ଆଉ ଥରେ ଆରମ୍ଭ ହେଲା ଜିଓ ଫୋନର ପ୍ରିବୁକିଂ ! ଗ୍ରାହକଙ୍କ ନିକଟକୁ କଂପାନୀ ପଠାଇଲା ମେସେଜ

63

କଣ ଆପଣ ପ୍ରଥମ ପର୍ଯ୍ୟାୟରେ ପାଇ ପାରିନାହାଁନ୍ତି ଜିଓ ୪ଜି ଫୋନ୍ ? ଚିନ୍ତା କରନ୍ତୁ ନାହିଁ । କାରଣ ନିଜ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି କମ୍ପାନୀ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଏହି ଫୋନକୁ ବୁକ୍ କରିପାରିନଥିଲେ ସେମାନଙ୍କ ପାଇଁ କଂପାନୀ ଆଣିଛି ପୁଣି ଏକ ସୁଯୋଗ । ସୂଚନା ମୁତାବକ, ଜିଓର ଅଫିସିଆଲ ୱେବସାଇଟରେ ‘ଇନଟ୍ରେଷ୍ଟ୍ ରେଜିଷ୍ଟେସନ’ର ଏକ ବିକଳ୍ପ ଫୋନର ପ୍ରଥମ ପର୍ଯ୍ୟାୟର ପ୍ରିବୁକିଂ ସମୟରେ ଦେଇଥିଲା ଯାହାକି ଏବେବି ଚାଲୁରହିଛି । ଯେଉଁଥିରେ ଆପଣ ଆପଣଙ୍କର କିଛି ଡିଟେଲ୍ସ ଦେଇ ନିଜର ଇନଟ୍ରେଷ୍ଟ କଂପାନୀକୁ ଦେଖାଇବାକୁ ପଡିବ ଏବଂ ସପ୍ତାହକ ମଧ୍ୟରେ ଆପଣଙ୍କ ନିକଟକୁ କଂପାନୀ ପକ୍ଷରୁ ଗୋଟିଏ ମେସେଜ ଆସିବ । ଯେଉଁଥିରେ ଏକ ଲିଙ୍କ ଦିଆଯାଇଥିବ । ଯେତେବେଳେ ଆପଣ ସେହି ଲିଙ୍କ ଉପରେ କ୍ଲିକ୍ କରିବେ ସେତେବେଳେ ଗୋଟିଏ କୋଡ ଆପଣଙ୍କର ମୋବାଇଲକୁ ଚାଲି ଆସିବ । ଯାହା ଆପଣଙ୍କୁ ଇନଟ୍ରେଷ୍ଟ ରେଜିଷ୍ଟେସନ ସମୟରେ ଦିଆଯାଇଥିଲା । ଏହାପରେ ଏହି କୋଡକୁ ଆପଣ ନିକଟସ୍ଥ ଜିଓ ଆଉଟଲେଟକୁ ଯାଇ ଦେବାକୁ ପଡିବ । ଏହି କୋଡରୁ ଆପଣଙ୍କୁ ଜିଓ ଫୋନ ମିଳିଯିବ ।

ଯେଉଁମାନେ ଜିଓ ଫୋନର ପ୍ରିବୁକିଂ ପାଇଁ ଇନଟ୍ରେଷ୍ଟ ରେଜିଷ୍ଟସନ କରିଥିବେ ସେମାନଙ୍କୁ ଗୋଟିଏ ଲେଖାଏଁ ମେସେଜ ମିଳିଛି । ଯେଉଁଥିରେ ଉଲ୍ଲେଖ ରହିଛି କି, ‘ଜିଓଫୋନ ପାଇଁ ଇଚ୍ଛୁକତା ଥିବା ନେଇ ଧନ୍ୟବାଦ । ଉପଲବ୍ଧ ହେବା ଦ୍ୱାରା ହିଁ ଆମେ ଆପଣଙ୍କୁ ସୂଚନା ଦେବୁ –ଟିମ୍ ଜିଓ’ । ଏହି ମେସେଜରେ ଗୋଟିଏ ଲିଙ୍କ ବି ଦିଆଯାଇଛି ଯାହା ଗ୍ରାହକଙ୍କୁ ୱେବସାଇଟ୍ ଯାଏଁ ନେଇଯିବ । ପ୍ରିବୁକିଂ ରେଜିଷ୍ଟେସନ ପାଇଁ କଂପାନୀର ସାଇଟକୁ ଯାଇ ନିଜର କିଛି ତଥ୍ୟ ଯେପରି ଆପଣଙ୍କର ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ ପିନ କୋଡ ଦେବାକୁ ପଡିବ । ଏହାପରେ ୟୁଜରଙ୍କ ନିକଟକୁ ଏହାର ଏକ କନଫର୍ମେସନ ମେଲ ଏବଂ ମେସେଜ ଚାଲି ଆସିବ । ଏହି ଫୋନର ପ୍ରିବୁକିଂ ଉଭୟ ଅନଲାଇନ ଏବଂ ଅଫଲାଇନ ତରିକାରେ ବି କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ମାଗଣା ନୁହେଁ ଜିଓ ୪ଜି ଫିଚର୍ ଫୋନ୍ । ଫେରସ୍ତ କଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ । ଫୋନର ଲଂଚ୍ ବେଳେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ୍ ଅମ୍ବାନୀ କହିଥିଲେ ଗ୍ରାହକଙ୍କୁ ଏହି ଫୋନ୍ ମାଗଣାରେ ମିଳିବ । କାରଣ କିଣିବା ସମୟରେ ଗ୍ରାହକ ଦେଇଥିବା ୧୫୦୦ ଟଙ୍କା ତିନି ବର୍ଷ ପରେ ଫେରାଇ ଦିଆଯିବ । କିନ୍ତୁ ଏବେ ୬୦ ଲକ୍ଷ ଗ୍ରାହକଙ୍କୁ ଧୋକ୍କା ଦେଇଛି ଜିଓ । ଏହି ଫୋନ୍ କିଣିଥିବା ଗ୍ରାହକ ତିନିବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୫୦୦ ଟଙ୍କା ରିଚାର୍ଜ କରିବାକୁ ବାଧ୍ୟ । ଯଦି ୩ ବର୍ଷ ମଧ୍ୟରେ ୪୫୦୦ରୁ ଅଧିକ ରିଚାର୍ଜ କରନ୍ତି ତେବେ ଫେରସ୍ତ ବେଳେ ୧୫୦୦ ଟଙ୍କା ପାଇ ପାରିବେ । ଆଉ ଯଦି କୌଣସି ଗ୍ରାହକ ଏହି ରିଚାର୍ଜ କରି ନପାରନ୍ତି ତେବେ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।ଫୋନ୍ ଆଣିବାର ପ୍ରଥମ ବର୍ଷ ମଧ୍ୟରେ ଫେରସ୍ତ କଲେ ଗ୍ରାହକଙ୍କୁ ୧୫୦୦ ଟଙ୍କା ଏବଂ ଅନ୍ୟ ଚାର୍ଜ ଦେବାକୁ ପଡିବ । ଏକ ବର୍ଷ ପରେ ଫେରସ୍ତ କଲେ ୧୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ଚାର୍ଜ ଦେବାକୁ ପଡିବ । ୨ ବର୍ଷ ପରେ ଏବଂ ୩ ବର୍ଷ ଶେଷ ହେବା ପୂର୍ବରୁ ଫେରସ୍ତ କଲେ ୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ଚାର୍ଜ ଦେବାକୁ ପଡିବ । କେବଳ ସେତିକି ନୁହେଁ ଯଦି କୌଣସି ଗ୍ରାହକ ଫୋନ୍ କିଣିବା ପରେ ଏହାକୁ ବ୍ୟବହାର ନକରନ୍ତି ତେବେ ନିଜ ଆଡୁ ଏହାକୁ ଫେରାଇ ନେବାର ରିଲାଏନ୍ସର ଅଧିକାର ଅଛି ।

ଅନ୍ୟପଟେ ରିଲାଏନ୍ସ ଜିଓ ନିଜର ଅଫିସିଆଲ ସାଇଟ୍ ତଥା ଜିଓ ଡଟ୍ କମରେ ଜିଓ ଫୋନକୁ ନେଇ ଜାରି କରିଥିବା ସର୍ତ୍ତଗୁଡିକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କି, ଜିଓ ଫୋନ ୟୁଜର୍ସଙ୍କ ନିକଟରେ ଏହି ଫୋନକୁ ବିକିବା, ଭଡାରେ ଦେବା କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଦେବାର ଅଧିକାର ନାହିଁ । ତେବେ ଜିଓ ଫୋନ କେବଳ ହିଁ କେବେଳ ବ୍ୟକ୍ତଗତ ଭାବେ ବ୍ୟବହାର ପାଇଁ କରାଯିବ ଏବଂ ଏହି ଫୋନର ବ୍ୟବହାର ସରକାର କିମ୍ବା କଂପାନୀ ଦ୍ୱାରା ଜାରି ହୋଇଥିବା ଉଚିତ ତଥା ଅଧିକୃତ ବ୍ୟବହାରର ଦିଗ/ନିର୍ଦ୍ଦେଶ/ସର୍ତ୍ତ ଅନୁସାରେ କରାଯିବ । କଂପାନୀ ସର୍ତ୍ତ ମୁତାବକ, ଜିଓ ଫୋନ ୟୁଜର୍ସ ଫୋନଟିର ଦୁରୁପଯୋଗ, ଫୋନରେ ଥିବା ସଫ୍ଟୱେରରେ କୌଣସି ପ୍ରକାରର ପରିବର୍ତ୍ତନ, ସିମ ଲକ୍ ବ୍ରେକ୍ କିମ୍ବା ଫୋନ ସହ କୌଣସି ବି ପ୍ରକାରର ଅପବ୍ୟବହାର କରିପାରିବେ ନାହିଁ ।