କାଲି ନୁହେଁ ବରଂ ଆଜି ହିଁ ଆରମ୍ଭ ହେଉଛି ଜିଓର ‘ମନସୁନ ହଙ୍ଗାମା ଅଫର’ ! କୌଣସି ବି ପୁରୁଣା ଫୋନ ଦେଇ ମାତ୍ର ୫୦୧ ଟଙ୍କାରେ ପାଇପାରିବେ ଜିଓ ଫୋନ, ଜାଣନ୍ତୁ ପୂରା ପ୍ରକ୍ରିୟା

116

ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଗୋଟିଏ ଦିନ ପୂର୍ବରୁ ତଥା ୨୧ ଜୁଲାଇ ପରିବର୍ତ୍ତେ ୨୦ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଜି ସଂଧ୍ୟା ୫ଟା ୧ମିନିଟରୁ ଜିଓର ଏହି ଅଫରଟିକୁ ଆରମ୍ଭ କରିଦିଆଯିବ । ତେବେ ଏଭଳି ଟାଇମିଂର ରଖାଯିବାର ଏକମାତ୍ର ଉଦ୍ଦେଶ୍ୟ ହେଲା କି ଜିଓ ଫୋନର ନୂଆ ମୂଲ୍ୟ ଯାହା ୫୦୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଗତ ୫ ତାରିଖରେ ରିଲାଏନ୍ସ ଜିଓର ଅନୁଷ୍ଠିତ ହୋଇଥିବା ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଏହି ପ୍ଲାନଟିର ଘୋଷଣା କରିବା ସହ ୨୧ ଜୁଲାଇରୁ ଏହି ପ୍ଲାନକୁ ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

ମନସୁନ ହଙ୍ଗାମା ଅଫର

କୌଣସି ବି ଗ୍ରାହକ କୌଣସି ବି କଂପାନୀର ପୁରୁଣା ଫିଚର ଫୋନକୁ ଦେଇ ୫୦୧ ଟଙ୍କାରେ ନୂଆ ଜିଓ ଫୋନ ନେଇପାରିବେ । ଏହା ନନ ରିଫଣ୍ଡେବୁଲ ସ୍କିମ ଅଟେ । ବିନା ଏକ୍ସଚେଂଜର ଜିଓ ଫନୋ ପୂର୍ବ ଭଳି ୧,୫୦୦ ଟଙ୍କାରେ ହିଁ ମିଳିବ । ଯାହାକି ରିଫଣ୍ଡେବୁଲ ସ୍କିମ ଅଟେ । ତେବେ ଜିଓ ଫୋନ ଏକ ବେସିକ ସ୍ମାର୍ଟଫୋନ । ଏହା ୪ଜି ଇଏନାବୁଲ୍ଡ । ଏଥିରେ ଆପ୍ ଗୁଡିକୁ ଚଲାଇ ପାରିବେ, ୪୧ତମ ସମ୍ମିଳନୀରେ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ଏବଂ ଝିଅ ଇଶା ଅମ୍ବାନୀ କହିଛନ୍ତି କି, ଜିଓ ଫୋନରେ ୧୫ ଅଗଷ୍ଟରୁ ୟୁଟ୍ୟୁବ, ଫେସବୁକ, ହ୍ୱାଟସଆପ ଫେସିଲିଟି ମଧ୍ୟ ଆରମ୍ଭ ହୋଇଯିବ । ଯାହାକୁ ଆପଣ ତିନୋଟି ଭଏସ କମାଣ୍ଡ ଜରିଆରେ ଅପରେଟ କରିପାରିବେ । ଏହି ସୁବିଧା ପୁରୁଣା ଜିଓ ଫୋନ ଗ୍ରାହକଙ୍କୁ ବି ମିଳିବ ।

ଜିଓ ଫୋନରେ ଦୁଇଟି ନୂଆ ଫିଚର୍ସ

ଏଥିରେ QWERTY କିପେଡ୍ ସହିତ . ଇଂଚର QVGA ଡିସପ୍ଲେ ଦିଆଯାଇଛି ଏହାର ବ୍ୟାଟେରୀ ,୦୦୦ ଏମଏଏଚ୍ ଏହି ଫୋନ୍ ମୂଲ୍ୟ ,୯୯୯ ଟଙ୍କା ଏହା ୧୫ ଅଗଷ୍ଟରୁ ମିଳିବ ଏହାର ଇଫେକ୍ଟିଭ ପ୍ରାଇସ୍ ୫୦୧ ଟଙ୍କା

ଏହି ଫୋନ୍ ରେ ବ୍ଲାକବୋରୀ ଫୋନ ଭଳି ନେଭିଗେସନର ଦିଆଯାଇଛି ଏଥିରେ ଦୁଇଟି ସିମକାର୍ଡ ଲଗାଇପାରିବା ଏହି ଫୋନ୍ KaiOS ରେ ଚାଲେ ମେମୋରୀ ୱେରିଣ୍ଟ କଥା କହିବା ଯଦି ଏଥିରେ ୫୧୨ଏମବି ରେମ ସହିତ ଜିବି ଇଂଟରନାଲ ମେମୋରୀ ଦିଆଯାଇଛିି ଏଥିରେ ମାଇକ୍ରୋ ଏସଡି କାର୍ଡର ସପୋଟ ର୍ ବି ଦିଆଯାଇଛି ଯାହା ଜରିଆରେ ୧୨୮ଜିବି ପର୍ଯ୍ୟନ୍ତ ମେମୋରୀ ବୃଦ୍ଧି କରାଯାଇପାରିବ

• KaiOS ନିକଟରେ ଗୁଗଲ ସହିତ ପାର୍ଟନରସିପ୍ କରିଛି ସେଥିପାଇଁ ଗୁଗଲର ଆପ ଏହି ଫୋନ୍ ରେ ଚାଲିବ ଏହି ଫୋନ୍ ରେ ଫଟୋଗ୍ରାଫି ପାଇଁ ମେଗାପିକ୍ସଲ ରିୟର କ୍ୟାମେରା ଦିଆଯାଇଛି ଯେବେକି ସେଲଫି ପାଇଁ ଏଥିରେ VGA ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ରିୟର କ୍ୟାମେରାରେ ଏଲଇଡି ଫ୍ଲାଶ ବି ଦିଆଯାଇଛି

କନେକ୍ଟିଭିଟି ପାଇଁ ଏଥିରେ 4G VoLTE   ଏବଂ VoWiFI ସହିତ ଏଫଏମ ରେଡିଓ, ୱାଇଫାଇ, ଜିପିଏସ୍ ଏନଏଫସି ସପୋର୍ଟ ଦିଆଯାଇଛି ଏଥିପାଇଁ କମ୍ପାନୀ ଅପଗ୍ରେଡ ଅଫର୍ ବି ରଖିଛି ଯାହା ଅଧିନରେ ପୁରୁଣା ଜିଓ ଫୋନ୍ କୁ ୫୦୧ ଟଙ୍କା ଦେଇ କି ନୂଆ ଜିଓ ଫୋନ୍ ନେଇପାରିବେ ତଥାପି ୫୦୧ ଟଙ୍କା ଇଫେକ୍ଟିଭ ପ୍ରାଇସ୍
ଏହି ନୂଆ ଜିଓ ଫୋନ୍ ରେ ହ୍ୱାଟସଆପ୍, ଫେସବୁକ୍ ଗୁଗଲ ସହିତ ଗୁଗଲର ଆପ୍ କାମ କରିବ ଏବେ ପୁରୁଣା ଜିଓ ଫୋନ୍ ରେ ବି ହ୍ୱାଟସଆପ୍, ୟୁଟ୍ୟୁବ ଫେସବୁକ୍ ସପୋର୍ଟ ମିଳିବ

୧୫ ବର୍ଷ ପରେ ପୁଣି ଥରେ ୫୦୧ ଟଙ୍କାରେ ମୋବାଇଲ

ରିଲାଏନ୍ସ ୨୦୦୩ରେ ମଧ୍ୟ ୫୦୧ ଟଙ୍କାରେ ସିଡିଏମଏ ମୋବାଇଲ ଫୋନ ଲଂଚ କରିଥିଲା । ସେ ସମୟରେ ମଧ୍ୟ କଂପାନୀର ଏହି ଅଫରଟିର ନାଁ ରଖାଯାଇଥିଲା ମନସୁନ ହଙ୍ଗାମା ଅଫର । ଏହି ଅଫର ପରେ କଂପାନୀର ସେୟାର ମାର୍କେଟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଏବଂ ବାକି ଟେଲିକମ କଂପାନୀଗୁଡିକ ପାଇଁ ସମସ୍ୟା ଭାବେ ଠିଆ ହୋଇଯାଇଥିଲା । ସେ ସମୟରେ ମଧ୍ୟ ରିଲାଏନ୍ସ ଇନଫୋକମ ମୁକେଶ ଅମ୍ବାନୀଙ୍କ ପାଖରେ ଥିଲା । ୨୦୦୫ରେ ଦୁଇ ଭାଇଙ୍କୁ ଅଲଗା ହେବା ପରେ ଇନଫୋକୋମ ଅନୀଲ ଅମ୍ବାନୀ ପାଖରେ ଚାଲିଯାଇଥିଲା ଏବଂ ପରବର୍ତ୍ତୀ ତାର ନାଁ ରିଲାଏନ୍ସ କମ୍ୟୁନିକେସନ କରିଦିଆଯାଇଥିଲା ।