ଜିଓ ଫୋନରେ ନିଆଁ ! ଚାର୍ଜିଂ ବେଳେ ଫାଟିଲା ମୋବାଇଲ, କଂପାନୀ କହିଲା ଷଡଯନ୍ତ୍ର

85

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିଜର ଦମଦାର ଅଫର ଏବଂ ଶସ୍ତା ଫୋନକୁ ନେଇ ଚର୍ଚ୍ଚିତ । ଜିଓର ଶସ୍ତା ଫିଚର ଫୋନ ଲଂଚ ହେବା ପରେ ତାକୁ କିଣିବା ଏବଂ ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଦେଖାଦେଇଛି । ଏପରିକି ଏହି ଫୋନର ପ୍ରଥମ ପର୍ଯ୍ୟାୟ ରେଜିଷ୍ଟେସନ ପ୍ରକ୍ରିୟା ଆରମ୍ଭରୁ ହିଁ ଦେଖାଦେଇଥିଲା ସମସ୍ୟା । ରେଜିଷ୍ଟେସନ ଦିନ ହିଁ କଂପାନୀର ୱେବସାଇଟ୍ କ୍ରାସ ହୋଇଯାଥିଲା ଯଦିଓ କିଛି ସମୟ ପରେ ଏହି ପ୍ରକ୍ରିୟାକୁ ପୁର୍ନବାର ଚାଲୁ କରାଯାଇଥିଲା ହେଲେ ଜିଓକୁ ନେଇ ସମସ୍ୟା କେବେ ସମାଧାନ ହୋଇନଥିଲା ।

ଫୋନର ରେଜିଷ୍ଟେସନ ପରେ ମୋବାଇଲଟିକୁ ପାଇବା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । କଂପାନୀ ପ୍ରତିଶ୍ରୁତି ଦେଇଥିବା ନିର୍ଦ୍ଧାରିତ ସମୟରେ ବି ଗ୍ରାହକଙ୍କୁ ମିଳି ପାରିନଥିଲା । ତେବେ ଏସବୁ ପ୍ରସଙ୍ଗ ଆମେ ଏଠାରେ ଆଲୋଚନା କରିବାର ମୁଖ୍ୟ କାରଣ ହେଉଛି ଏବେ ଜିଓ ଫୋନକୁ ନେଇ ପୁଣି ଏକ ସମସ୍ୟା ତଥା ସାଘାଂତିକ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜିଓ ଫୋନ କିଣିଥିବା ଜଣେ ବ୍ୟକ୍ତି ବିଶେଷଙ୍କର ଫୋନଟି ଜଳି ପାଉଁଶ ହୋଇ ଯାଇଛି । ନିକଟରେ ଏକ ଫୋନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଜିଓ ଫୋନଟି ଜଳି ଯାଇଥିବାର ନଜର ଆସିଛି । ତେବେ କାଶ୍ମୀରରେ ଏହି ଘଟଣାଟି ଘଟିଥିବା ଜଣାପଡିଛି । ଫଟୋଟିକୁ ଦେଖି ଯାହା ଅନୁମାନ କରାଯାଉଛି ଫୋନଟି ଚାର୍ଜି ସମୟରେ ହିଁ ବିସ୍ଫୋରଣ ଘଟିଛି । କାରଣ, ଫୋନଟିର ପଛଭାଗଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ହେଲେ ମୋବାଇଲଟିର ଉପରି ଭାଗଟି କିନ୍ତୁ ଭଲ ରହିଛି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ , କଂପାନୀ ପକ୍ଷରୁ ସୂଚନା ମିଳିଛି କି, ସେମାନେ ଉକ୍ତ ଘଟଣା ସଂପର୍କରେ ଅବଗତ ଅଛନ୍ତି । ଏପରିକି ଏହା ଉପରେ ମଧ୍ୟ କଂପାନୀ ଯାଂଚ କରିଛି । ଆଉ ଜାଣିବାକୁ ପାଇଛି କି, ଘଟଣାଟି ସୁପରିକଳ୍ପତ ଅଟେ । ଅର୍ଥାତ୍ ଫୋନଟିକୁ ଜାଣିଶୁଣି ନଷ୍ଟ କରିଦିଆଯାଇଛି ବୋଲି କଂପାନୀ ଦାବି କରିଛି । ତେବେ କେହି କଂପାନୀକୁ ବଦନାମ କରିବା ଉଦ୍ଦେଶ୍ୟ କରିଛି ବୋଲି ମଧ୍ୟ ଜିଓ ଯୁକ୍ତି ବାଢିଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍