ପୁଣି ଇତିହାସ ରଚିଲା ଜିଓ ! ଲଂଚ କଲା ଟେଲିକମ୍ ଜଗତର ସବୁଠୁ ବଡ ଅଫର, ୩୧ ମାର୍ଚ୍ଚ ଯାଏଁ ମିଳିବ ସୁବିଧା

64

ପୁଣି ଇତିହାସ ରଚିଲା ଜିଓ । ଲଂଚ କଲା ଟେଲିକମ ଜଗତର ସବୁଠାରୁ ବଡ ଅଫର । ବଡ କଥା ହେଲା, ଜିଓର ଏହି ଅଫରଟି ଲଂଚ ହେବା ପରେ ପରେ ଏବେ ବାକି କଂପାନୀମାନଙ୍କର ଚିନ୍ତା ବଢି ଯାଇଛି ।

ସୂଚନା ମୁତାବକ, ଭାରତରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ ଉପରେ ଜିଓ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ଦେବାକୁ ଘୋଷଣା କରିଛି । ଯାହାର ଅର୍ଥ ହେଲା, ଯଦି ଆପଣ ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ୨୦୧୮ ମଧ୍ୟରେ କୌଣସି ବି ସ୍ମାର୍ଟଫୋନ କିଣିବେ ତେବେ ତା ଉପରେ ଆପଣଙ୍କୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ସେହିପରି ଅନ୍ୟ ଅର୍ଥରେ କହିଲେ, ଯଦି ଆପଣ ୬,୯୯୯ ଟଙ୍କାର କୌଣସି ଫୋନ କିଣନ୍ତି ତେବେ କ୍ୟାସବ୍ୟାକ୍ ପରେ ଫୋନଟିର ଦାମ ମାତ୍ର ୪, ୭୯୯ଟଙ୍କା ହୋଇଯିବ । ତେବେ ଆସନ୍ତୁ ଜାଣିବା ଜିଓର ଏହି ଅଫର ସଂପର୍କରେ ଅଧିକ ସୂଚନା ।

ସର୍ବ ପ୍ରଥମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଜିଓର ଏହି ଐତିହାସିକ ଅଫରଟିର ନାଁ ରହିଛି ‘ଫୁଟବଲ୍ ଅଫର’ । ଯାହାକି ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏହି ଅଫର ପରିସରରେ ଜିଓ ନେଟୱର୍କ ସହିତ ଜଡିତ ଥିବା ନୂଆ ସ୍ମାର୍ଟଫୋନ ଉପରେ କଂପାନୀ ୨୦୦ଟଙ୍କାର ଇନଷ୍ଟାଂଟ କ୍ୟାସବ୍ୟାକ ଦେବ । ହେଲେ ଏଥିପାଇଁ ଆପଣଙ୍କୁ ନୂଆ ଫୋନରେ ଜିଓ ସିମ୍ ପକାଇବାକୁ ହେବ ଆଉ ପ୍ରଥମ ରିଚାର୍ଜ ୧୯୮ ଟଙ୍କା କିମ୍ବା ୨୯୯ ରିଚାର୍ଜ କରିବାକୁ ପଡିବ । ଏହାପରେ ଆପଣଙ୍କୁ ୫୦ ଟଙ୍କାର ୪୪ଟି ରିଚାର୍ଜ ଭାଉଚର ମିଳିବ । ଯାହାକି ଆପଣଙ୍କ ‘ମାଇ ଜିଓ ଆପ’ରେ ଜମା ହୋଇଯିବ । ତେବେ ଜିଓ ଫୁଟବଲ ଅଫରଟି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ।

ଏବେ ଆସନ୍ତୁ ନଜର ପକାଇବା କେଉଁ ସ୍ମାର୍ଟଫୋନ ଉପରେ ମିଳୁଛି କ୍ୟାସବ୍ୟାକ

ଦେଶରେ ବିକ୍ରି ହେଉଥିବା ପାଖାପାଖି ସମସ୍ତ ସ୍ମାର୍ଟଫୋନ ଉପରେ ଏହି ଅଫରଟି ଲାଗୁ ଅଟେ, ମାତ୍ର ସ୍ମାର୍ଟଫୋନରେ ୪ଜି ସପୋର୍ଟ ଥିବା ନିହାତି ଜରୁରୀ । ତେବେ ଏହି ତାଲିକାରେ LYF, Samsung, Xiaomi, Motorola, Micromax, Huawei, Nokia, 10.or (Amazon), Blackberry, Asus, Panasonic, LG, Intex, Alcatel, Comio, Jivi, Celkon, Swipe, Ziox, Zen, iVoomi  ଏବଂ Centric ଭଳି ସ୍ମାର୍ଟଫୋନଗୁଡିକର ନାଁ ଆଦି ସାମିଲ ରହିଛି ।