରୋସେସର । ଏଥିରେ ୧ଜିବି ରାମ୍ ଏବଂ ଏହାର ଇଂଟରନାଲ ମେମୋରୀ ରହିଛି ୧୬ଜିବି । ମାଇକ୍ରୋ ଏସଡି କାର୍ଡ ଜରିଆରେ ବି ଏହି ସ୍ମାର୍ଟଫୋନ ୬୪ଜିବି ପର୍ଯ୍ୟନ୍ତ ସପୋର୍ଟ କରିପାରିବ ।

ବଡ କଥା ହେଲା, ଏହି ଶସ୍ତା ସ୍ମାର୍ଟଫୋନରେ ଆଣ୍ଡ୍ରଏଡ ନୌଗଟ୍ ୭.୦ ଅପରେଟିଂ ସିଷ୍ଟମ ଭଳି ସୁବିଧା ରହିଛି । ଫଟୋଗ୍ରାଫି ପାଇଁ ଏଥିରେ ରହିଛି ୫ ମେଗାପିକ୍ସଲର ଅଟୋଫୋକସ କ୍ୟାମେରା । ଏଥିସହିତ ଏଲଇଡି ଫ୍ଲାକ୍ସ ବି ରହିଛି ଏହି ସ୍ମାର୍ଟଫୋନରେ । ସେହିଭଳି ୨,୫୦୦ଏମଏଏଚ ବ୍ୟାଟେରୀ ଥିବା ଏହି ସ୍ମାର୍ଟଫୋନରେ ସେଲ୍ଫି ପାଇଁ ମଧ୍ୟ ୫ ମେଗାପିକ୍ସଲ ଥିବା ଫଂଟ କ୍ୟାମେରା ରହିଛି ।

ସୌଜନ୍ୟ: ଆଜତକ୍