ପୁଲିସକର୍ମୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୬ ଦିନ ଏବଂ ଦୈନିକ ମାତ୍ର ୮ ଘଂଟା ଲାଗିବ ଡ୍ୟୁଟି

2,905

ଝାଡଖଣ୍ଡ ସୁରକ୍ଷାକର୍ମୀ ତଥା ପୁଲିସକର୍ମୀମାନେ ଏଣିକି ସପ୍ତାହରେ ୬ଦିନ ଏବଂ ୨୪ ଘଂଟା ପରିବର୍ତ୍ତେ ମାତ୍ର ୮ ଘଂଟା କାମ କରିବେ । ଡିଜିପି ଡିକେ ପାଣ୍ଡେ ଏସମ୍ବନ୍ଧିତ ଏକ ନିର୍ଦ୍ଦେଶାନାମା ମଧ୍ୟ ଜିଲ୍ଲାର ସମସ୍ତ ପୁଲିସ୍ କାର୍ଯ୍ୟାଳୟକୁ ଜାରି କରିଦିଆଯାଇଛିା ଡିଜିପିଙ୍କର ଏହି ନିର୍ଦ୍ଦେଶକୁ ଡିଆଇଜି ସଂଗୀତା କୁମାରୀ ଜିଲ୍ଲାର ସମସ୍ତ ଜିଲ୍ଲାର ଏସପି ଏବଂ ମୁଖ୍ୟାଳୟଗୁଡିକୁ ଚିଠି ମାଧ୍ୟମରେ ସୂଚିତ କରିଦେଇଛନ୍ତି । ତେବେ ଚିଠିରେ ମୁସହରି କମିଟିର ସୁପାରିସ ସଂପର୍କରେ ଆଲୋଚନା କରାଯାଇଛି ।

ଏହି କମିଟି ପକ୍ଷରୁ ପୁଲିସ ରିଫର୍ମ ପାଇଁ ୪୯ଟି ପଏଂଟରେ ବିଭିନ୍ନ ପ୍ରସଙ୍ଗରେ ସୁପାରିସ କରାଯାଇଛି । କମିଟିରେ ୪୯ଟି ପଏଂଟରେ ଗୋଟିଏ ପଏଂଟ ରହିଛି କି ସୈନିକ କ୍ୟାଡାର ତଥା ପୁଲିସକର୍ମୀଙ୍କର କାମ କରିବାର ସମୟ ନିର୍ଧାରଣ କରାଯାଉ ବୋଲି । ଏସଂପର୍କରେ ଦାବି କରାଯାଇଛି କି, ସୈନିକ ତଥା ପୁଲିସକର୍ମୀ ତଥା ସୁରକ୍ଷାକର୍ମୀଙ୍କ ପାଇଁ ସିଫ୍ଟ ସିଷ୍ଟମରେ ୮ ଘଂଟାର ଡ୍ୟୁଟି କରାଯା ଉବୋଲି ।

ଚିଠିରେ ଉଲ୍ଲେଖ କରାଯାଇଛି କି, ୮ ଘଂଟାରୁ ଅଧିକ ସମୟ କାମ କରିବା ଦ୍ୱାରା ପୁଲିସ କର୍ମୀଙ୍କର କାମ କରିବାର କ୍ଷମତା ଧିରେ ଧିରେ ହ୍ରାସ ପାଇଯାଉଛି , ଏପରିକି ସେମାନେ ଉଭୟ ଶାରୀରିକ ଏବଂ ମାନସିକ ରୂପରେ ବିଷାଦଗ୍ରସ୍ତ ହୋଇପଡୁଛନ୍ତି । ଯାହାଫଳରେ ସେମାନେ ନିଜ କାମକୁ ସୂଚାରୁ ରୂପେ କରିବାକୁ ଅସମର୍ଥ ହୋଇପଡୁଛନ୍ତି । ଏଥିପାଇଁ ଜରୁରୀ ଅଟେ କି, କମିଟିର ସେହି ସୁପାରିସକୁ କଡାକଡି ଭାବରେ ପାଳନ କରାଯାଉ, ଯେଉଁଥିରେ ଏମାନଙ୍କୁ ସପ୍ତାହରେ ୬ ଦିନ ଏବଂ ୨୪ ଘଂଟା ବଦଳରେ ୮ ଘଂଟା କାମ କରିବାକୁ ବ୍ୟବସ୍ଥା କରାଯାଇଛି ।