ଜିଓ ଗ୍ରାହକଙ୍କୁ ଝଟକା ! ଏଣିକି ମିଳିବ ନାହିଁ ପୂର୍ବ ଭଳି କୌଣସି ସୁବିଧା, ବଢିଲା ଶସ୍ତା ପ୍ଲାନର ଦର

22

ଟେଲିକମ ଜଗତରେ ହଇଚଇ ସୃଷ୍ଟିକରିଥିବା ରିଲାଏନ୍ସ ଜିଓ ନିଜର ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ ପ୍ଲାନରେ କରିଛି ବଡ ଧରଣର ପରିବର୍ତ୍ତନ  । ଯାହାଦ୍ୱାରା କି ଜିଓର ଅଧିକାଂଶ ପ୍ଲାନକୁ ତାର ତାଲିକାରୁ ହଟାଇ ଦେବା ସହିତ କିଛି ନୂଆ ପ୍ଲାନକୁ ଯୋଡା ଯାଇଛି । ଅର୍ଥାତ୍ ଜିଓର ୩୦୯ ଟଙ୍କିଆ ପ୍ଲାନକୁ ଏବେ ହଟାଇ ଦିଆଯାଇ, ତା ଜାଗାରେ ୟୁଜର୍ସଙ୍କୁ ମିଳିବ ୫୬ ଦିନ ପାଇଁ ୧ଜିବି ଡାଟା ପ୍ରତିଦିନ ହିସାବରେ । ତେଣୁ ଏଭଳି ପରିସ୍ଥିତିରେ ଯଦି ୟୁଜର୍ସ ୧ ଜିବି ଡାଟା ପ୍ରତିଦିନ ବାବାଦକୁ ରିଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଗ୍ରାହକଙ୍କୁ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ ।  ଏଥିସହିତ ପ୍ରତିଦିନ ଏହି ଡାଟାର ଲିମିଟ୍ ଶେଷ ହେବା ପରେ ୟୁଜର୍ସଙ୍କୁ ୧୨୮ ବଦଳରେ ୬୪ କେବିପିଏସ ସ୍ପିଡ ମିଳିବ  ।

ଜିଓର ନୂଆ ପୋଷ୍ଟପେଡ ପ୍ଲାନ 

• ଜିଓର ସମସ୍ତ ପୋଷ୍ଟପେଡ ପ୍ଲାନର ବୈଧତା ୩୦ ଦିନ ଯାଏଁ ରଖାଯାଇଛି । ଏହାପୂର୍ବରୁ କଂପାନୀ ଅତିରିକ୍ତ ୩ମାସ ପର୍ଯ୍ୟନ୍ତ ମଧ୍ୟ ବୈଧତା ଦେଉଥିଲା । ଏହାବ୍ୟତୀତ ପ୍ରତ୍ୟେକ ପୋଷ୍ଟପେଡ ପ୍ଲାନ ପାଇଁ ୟୁଜରଙ୍କଠାରୁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ଦେବାକୁ ପଡିବ ।

• ୩୦୯ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୩୦ ଜିବି ଡାଟା ୧ଜିବି ଡାଟା ପ୍ରତିଦିନ ବାବଦକୁ ମିଳିବ । ଏଥିସହିତ ଅସୀମ କଲିଂର ସୁବିଧା ମଧ୍ୟ ରହିଛି ।  ତେବେ ଏହି ପ୍ଲାନ ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ସିକ୍ୟୁରିଟି ବାବଦକୁ ଦେବାକୁ ପଡିବ ୪୦୦ ଟଙ୍କା ।

• ୪୦୯ ଟଙ୍କିଆ ପ୍ଲାନ ପାଇଁ ୟୁଜର୍ସଙ୍କୁ ୫୦୦ ଟଙ୍କାର ଡିପୋଜିଟ୍ ଦେବାକୁ ପଡିବ । ଏଥିରେ ୨୦ ଜିବି ଡାଟା ଉପଲବ୍ଧ । ଏଥିରେ କୌଣସି ପ୍ରକାରର ଡେଲି ଲିମିଟ୍ ରଖାଯାଇନାହିଁ ।

• ୫୦୯ ଟଙ୍କିଆ ପ୍ଲାନ ପାଇଁ ୟୁଜର୍ସଙ୍କୁ ୬୦୦ ଟଙ୍କାର ଡିପୋଜିଟ୍ କରିବାକୁ ପଡିବ । ଏଥିରେ ୬୦ ଜିବି ଡାଟା ଉପଲବ୍ଧ । ୟୁଜର୍ସ ପ୍ରତିଦିନ ୨ ଜିବି ଡାଟା ୪ଜି ସ୍ପିଡରେ ବ୍ୟବହାର କରିପାରିବେ ।

• ୭୯୯ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୯୦ ଜିବି ଡାଟା ୩ଜିବି ଡାଟା ପ୍ରତିଦିନ ବାବଦକୁ ଉପଲବ୍ଧ । ଏଥିସହିତ ଆସୀମ କଲିଂର ସୁବିଧା ମଧ୍ୟ ରହିଛି । ତେବେ ଏହି ପ୍ଲାନ ପାଇଁ ୯୫୦ ଟଙ୍କା ସିକ୍ୟୁରିଟି ଆଧାରରେ ଗ୍ରାହକଙ୍କୁ ଡିପୋଜିଟ୍ କରିବାକୁ ପଡିବ ।

• ସେହିପରି ୯୯୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ମିଳିବ ୬୦ ଜିବି ଡାଟା । ଏଥିରେ କୌଣସି ବି ଡେଲି ଲିମିଟ୍ ରଖାଯାଇନାହିଁ । ଏହି ପ୍ଲାନ ପାଇଁ ଗ୍ରାହକଙ୍କୁ ସିକ୍ୟୁରିଟି ଡିପୋଜିଟ୍ ବାବଦକୁ ଦେବାକୁ ପଡିବ ୧,୧୫୦ ଟଙ୍କା ।

ଜିଓର ପ୍ରିପେଡ୍ ପ୍ଲାନ 

• ୩୯୯ ଟଙ୍କିଆ ପ୍ଲାନରେ ରହିଛ ପ୍ରତିଦିନ ହିସାବରେ ୭୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା । ଏଥିସହିତ ଅସୀମ କଲ, ଏସଏମଏସ ଏବଂ ଜିଓ ଆପ ବ୍ୟବହାର କରିବାର ସୁବିଧା ।

• ୪୫୯ ଟଙ୍କିଆ ପ୍ଲାନ ରହିଛି ୟୁଜର୍ସଙ୍କୁ ୮୪ ଦିନ ବୈଧତା ସହିତ ୧ ଜିବି ଡାଟା ପ୍ରତିଦିନ ବାବଦକୁ ମିଳୁଛି । ଏଥିସହିତ ଅମୀସ କଲ, ଏସଏମଏସ ଏବଂ ଜିଓ ଆପର ବ୍ୟବହାର କରିବାର ସୁବିଧା ।

• ୫୦୯ ଟଙ୍କିଆ ପ୍ଲାନରେ ୪୯ ଦିନର ବୈଧତା ରହିଛି । ଏଥିରେ ୟୁଜର୍ସ ୨ ଜିବି ଡାଟା ପ୍ରତିଦିନ ୪ଜି ସ୍ପିଡରେ ବ୍ୟବହାର କରିପାରିବେ । ଅର୍ଥାତ୍ ଏଥିରେ ୯୮ ଜିବି ଡାଟା ଉପଲବ୍ଧ ।

• ୯୯୯ ଟଙ୍କାର ପ୍ଲାନରେ ଆଧାରରେ ବିନା କୌଣସି ଡେଲି ଲିମିଟ ବାବଦକୁ ୬୦ ଜିବି ଡାଟା ଉପଲବ୍ଧ । ଯାହାର ବୈଧତା ରହିଛି ୯୦ ଦିନ ।

• ସେହିପରି ୧,୯୯୯ ଟଙ୍କିଆ ପ୍ଲାନରେ ମିଳୁଛି ବିନା କୌଣସି ଡେଲି ଲିମିଟ୍ ସହ ୧୨୫ ଜିବି ଡାଟା ଏବଂ ଏହାର ବୈଧତା ରହିଛି ୧୮୦ ଦିନ ।

• ଜିଓର ୪,୯୯୯ ଟଙ୍କିଆ ପ୍ଲାନରେ ମିଳୁଛି ବିନା ଡେଲି ଲିମିଟର ୩୫୦ ଜିବି ଡାଟା ଏବଂ ଏହି ପ୍ଲାନର ସମୟସୀମା ରହିଛି ୩୬୦ ଦିନ ।

ଏହାବ୍ୟତୀତ ଜିଓ କମ୍ ଦାମର ମଧ୍ୟ କିଛି ପ୍ଲାନ ଲଂଚ କରିଛି । ସେଗୁଡିକ ହେଲା-

• ଜିଓର ୫୨ ଟଙ୍କିଆ ପ୍ଲାନରେ ମିଳୁଛି ୭ ଦିନ ପାଇଁ ୧.୦୫ ଜିବି ଡାଟା । ଏଥିରେ ୟୁଜର୍ସଙ୍କୁ ମିଳିବ ପ୍ରତିଦିନ ହିସାବରେ ୧୫୦ ଏମବି ଡାଟା ସହ ହାଇସ୍ପିଡରେ ବ୍ୟବହାର କରିପାରିବେ । ଏଥିସହିତ ୭୦ଟି ମେସେଜ ମଧ୍ୟ ମାଗଣାରେ କରିପାରିବେ ।

• ଜିଓର ୯୮ ଟଙ୍କିଆ ପ୍ଲାନରେ ରହିଛି ୧୪ ଦିନ ପର୍ଯ୍ୟନ୍ତ ୨.୧ ଜିବି ଡାଟା । ଏଥିରେ ୟୁଜର୍ସ ପ୍ରତିଦିନ ବାବଦକୁ ହାଇସ୍ପିଡ ୧୫୦ଏମବି ଡାଟା ସହ  ୧୪୦ଟି ମାଗଣା ମେସେଜର ସୁବିଧା ।

• ସେହିପରି ୧୪୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନ ବୈଧତା ସହିତ ୪.୨ ଜିବି ଡାଟା ଉପଲବ୍ଧ । ଏଥିରେ ପ୍ରତିଦିନ  ହିସାବରେ ହାଇସ୍ପିଡର ୧୫୦ଏମବି ଡାଟା ସହିତ ୩୦୦ଟି ମାଗଣା ମେସେଜ କରିବାର ସୁବିଧା ।

ସୌଜନ୍ୟ: ଦୈନିକ ଜାଗରଣ