ଜିଓର ନୂଆ ଧମାକା ! ୬୪,୦୦୦ ଟଙ୍କାର ଆଇଫୋନ ୮କୁ ଦେଉଛି ମାତ୍ର ୧୬ ହଜାର ଟଙ୍କାରେ

70

ଆଜିଠାରୁ ଆରମ୍ଭ ହେଲା ଆପଲ ଆଇଫୋନ ୮ ଏବଂ ୮ପ୍ଲସର ପ୍ରି ବୁକିଂ ପ୍ରକ୍ରିୟା ଏବଂ ଏହି ଫୋନର ଡେଲିଭରୀ ତାରିଖ ରହିଛି ୨୨ ସେପ୍ଟେମ୍ବର । ଏହି ଫୋନ ସହିତ ରିଲାଏନ୍ସ ଜିଓ ମଧ୍ୟ ଭେଟି ଦେଇଛି ଏକ ଦମଦାର ଅଫର । ସୂଚନା ମୁତାବକ, ଜିଓ ଆଇଫୋନ ୮କୁ ମାତ୍ର ୧୬,୨୦୦ ଟଙ୍କାରେ ଗୋଟିଏ ବର୍ଷ ପାଇଁ ଦେଉଛି । ଯାହାକି ୬୪ଜିବି ଏବଂ ୨୫୬ଜିବିର ଇଂଟରନେଟ ମେମୋରି ସହିତ ହିଁ ବଜାରକୁ ଆସୁଛି ।

କଣ ରହିଛି ବିଶେଷ ପ୍ଲାନ

ଜିଓ ଅଫରର ଲାଭ ଏହି ଫୋନ ସହିତ ଉଠାଇବା ପାଇଁ ଆପଣଙ୍କୁ ଫୋନର ପ୍ରି ବୁକିଂ ରିଲାଏନ୍ସ ଡିଜିଟାଲ ଆଉଟଲେଟ୍, ଜିଓ ଷ୍ଟୋର କିମ୍ବା ରିଲାଏନ୍ସ ଜିଓ ୱେବସାଇଟରୁ ଯାଇ କରିବାକୁ ପଡିବ । ଯଦିଓ ବର୍ତ୍ତମାନ ଜିଓର ୱେବସାଇଟରେ ପ୍ରି ବୁକିଂର ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ତେବେ ଏହି ଅଫର ଆଧାରରେ ଆଇଫୋନ ୮ର ୬୪ଜିବି, ୨୫୬ଜିବି ଏବଂ ୮ ପ୍ଲସର ୬୪ ଜିବି, ୨୫୬ଜିବି ମଡେଲ କିଣି ପାରିବେ । ତେବେ ଆଇଫୋନ ୮ର ୬୪ଜିବି ମଡେଲର ଦାମ ୬୪,୦୦ ଟଙ୍କା ରହିଥିବାବେଳେ ୮ ପ୍ଲସର ଦାମ ରହିଛି ମାତ୍ର ୮୬,୦୦ ଟଙ୍କା । ଏଥି ସହିତ ୨୨ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ମଧ୍ୟରେ ସିଟି ବ୍ୟାଙ୍କର କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିବା ଉପରେ ୧୦,୦୦୦ଟଙ୍କାର କ୍ୟାସବାକ୍ ମଧ୍ୟ ମିଳିବ । ଅର୍ଥାତ୍ ମାତ୍ର ୫୪ ହଜାର ଟଙ୍କାରେ ଆପଣ କିଣିପାରିବେ ଆଇଫୋନ ୮ ଏବଂ ୮ ପ୍ଲସ୍ ।

ସେହିପରି ଫୋନ ସହିତ ରିଲାଏନ୍ସ ଜିଓ ଦେଉଛି ଏକ ଦମଦାର ଅଫର । ଯଦି ଆପଣ ଏହି ଫୋନକୁ ରିଲାଏନ୍ସ ଡିଜିଟାଲ ଆଉଟଲେଟ୍, ଜିଓ ଷ୍ଟୋର କିମ୍ବା ରିଲାଏନ୍ସ ଜିଓ ୱେବସାଇଟରେ କିଣୁଛନ୍ତି ତେବେ ଜିଓ ଏହି ଫୋନକୁ ଏକ ବର୍ଷ ପରେ ୭୦ ପ୍ରତିଶତ ମୂଲ୍ୟରେ ଫେରସ୍ତ ନେଇଯିବ । ଅର୍ଥାତ୍ ଯଦି ଆପଣ ଏହି ଫୋନକୁ ମାତ୍ର ୫୪ ହଜାର ଟଙ୍କାରେ କିଣୁଛନ୍ତି ତେବେ ଗୋଟିଏ ବର୍ଷ ପରେ ଜିଓ ୩୭, ୮୦୦ ଟଙ୍କାରେ ଫୋନଟିକୁ ଫେରସ୍ତ ନେଇଯିବ ।

ଖାଲି ସେତିକି ନୁହେଁ, ଏହି ଫୋନଟି ଆପଣଙ୍କୁ ଗୋଟିଏ ବର୍ଷ ପାଇଁ କେବଳ ୧୬,୨୦୦ ଟଙ୍କାରେ ମିଳିଯିବ । ଯଦି ଆପଣ ଆଇଫୋନ ୮ର ୨୫୬ଜିବି ମଡେଲ କିଣୁଛନ୍ତି ତେବେ ଏହା ବଦଳରେ ଜିଓ ଆପଣଙ୍କୁ ବର୍ଷ ପରେ ୬୦,୨୦୦ ଟଙ୍କା ଦେବ । ଯାହାର ମୂଲ୍ୟ ରହିଛି ମାତ୍ର ୮୬,୦୦ ଟଙ୍କା ।

ହେଲେ ଏଥିପାଇଁ କିନ୍ତୁ ଜିଓ ଗୋଟିଏ ସର୍ତ୍ତ ରହିଛି ଆଉ ଏହି ସର୍ତ୍ତଟି ହେଲା, ଏଥିରେ ଆପଣଙ୍କୁ ଗୋଟିଏ ବର୍ଷ ଯାଏଁ କେବଳ ରିଲାଏନ୍ସ ଜିଓର ସିମ୍ କାର୍ଡ ହିଁ ବ୍ୟବହାର କରିବା ପଡିବ । ଜିଓ ଆଇଫୋନ ୮ ଏବଂ ୮ ପ୍ଲସ ପାଇଁ ମଧ୍ୟ ଏକ ଅଫର ପ୍ଲାନ ଭେଟି ଦେଇଛି । ତେବେ ୭୯୯ ଟଙ୍କାର ଅଫର ପ୍ଲାନରେ ୨୮ ଦିନ ପାଇଁ ଅସୀମ କଲିଂ , ମେସେଜ, ଜିଓ ଆପ ସବସ୍କ୍ରିପସନ ଏବଂ ୯୦ ଜିବି ଡାଟାର ସୁବିଧା ଦେଉଛି । ଏହି ପ୍ଲାନ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

ସୌଜନ୍ୟ: ଜନସତ୍ତା