ଜିଓ ୟୁଜର୍ସଙ୍କ ପାଇଁ ବଡ ଖବର ! କଂପାନୀ ଦେଉଛି ଅତିରିକ୍ତ ଡାଟାର ସୁବିଧା, ଆପଣଙ୍କ ଫୋନ ପାଇଁ ରହିଛି କି ଏହି ଅଫର ? ଜାଣନ୍ତୁ ପୂରା ପ୍ରକ୍ରିୟା

69

ମାଗଣା ଡାଟା ଏବଂ ଶସ୍ତା ସ୍ମାର୍ଟଫୋନ ପରେ ରିଲାଏନ୍ସ ଜିଓ ଏବେ ସ୍ମାର୍ଟଫୋନ ଉପରେ ଅତିରିକ୍ତ ଡାଟାର ଅଫର ଭେଟି ଦେଉଛି । ଯାହାର ଲାଭ ଗ୍ରାହକମାନେ ବ୍ୟବହାର କରୁଥିବା ସ୍ମାର୍ଟଫୋନ ଜରିଆରେ ହିଁ ପାଇ ପାରିବେ । ତେବେ ଏଥପାଇଁ ଆପଣଙ୍କୁ ଅନ୍ୟ କାହାର ସହଯୋଗ ନେବାକୁ ପଡିବନାହିଁ ବରଂ ନିଜ ଫୋନରେ ଥିବା ମାଇଜିଓ ଆପରୁ ହିଁ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଜିଓର ଏହି ସୁବିଧା କେଉଁ ସବୁ ସ୍ମାର୍ଟଫୋନରେ ଉପଲବ୍ଧ ।

ମୋବାଇଲରେ ଥିବା ମାଇଜିଓ ଆପକୁ ଆପଣଙ୍କୁ ଓପନ କରିବାକୁ ହେବ । ଏହାପରେ ରିଦିମର ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏଠାରେ କ୍ଲିକ କରିବା ପରେ ଆପଣଙ୍କ ନିକଟକୁ ଏକ୍ସଟ୍ରା ଡାଟା ରିଦିମ କରିବାର ଅପସନ ଚାଲି ଆସିବ । ହେଲେ ଏହି ଏକ୍ସଟ୍ରା ଡାଟା ଆପଣଙ୍କୁ ରିଚାର୍ଜ କରିବା ଉପରେ ହିଁ ଯାଇ ମିଳିବ । ତେଣୁ ଆପଣଙ୍କୁ ଏହି ଡାଟାର ଲାଭ ଉଠାଇବା ପାଇଁ ହେଲେ ସର୍ବନମ୍ନ ୩୦୯ ଟଙ୍କାର ରିଚାର୍ଜ କରିବାକୁ ହେବ । ଆପଣ ଆପଣଙ୍କର ସୁବିଧା ଆନୁସାରେ ୩୦୯ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ରିଚାର୍ଜ ପ୍ୟାକ୍ ମଧ୍ୟ ଚୟନ କରିପାରିବେ ।

Xiaomi Redmi: ସିୟୋମି ରେଡମିର, ସିୟୋମି ରେଡମି-୨, ରେଡମି-୨ ପ୍ରାଇମ, ରେଡମି ନୋଟ୍ ୪ଜି , ରେଡମି ନୋଟ୍ ୪ଜି ପ୍ରାଇମ, ଏମଆଇ ୪ଆଇ, ରେଡମି ନୋଟ୍ ୩, ଏମଆଇ ୫, ଏମଆଇ ମାକ୍ସ, ଏମଆଇ ଆକ୍ସ ପ୍ରାଇମ, ରେଡମି ୩ଏସ, ରେଡମି ୩ଏସ ପ୍ଲସ, ରେଡମି ୩ଏସ ପ୍ରାଇମ, ରେଡମି ନୋଟ୍ ୪, ରେଡମି, ୪ଏ, ରେଡମି ୪ ଏବଂ ଏମଆଇ ଏ୧ ସ୍ମାର୍ଟଫୋନଗୁଡିକରେ ୩୦୮ ଟଙ୍କାର ରିଚାର୍ଜ ଉପରେ ୫ଜିବି ଅତିରିକ୍ତ ଡାଟା ଦିଆଯାଉଛି । ତେବେ ଏହି ଅଫର ୩୧ ମାର୍ଚ୍ଚ, ୨୦୧୮ ଯାଏଁ ରହିଛି ।

Samsung: ୩୦୯ ଟଙ୍କିଆ ସାମସଙ୍ଗ ଗାଲାକ୍ସି ନୋଟ୍-୮, ଗାଲାକ୍ସି ଏସ୮ ଏବଂ ଗାଲାକ୍ସି ଏସ୮ ପ୍ଲସ ଉପରେ ୪୪୮ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଅଫର ରହିଛି । ଏହି ଡାଟା ୩୦୯ ଟଙ୍କାର ରିଚାର୍ଜ ଉପରେ ମିଳିବ । ୮ ରିଚାର୍ଜ ପର୍ଯ୍ୟନ୍ତ ୨୮ ଜିବି ଅତିରିକ୍ତ ଡାଟା ମିଳିବ । ସେହିପରି ସାମସଙ୍ଗର ଅନ୍ୟ ୪ଜି ସ୍ମାର୍ଟଫୋନଗୁଡିକ ଉପରେ ୧୮୦ ଜିବି ଅତିରିକ୍ତ ଡାଟା ଦିଆଯାଉଛି ।

Motorola: ମୋଟୋ ଜେଡ୍ ପ୍ଲେ, ମୋଟୋ ଜେଡ୍-୨ ପ୍ଲେ ଉପରେ ୩୦୯ ଟଙ୍କାର ୬ ଥର ରିଚାର୍ଜ ଉପରେ ୧୦ ଜିବି ଏକ୍ସଟ୍ରା ଡାଟା ଦିଆଯାଉଛି । ଏହାବ୍ୟତୀତ ମୋଟୋ ସି, ମୋଟୋ ଇ, ମୋଟୋ ଏମ, ମୋଟୋ ଇ-୩ ପାୱାର, ମୋଟୋ ଜି୪ ପ୍ଲେ, ମୋଟୋ ଜି -୫ ପ୍ଲସ, ମୋଟୋ ଜି୫ଏସ ଏବଂ ମୋଟୋ ଜି୫ଏସ ପ୍ଲସ ଉପରେ ୫ଜିବି ଏକ୍ସଟ୍ରା ଡାଟା ଦିଆଯାଉଛି । ତେବେ ଏହି ଅଫର ୩୧ ମାର୍ଚ୍ଚ ୨୦୧୮ ଯାଏଁ ରହିଛି ।

Vivo: ଭିଭୋ ଭି-୭ ଏବଂ ଭି-୭ ପ୍ଲସ ଉପରେ ୧୦ ଜିବି ଅତିରିକ୍ତ ଡାଟା ମିଳୁଛି । ଏହି ଆଫର ୩୧ ମାର୍ଚ୍ଚ ୨୦୧୮ ଯାଏଁ ରହିଛି । ଭିଭୋ ଏକ୍ସ୫ ମାକ୍ସ ଏବଂ ଭି୫ ପ୍ଲସ କିଣିବା ଉପରେ ୩୦୯ ଟଙ୍କାର ୬ ଥର ରିଚାର୍ଜ ଉପରେ ୧୦ ଜିବି ଅତିରିକ୍ତ ଡାଟା ଦିଆଯାଉଛି । ଏହାଛଡା ଭିଭୋ ୱାଇ୨୧ଏଲ, ୱାଇ୨୧ଏଲ, ୱାଇ୨୭ଏଲ, ୱାଇ୫୧ଏଲ,ଭି ୧, ଭି୧ମାକ୍ସ , ଭି୩, ଭି୩ମାକ୍ସ, ଏକ୍ସ୫ପ୍ରୋ, ଏଳ୍ସସର୍ଟ, ୱାଇ୫୫ଏଲ, ଭି୫, ୱାଇ୫୩, ୱାଇ୫୫ଏସ, ୱାଇ୬୬, ଭି୫ଏସ ଏବଂ ୱାଇ୬୯ କିଣିବା ଉପରେ ୬ ରିଚାର୍ଜ ଉପରେ ୭ଜିବି ଡାଟା ଦିଆଯାଉଛି ।

Oppo: ଓପୋ ଏଫ୫, ଏଫ୫ ୟୁଥ୍ , ଏଫ୧ ପ୍ଲସ, ଏଫ୩ ଏବଂ ଏଫ ୩ପ୍ଲସ କିଣିବା ଉପରେ ଜିଓ ୟୁଜର୍ସଙ୍କୁ ୧୦୦ଜିବି କମ୍ଲିମେଂଟ୍ରି ଡାଟା ଦିଆଯାଉଛି । ଏହି ଡାଟା ୩୦୯ ଟଙ୍କାର ୧୦ ଥର ରିଚାର୍ଜ ଉପରେ ପ୍ରତିଥର ୧୦ଜିବି ଅତିରିକ୍ତ ଡାଟା ରୂପରେ ମିଳିବ । ଓପୋ ଏଫ୧ଏସ, ଏ୩୩ଏଫ, ଏ୩୭ଏଫ, ଏ୩୭ଏଫଡବ୍ଲୁ, ଏ୫୭, ଏ୭୧ ସ୍ମାର୍ଟଫୋନ ଉପରେ ୩୦୯ ଟଙ୍କାର ୬ଥର ରିଚାର୍ଜ ଉପରେ ୧୦ ଜିବି ଅତିରିକ୍ତ ଡାଟା ମିଳିବ ।

ସୌଜନ୍ୟ: ଜନସତ୍ତା