ଜିଓ ନମ୍ବର ବ୍ୟବହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କଂପାନୀର ଦୁଇଟି ସିକ୍ରେଟ୍ କୋଡ, ସ୍ଲୋ ହେବନି ନେଟୱର୍କ

109

ଆଜି ଆମେ ଜିଓ ୟୁଜର୍ସଙ୍କ ପାଇଁ ଦୁଇଟି ସିକ୍ରେଟ୍ କୋଡ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ । ତେଣୁ ଯଦି ଆପଣ ମଧ୍ୟ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଏହି ସିକ୍ରେଟ ଆପଣଙ୍କ କାମରେ ନିଶ୍ଚୟ ଆସିବ । ଅଧିକାଂଶ ସମୟରେ ଆପଣ ବାହାରକୁ ଯାଉଥିବେ ଆଉ ଏଭଳି ବି ହୋଇଥାଏ କି ଆପଣ ଯାଇଥିବା ସ୍ଥାନରେ ଜିଓର ନେଟୱର୍କ  ମିଳିବା ବହୁତ କଷ୍ଟକର ହୋଇପଡେ । ଖାଲି ଏତିକି ନୁହେଁ ଅନେକବାର ଏଭଳି ବି ହୋଇଥାଏ କି ଆପଣଙ୍କର ଫୋନର ବ୍ୟାଟେରୀ ଅଧାରେ ହିଁ ସରିଯିବ ହେଲେ ପାଖରେ ଅନ୍ୟ ଫୋନ ଥାଇ ବି ଆପଣ ସେଥିରେ ଜିଓ ନମ୍ବର ବ୍ୟବହାର କରିପାରୁନଥିବେ ।  ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଆପଣଙ୍କର ଅନ୍ୟ ନମ୍ବରରେ ବି ଡାଇଭଟ କରିପାରିବେ । ଆଜ୍ଞା ହଁ । ଏହା ସଂପୂର୍ଣ୍ଣ ସମ୍ଭବ ଅଟେ ।

ସୂଚନା ମୁତାବକ, ଜିଓର ଦୁଇଟି ସିକ୍ରେଟ କୋଡ ରହିଛି ଯାହା କି କେବଳ ଜିଓ ନମ୍ବରରେ ହିଁ କାମ କରିଥାଏ ।  ଜିଓର ଏହି ଦୁଇ ସିକ୍ରେଟ୍ କୋଡ ମଧ୍ୟରୁ ଗୋଟିଏ ହେଲା *409* । ସର୍ବ ପ୍ରଥମେ ଆପଣ ଫୋନ କଲ ମେନ୍ୟୁକୁ ଆସନ୍ତୁ । ଏଠାରେ ସର୍ବପ୍ରଥମେ *409* ଲେଖନ୍ତୁ , ଏହାପରେ ଏଠାରେ ଆପଣ ସେହି ନମ୍ବରକୁ ଏଂଟର କରନ୍ତୁ ଯାହା ଉପରେ ଆପଣ ଆପଣଙ୍କର ନମ୍ବରର କଲ ଡାଇଭଟ କରିବାକୁ ଚାହୁଁଛନ୍ତି । ଯେପରି ଯଦି ଆପଣଙ୍କର ଜିଓ ନମ୍ବର 8888888888 ରହିଛି । ଆପଣ ଏହି ନମ୍ବରର କଲ 9999999999 ନମ୍ବରରେ ଡାଇଭଟ କରିବାକୁ ଚାହୁଁଛନ୍ତି  ତେବେ ଆପଣଙ୍କ ଏଥିପାଇଁ ଆପଣଙ୍କର ଜିଓ ନମ୍ବରରୁ *409*9999999999 ନମ୍ବର ଡାଏଲ କରିବାକୁ ପଡିବ । ଏହାପରେ କଲ କରନ୍ତୁ । ଏହା ପଛରେ # ଡାଏଲ କରିବାକୁ ପଡିବ ନାହିଁ ।  ତେବେ ଯେମିତି ହିଁ ଆପଣ କଲ କରିବେ ସେମିତି ହିଁ ଅନ୍ୟ ପଟରେ କମ୍ପ୍ୟୁଟର ଶଦ୍ଦ ଶୁଣାଯିବ । ଆଉ କହିବ କି କୌଣସି ଅସୁବିଧା କାରଣରୁ ଆପଣଙ୍କର କଲ ଫରୱାର୍ଡିଂରେ ରହିଛି । ଅର୍ଥାତ୍ ଏବେ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା କଲ ଆପଣଙ୍କର ଅନ୍ୟ ଫୋନକୁ ଚାଲି ଆସିବ ।

ଏବେ କଲ ଫରୱାର୍ଡଂ ତ ଆକ୍ଟିଭେଟ ହୋଇଗଲା ମାତ୍ର ଏହାକୁ ହଟାଇବାକୁ ମଧ୍ୟ ପଡିବ । ଏହାର ପ୍ରୋସେସ୍ ମଧ୍ୟ ପାଖାପାଖି ସମାନ ରହିଛି । ଏଥିପାଇଁ ଆପଣଙ୍କର ଫୋନରୁ *410 ଡାଏଲ କରିବାକୁ ହେବ । ଏହା ପଛରେ ବି # ଲଗାଇବାକୁ ପଡିବନାହିଁ । ଏହାକୁ ଡାଏଲ କରିବା କ୍ଷଣି ହିଁ କମ୍ପ୍ୟୁଟର କହିବ କି ମୋବାଇଲ ବନ୍ଦ କିମ୍ବା ଅପହଂଚ ସ୍ଥିତିରେ ହୋଇଥିବା କଲ ଫରୱାର୍ଡିଂକୁ ବନ୍ଦ କରିଦିଆଯାଇଛି । ଆର୍ଥାତ୍ ଏବେ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଜିଓ ନମ୍ବରରେ ହିଁ ଆସିବ । ଅନ୍ୟ ନମ୍ବରରେ ଆଉ ଆସିବ ନାହିଁ ।