ଗ୍ରାହକଙ୍କ ପାଇଁ ଖୁସି ଖବର ! ଶସ୍ତା ପ୍ଲାନର ଅବଧି ବଢାଇଲା ଜିଓ । ଏବେ ୨୫ ନୁହେଁ ବରଂ ୧୫ ଡିସେମ୍ବର ପର୍ଯ୍ୟନ୍ତ ଉଠାଇପାରିବେ ଲାଭ

71

ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର । କାରଣ ନିକଟରେ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଏକ ଖାସ୍ କ୍ୟାସବ୍ୟାକ୍ ଅଫର ଲଂଚ କରିଥିଲା । ଯାହାର ଶେଷ ଅବଧି ୨୫ ନଭେମ୍ବର ଯାଏଁ ରଖାଯାଇଥିଲା ଆଉ ଏହି ଅଫରଟିକୁ କଂପାନୀ ଏବେ ବଢାଇ ୧୫ ଡିସେମ୍ବର ୨୦୧୭ କରିଛି । ଯାହାର ଅର୍ଥ ହେଲା ଆପଣ ୧୫ ଡିସେମ୍ବର ପର୍ଯ୍ୟନ୍ତ ରିଚାର୍ଜ କରାଯାଇଥିବା ଜିଓର କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇ ପାରିବେ । କଂପାନୀ ଏଥିରେ ନିଜ ଗ୍ରାହକମାନଙ୍କୁ ୩୯୯ କିମ୍ବା ତାଠାରୁ ଅଧିକ ରିଚାର୍ଜ ଉପରେ ୨,୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଉଥିଲା । ତେବେ ରିଚାର୍ଜର ଏହି ଅଫର କେବଳ ଅନଲାଇନ ରିଚାର୍ଜ ପାଇଁ ହିଁ ଉଦ୍ଦିଷ୍ଟ ।

ଯଦି ଆପଣ ୩୯୯ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଏହା ଉପରେ ଆପଣଙ୍କୁ ୪୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏଥିରେ ଆପଣଙ୍କୁ ୫୦-୫୦ ଟଙ୍କାର ୮ଟି ଭାଉଚର ମିଳିଥାଏ । ୩୯୯ର ରିଚାର୍ଜ କରିବା ପରେ ଆଗାମୀ ୮ ଥର ରିଚାର୍ଜ ଉପରେ ୫୦ ଟଙ୍କାର ରିହାତି ମିଳିଥାଏ । ଅର୍ଥାତ୍ ୩୯୯ ବାଲା ରିଚାର୍ଜକୁ ଗ୍ରାହକ ୩୪୯ଟଙ୍କାରେ ପାଇବେ । ତେବେ ଏହି ୪୦୦ଟଙ୍କିଆ ଭାଉଚର ଜିଓ ଆପରେ ମିଳିବ । ଅର୍ଥାତ୍ ୪୦୦ଟଙ୍କା ଜିଓ ଆପରେ ହିଁ ମିଳିବ । ୩୦୦ ଟଙ୍କିଆ ମୋବାଇଲ ୱାଲେଟରେ ଏବଂ ବଳକା ଟଙ୍କାର ସଂପିଂ ଭାଉଚର ମିଳିବ । ସେହିପରି ଯଦି ଆପଣ ଅନ୍ୟ କୌଣସି ଡିଜିଟାଲ ୱାଲେଟରୁ ରିଚାର୍ଜ କରୁଛନ୍ତି ତେବେ ମଧ୍ୟ କ୍ୟାସବ୍ୟାକ୍ ମିଳିବ । ମେବିକ୍ୱିକରୁ ଜିଓର ନୂଆ ୟୁଜର୍ସ ୩୯୯ ଟଙ୍କା ରିଚାର୍ଜ କରିବା ସମୟରେ ନିଉଜିଓ କୋଡ ଦିଅନ୍ତି ତେବେ ୩୦୦ଟଙ୍କାର କ୍ୟାସବ୍ୟାକ୍ ମିଳିଯିବ । ଜିଓର ପୁରୁଣା ୟୁଜର୍ସଙ୍କୁ ଜିଓ ୧୪୯ କୋଡ ଦେବାକୁ ପଡିବ । ପୁରୁଣା ୟୁଜର୍ସଙ୍କୁ ୧୪୯ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ଆମାଜନ ପେ’ରୁ ୩୯୯ଟଙ୍କାର ରିଚାର୍ଜ କରିବା ଉପରେ ନୂଆ ୟୁଜର୍ସଙ୍କୁ ୯୯ଟଙ୍କାର କ୍ୟାସବ୍ୟାକ୍ ମିଳିବ ଏବଂ ପୁରୁଣା ୟୁଜର୍ସଙ୍କୁ ୨୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ପେଟିଏମ ଦ୍ୱାରା ଜିଓର ୩୯୯ଟଙ୍କାର ରିଚାର୍ଜ କରିବା ସମୟରେ ନୂଆ ୟୁଜର ‘ନିଉଜିଓ କୋଡ’ ଦେବାଦ୍ୱାରା ୫୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହାବ୍ୟତୀତ ପୁରୁଣା ୟୁଜର୍ସ ପେଟିଏମଜିଓ କୋଡ ଦେବାଦ୍ୱାରା ୧୫ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

ସେହିପରି ଫ୍ଲିପକାର୍ଟ ଫୋନପେ’ରୁ ରିଚାର୍ଜ କରିବା ଉପରେ ଜିଓର ନୂଆ ୟୁଜର୍ସଙ୍କୁ ୭୫ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ପୁରୁଣା ୟୁଜର୍ସଙ୍କୁ ୩୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଆକ୍ସିସ ପେ’ରୁ ରିଚାର୍ଜ କରିବା ଉପରେ ଜିଓର ନୂଆ ୟୁଜର୍ସଙ୍କୁ ୧୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯଦି ଆପଣ ପୁରୁଣା ଅଟନ୍ତି ତେବେ ଆପଣଙ୍କୁ ୩୫ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ସେହିପରି ଫ୍ରିଚାର୍ଜ ଦ୍ୱାରା ରିଚାର୍ଜ କରିବା ଉପରେ ଜିଓର ପୁରୁଣା ୟୁଜର୍ସଙ୍କୁ ଜିଓ୫୦ କୋଡ ଦେଇ ୫୦ଟଙ୍କାର କ୍ୟାସବ୍ୟାକ୍ ମିଳିବ ।