ଜିଓ ଧମାକା ! ଲଂଚ କଲା ପୁଣି ଏକ ଆକର୍ଷଣୀୟ ଅଫର୍, ଏଣିକି ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪୦୦ଟଙ୍କା

39

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିଜର ଶସ୍ତା ଡାଟା ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନୂଆ ବର୍ଷ ପ୍ରାରମ୍ଭରୁ ହିଁ ଜିଓ ନିଜ ୟୁଜର୍ସଙ୍କ ପାଇଁ ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଦମଦାର ଅଫର୍ସ ଭେଟି ଦେବାରେ ଲାଗିଛି । ଇତି ମଧ୍ୟରେ ଜିଓ ଏବେ ପୁଣି ଏକ ଆକର୍ଷଣୀୟ ଅଫର ଲଂଚ କରି ଟେଲିକମ ବଜାରରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ମୁତାବକ, ଜିଓ ଏବେ ନିଜର ଗ୍ରାହକଙ୍କ ପାଇଁ ଏକ କ୍ୟାସବ୍ୟାକ୍ ଅଫର ପ୍ଲାନ ଲଂଚ କରିଛି । ଯେଉଁଥିରେ ଯଦି ଆପଣ ୩୯୮ କିମ୍ବା ଏହାଠାରୁ ଅଧିକ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ପୁରା ୪୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ତେବେ ଏହି ଟଙ୍କା ଆପଣଙ୍କୁ ୫୦-୫୦ ଟଙ୍କା ହିସାବରେ ୮ଟି ଭାଉଚର ଆକାରରେ ଦିଆଯିବ । ଯାହାର ବ୍ୟବହାର ଆପଣ ପରବର୍ତ୍ତୀ ସମୟରେ ରିଚାର୍ଜ କରିବା ବେଳେ ହିଁ କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ଜିଓର ଏହି ଅଫର କେବଳ ୧୬ ଜାନୁୟାରୀରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ରିଚାର୍ଜ କରିବା ଉପରେ ହିଁ ଉପଲବ୍ଧ ।