ଆପଣା ଛାଏ ଠିକ୍ ହୋଇଯିବ ଭାଙ୍ଗି ଯାଇଥିବା ମୋବାଇଲ ସ୍କ୍ରିନ ! ଜାଣନ୍ତୁ କିପରି . . . 

39

ମୋବାଇଲ ଫୋନର ଭଙ୍ଗା ସ୍କ୍ରିନ ନା କେବଳ ଫୋନର ଲୁକକୁ ବିଗିଡାଇଦେଇଥାଏ ବରଂ ଫୋନରେ ଆସୁଥିବା କଲ ଏବଂ ଇଂଟରନେଟ ଦେଖିବାର ମଜାକୁ ବି ଖରାପ କରିଦେଇଥାଏ । ହେଲେ ଏଣିକି ଆଉ ଆପଣଙ୍କୁ ଏଥିପାଇଁ ଚିନ୍ତିତ ହେବାକୁ ପଡିନପାରେ । କାରଣ ଏହି ସମସ୍ୟାର ସମାଧାନ ଏବେ ଖୋଜି ବାହାର କରିଛନ୍ତି ରିସଚର୍ସ ।

ସୂଚନା ମୁତାବକ, ଜାପାନର ଏକ ରିସଚ୍ଚ ଟିମ୍ ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି । ୟୁନିଭର୍ସିଟି ଅଫ ଟୋକିଓର ରିସଚର୍ସ ଏକ ସେଲ୍ଫି ମେଡିଂ ଗ୍ଲାସ ନିର୍ମାଣ କରିଛନ୍ତି । ଯେଉଁଥିରେ ମୋବାଇଲର ଭାଙ୍ଗି ଯାଇଥିବା ସ୍କ୍ରିନକୁ ସଜଡା ଯାଇପାରିବ । ତେବେ ଏହି ମେଟେରିଆଲ୍ ନାଁ ରଖାଯାଇଛି Poliithr-Thyoriys । ତେବେ କମ ଓଜନ ବିଶିଷ୍ଟ ଏହି ପଲିମର ହିଟ୍ ବା ମେଡିଂ ଜରିଆରେ ମୋବାଇଲର ସ୍କ୍ରିନ ଯୋଡିବାରେ ସକ୍ଷମ ଅଟେ । ଭାଙ୍ଗି ଯାଇଥିବା ସ୍କ୍ରିନକୁ କେବଳ ହାତରେ ଚାପି ଧରି ଠିକ କରାଯାଇପାରିବ । ଏହି ମେଟେରିଆଲ ନା କେବଳ ୩୦ ସେକେଣ୍ଡରେ ଯୋଡି ହୋଇଯିବ ତାହା ନୁହେଁ ବରଂ ବହୁତ କମ ସମୟରେ ହିଁ ନିଜର ବାସ୍ତବ ଷ୍ଟ୍ରେନଥକୁ ହାସଲ କରିନେଇଥାଏ ।

ରିସଚର୍ସଙ୍କ ସୂଚନା ମୁତାବକ, ଏହି ନୂଆ ମେଟେରିଆଲର ବଡ ବିଶେଷତ୍ୱ ହେଉଛି ଏଥିରେ ସେଲ୍ଫ ହିଲିଂ କ୍ୟାପାସିଟି ରହିଛି । ଯେଉଁଥିରେ କିଛି ପ୍ଲାଷ୍ଟିକ୍  ଏବଂ ରବର ଭଳି ପଦାର୍ଥ ବ୍ୟବହାର କରାଯାଇଛି । ତେବେ ଏହି ନୂଆ ସମାଧାନ ସ୍ମାର୍ଟଫୋନର ମାନ୍ୟୁଫାକ୍ଚିଂ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ମ ହୋଇପାରେ । କାହିଁକି ନା ଡିସପ୍ଲେ ଗ୍ଲାସ ଭାଙ୍ଗି ଯିବା ହେଉଛି ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ।