ପୁଣି ଇତିହାସ ରଚିବ ଜିଓ ! ବଜାରକୁ ଆଣିବ ୫ଜି ସିମ୍, ବର୍ଷକ ଯାଏ ଗ୍ରାହକଙ୍କୁ ମିଳିବ ସବୁକିଛି ମାଗଣା, ଜାଣନ୍ତୁ କିପରି ପାଇବେ ଏହି ସିମ୍

127

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିଜର ଶସ୍ତା ଡାଟା ଏବଂ ୪ଜି ଫିଚର ଫୋନ ପାଇଁ ବେଶ୍ ଚର୍ଚ୍ଚିତ । ପ୍ରତିଦିନ ନୂଆ ନୂଆ ଶସ୍ତା ଡାଟା ପ୍ଲାନ ଲଂଚ କରି ଜିଓ ବାକି ଟେଲିକମ କଂପାନୀମାନଙ୍କୁ ଦେବାଳିଆ ପରିସ୍ଥିତିରେ ଠିଆ କରିଦେଇଛି । ନିକଟରେ ୪ ଜି ସେବା ଲଂଚ କରିବା ସହ ବର୍ଷକ ପାଇଁ ମାଗଣା ଡାଟା ଯୋଗାଇ ଦେବା ଭଳି ସୁବିଧା ଉପଲବ୍ଧ କରାଇବା ପରେ ଜିଓ ଏବେ ୫ଜି ସେବା ଲଂଚ କରିବା ନେଇ ଯୋଜନା ଚଳାଇଛି । ଖୁବ୍ ଶୀଘ୍ର ହିଁ ଜିଓ ୫ଜି ସେବା ଉପଲବ୍ଧ କରାଇବା ନେଇ ସୂଚନା ଦେଇଛି । ବଡ କଥା ହେଲା କି, ଜିଓର ଏହି ୫ଜି ସେବା ଅନୁରୁପ ୪ଜି ସେବା ଭଳି ତଥା ଲଂଚ କରିବା ପରେ ବର୍ଷକ ପାଇଁ ମାଗଣାରେ ସବୁକିଛି ଉପଲବ୍ଧ କରାଇବ ।

ସୂଚନା ମୁତାବକ, ଅଧିକାଂଶ ୪ଜି ନେଟ୍ ବ୍ୟବହାରକାରୀଙ୍କ ଅଭିଯୋଗ ରହିଛି କି, ୪ଜି ନେଟୱର୍କ ବାରମ୍ବାର ସ୍ଲୋ ହୋଇଯାଉଛି । ଯାହାଦ୍ୱାରା ଗ୍ରାହକଙ୍କୁ ଅନେକ ସମସ୍ୟା ଦେଇ ଗତିକରିବାକୁ ପଡୁଛି । ତେଣୁ ଗ୍ରାହକଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଜିଓ ଏବେ ୫ଜି ସିମ ଲଂଚ କରିବାକୁ ଯାଉଛି । ଯେଉଁଥିରେ ଗ୍ରାହକଙ୍କୁ ବର୍ଷକ ପାଇଁ ସବୁକିଛି ମାଗଣାରେ ମିଳିବ ।

jio

ଆପଣଙ୍କୁ ଜଣା ଥିବ କି, ଯେତେବେଳେ ରିଲାଏନ୍ସ ଜିଓ ନିଜ ସିମ୍ ଲଂଚ କରିଥିଲା ସେତେବେ ବର୍ଷକ ପାଇଁ ମାଗଣାରେ ଡାଟା ଉପଭୋକ୍ତାଙ୍କୁ ଉପଲବ୍ଧ କରାଇଥିଲା , ଯେଉଁଥିରେ ସମସ୍ତ କଂପାନୀ ଏ ଯାବତ୍ ନିଜର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫରମାନ ଲଂଚ କରିବାରେ ଲାଗିଛନ୍ତି । ଜିଓ ଖୁବ୍ ଶୀଘ୍ର ୫ଜି ଲଂଚ କରିବାକୁ ଯାଉଛି ଏବଂ ଲଂଚ କରିବା ସହିତ ବର୍ଷକ ପାଇଁ ପୁଣି ଥରେ ୫ଜିବି ଡାଟା ଉପଭୋକ୍ତାଙ୍କୁ ପ୍ରଦାନ କରିବ ଆଉ ଯାହାର ସ୍ପିଡ ରହିବ ୪ଜି ତୁଳନାରେ ୧୦ ଗୁଣା ଅଧିକ । ଯଦି ଜିଓର ଏହି ନୂଆ ସିମ୍ ବିଷୟରେ ଆଲୋଚନା କରାଯାଏ ତେବେ ଏହି ସିମ ଖୁବ ଶୀଘ୍ର ଭାରତରେ ଲଂଚ ହେବାକୁ ଯାଉଛି । ତେବେ ରିଲାଏନ୍ସ ଜିଓ ଏହି ସିମର ନାଁ ରଖିଛି Wingtel