ଜିଓ ଫୋନ ୟୁଜର୍ସଙ୍କୁ ଶକ୍ତ ଧକ୍କା ! ୧,୫୦୦ ଟଙ୍କା ଦେଲା ପରେ ବି ଫୋନର ମାଲିକ ନୁହଁନ୍ତି ଆପଣ

125

ଗତ ରବିବାରରୁ ଆରମ୍ଭ ହୋଇଯାଇଛି ଜିଓ ୪ଜି ଫିଚର ଫୋନର ଡେଲିଭରୀ ପ୍ରକ୍ରିୟା । ହେଲେ ଯଦି ଆପଣ ଜିଓ ଫୋନ ବୁକ୍ କରିଛନ୍ତି ତେବେ ଜିଓର ନୂଆ ସର୍ତ୍ତ ସଂପର୍କରେ ଜାଣିଲେ ଆପଣଙ୍କୁ ଏହା କୌଣସି ଧୋକ୍କାଠାରୁ ବି କମ୍ ଲାଗିବ ନାହିଁ । କାରଣ ନା କଂପାନୀର ଏହି ନୂଆ ସର୍ତ୍ତ ମୁତାବକ, ୧,୫୦୦ ଟଙ୍କା ଦେବାପରେ ବି ଜିଓ ଫୋନ ଆପଣଙ୍କର ହୋଇପାରିବ ନାହିଁ । ତେବେ ଆସନ୍ତୁ ଜାଣିବା କଣ ରହିଛି ଜିଓର ନୂଆ ସର୍ତ୍ତ ।

ରିଲାଏନ୍ସ ଜିଓ ନିଜର ଅଫିସିଆଲ ସାଇଟ୍ ତଥା ଜିଓ ଡଟ୍ କମରେ ଜିଓ ଫୋନକୁ ନେଇ ଜାରି କରିଥିବା ସର୍ତ୍ତଗୁଡିକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କି, ଜିଓ ଫୋନ ୟୁଜର୍ସଙ୍କ ନିକଟରେ ଏହି ଫୋନକୁ ବିକିବା, ଭଡାରେ ଦେବା କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଦେବାର ଅଧିକାର ନାହିଁ । ତେବେ ଜିଓ ଫୋନ କେବଳ ହିଁ କେବେଳ ବ୍ୟକ୍ତଗତ ଭାବେ ବ୍ୟବହାର ପାଇଁ କରାଯିବ ଏବଂ ଏହି ଫୋନର ବ୍ୟବହାର ସରକାର କିମ୍ବା କଂପାନୀ ଦ୍ୱାରା ଜାରି ହୋଇଥିବା ଉଚିତ ତଥା ଅଧିକୃତ ବ୍ୟବହାରର ଦିଗ/ନିର୍ଦ୍ଦେଶ/ସର୍ତ୍ତ ଅନୁସାରେ କରାଯିବ ।

କଂପାନୀ ସର୍ତ୍ତ ମୁତାବକ, ଜିଓ ଫୋନ ୟୁଜର୍ସ ଫୋନଟିର ଦୁରୁପଯୋଗ, ଫୋନରେ ଥିବା ସଫ୍ଟୱେରରେ କୌଣସି ପ୍ରକାରର ପରିବର୍ତ୍ତନ, ସିମ ଲକ୍ ବ୍ରେକ୍ କିମ୍ବା ଫୋନ ସହ କୌଣସି ବି ପ୍ରକାରର ଅପବ୍ୟବହାର କରିପାରିବେ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଜିଓ ଫୋନ ଗୋଟିଏ ସିମ୍ ଲକ୍ ସହିତ ହିଁ ମିଳିବ । ଯାହାର ଅର୍ଥ ହେଲା ଏହି ଫୋନରେ ଆପଣ ଅନ୍ୟ କୌଣସି ସିମ୍ ବ୍ୟବହାର କରିପାରିବେ ନାହିଁ । କଂପାନୀ ନିଜ ସୁବିଧାଅନୁସାରେ ଆଗାମୀ ଦିନମାନଙ୍କରେ ଫୋନଟିରେ ଅନ୍ୟ ନେଟୱର୍କର ସିମକାର୍ଡର ସପୋର୍ଟ ଦେବାକୁ ପ୍ରସ୍ତୁତି ଚଳାଇଛି ।

ତେବେ ଜିଓ ଫୋନ ୟୁଜର୍ସଙ୍କୁ ଫୋନ କିଣିବାର ତିନିବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ଅତି କମରୁ ୧,୫୦୦ଟଙ୍କାର ରିଚାର୍ଜ କରିବାକୁ ହିଁ ପଡିବ । ନଚେତ୍ କଂପାନୀ ନିକଟରେ ଏହି ଅଧିକାର ବି ରହିଛି କି ସେ ଆପଣଙ୍କଠାରୁ କୌଣସି ବି ମୁହୂର୍ତ୍ତରେ ଫୋନଟିକୁ ଫେରସ୍ତ ନେଇପାରିବ ।

ସୌଜନ୍ୟ: ଅମର ଉଜାଲା