ଜିଓ ସିମ୍ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଛୋଟିଆ କାମ, ଆକର୍ଷଣୀୟ ଉପହାର ସହ ମିଳିବ କିଙ୍ଗଖାନଙ୍କୁ ଭେଟିବାର ସୁଯୋଗ

603

ଯଦି ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି ଏବଂ ଆପଣ ବଲିଉଡ ସୁପରଷ୍ଟାର ତଥା ଶାହରୁଖ ଖାନଙ୍କ ସହ କିଛି ସମୟ ବିତାଇବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କର ଏହି ସ୍ୱପ୍ନକୁ ସାକାର କରିପାରନ୍ତି ମୁକେଶ ଅମ୍ବାନୀ । ଆଜ୍ଞା ହଁ ! ଜିଓ ନିଜ ଗ୍ରାହକଙ୍କ ପାଇଁ ଏକ ଶାନଦାର ଅଫର ଆଣିଛି । ଯେଉଁଥିରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ଶାହରୁଖ ଖାନଙ୍କୁ ଭେଟିବାର ସୁଯୋଗ ଦିଆଯିବ । ଏଥି ସହିତ ହିଁ ଅନେକ ପୁରସ୍କାର ମଧ୍ୟ ଦିଆଯିବ । ତେବେ ଆସନ୍ତୁ ଜାଣିବା ଜିଓର ଏହି ଅଫର ସଂପର୍କରେ ..

କଣ ଏହି ଅଫର

ଏହି ଅଫରର ଲାଭ କେବଳ ଜିଓ ସିମ ବ୍ୟବହାରକାରୀଙ୍କୁ ହିଁ ମିଳିବ । ଯଦି ଆପଣ ଜିଓର ଗ୍ରାହକ ଅଟନ୍ତି ଏବଂ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସର୍ବ ପ୍ରଥମେ ‘ମାଇ ଜିଓ’ ଆପ ଡାଉନଲୋଡ କରିବାକୁ ପଡିବ । ଏଥିରେ ଆପଣଙ୍କୁ ଶାହରୁଖ ଖାନଙ୍କୁ ଭେଟିବାର ନେଇ ଏକ ପ୍ରତିଯୋଗୀତା ନଜର ଆସିବ । ସର୍ବପ୍ରଥମେ ଆପଣଙ୍କୁ ଏହା ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଏଠାରେ ଏକ ପେଜ ଓପନ ହେବ,ଯେଉଁଥିରେ ଆପଣଙ୍କୁ ଶାହରୁଖଙ୍କୁ ଭେଟିବାକୁ କଣ ସବୁ କରିବାକୁ ପଡିବ ଏନେଇ କୁହାଯାଇଥିବ ।

ଭାଗ ନେବେ କିପରି

ଯଦି ଆପଣ ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ବନ୍ଧୁଙ୍କୁ ଜିଓ ନେଟୱର୍କ ଜଏନ କରିବା ପାଇଁ ଇନଭାଇଟ ମେସେଜ ପଠାଇବାକୁ ହେବ ଏବଂ ଏହାପରେ ଯଦି ଆପଣଙ୍କର କୌଣସି ବନ୍ଧୁ ଜିଓ ସିମ୍ କିଣନ୍ତି ତେବେ ତାଙ୍କୁ ଏବଂ ଆପଣଙ୍କୁ ତଥା ଉଭୟଙ୍କୁ ଶାହରୁଖଙ୍କୁ ଭେଟିବାର ସୁଯୋଗ ମିଳିବ ।

ପୁରସ୍କାର ବି ମିଳିବ

ଏହି ପ୍ରତିଯୋଗୀତାରେ ଭାଗ ନେଲେ ଖାଲି ଯେ ଶାହରୁଖଙ୍କୁ ଭେଟିବାର ସୁଯୋଗ ଦିଆଯିବ ତାହା ନୁହେଁ ବରଂ ଏଥିରେ ଆପଣଙ୍କୁ ଅନେକ ଆକର୍ଷଣୀୟ ପୁରସ୍କାର ବି ଦିଆଯିବ । ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ମୁଭି ଟିକେଟ, ୧୦୦ ଟଙ୍କିଆ ଡାଟା ଭାଉଚର ମଧ୍ୟରୁ କୌଣସି ବି ଗୋଟିଏ ଉପହାର ମିଳିପାରେ । ଏହାବ୍ୟତୀତ ଭଳି ଟପ EaseMy Trip, AJIO.com, Faasos, VLCC, Shopclues, Oyo, Puma, Lenskartବ୍ରାଣ୍ଡର ଡିସକାଉଂଟ କୁପନ ବି ମିଳିପାରେ ।

ପ୍ରତିଯୋଗୀତାରେ ଭାଗ ନେବାର ପୂରା ପ୍ରକ୍ରିୟା

ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କୁ Participate Now ଉପରେ କ୍ଲିକ୍ କରିବାକୁ ହେବ । ଏହା ପରେ ଏଠାରେ ଏକ ପେଜ ଖୋଲିବ, ଯେଉଁଥିରେ ଆପଣଙ୍କ ଏକ ମେସେଜ ଲେଖା ହୋଇଥିବ, ଯାହାକୁ ଆପଣଙ୍କୁ ଆପଣଙ୍କର କନଟାକ୍ଟ ଲିଷ୍ଟରେ ଥିବା ଅତି କମରେ ୧୦ ଲୋକଙ୍କୁ ପଠାଇବାକୁ ପଡିବ ।