ସାବଧାନ ! ପ୍ରେମୀ ଯୁଗଳଙ୍କ ପାଇଁ କ୍ଷତିକାରକ ହୋଇପାରେ ୯ ଜାନୁୟାରୀ

56

ପ୍ରାୟତଃ ପ୍ର୍ରେମ ସଂପର୍କରେ ଅଧିକାଂଶ ଲୋକେ ପ୍ରତାରଣାର ଶିକାର ହୋଇଥିବା କଥା ଆପଣ ଶୁଣିଥିବେ ମାତ୍ର ଏହାର ଯେ ଏକ ନିର୍ଦ୍ଦିଷ୍ଟ ତାରିଖ ରହିଛି ଏଭଳି କଥା ଶୁଣିବାପରେ ଆପଣ ଚକିତ ହୋଇଯିବେ । କାରଣ ଆପଣଙ୍କ ମନରେ ଏପରି ବି ପ୍ରଶ୍ନ ଉଠିପାରେ ଯେ ଏହା ତ କେବେ ବି ଘଟିପାରେ ? ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ତଥ୍ୟ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ପ୍ରେମ ସଂପର୍କ ଉପରେ ପ୍ରଭାବ ପକାଇପାରେ ।

ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ,କି ୯ ଜାନୁୟାରୀଠାରୁ ହିଁ ସାରା ବିଶ୍ୱରେ ଲଭ୍ ଆଫେୟାର୍ସର ଆରମ୍ଭ ସବୁଠାରୁ ଅଧିକ ହୋଇଥାଏ । ଆଉ ଏହାକୁ ଯଦି ଅନ୍ୟ ଦୃଷ୍ଟିରେ ଦେଖାଯାଏ ତେବେ ଲଭ୍ ଆଫେୟାର୍ସର ଆରମ୍ଭ ଅଧିକାଂଶ ମାମଲାରେ ସେତେବେଳେ ହୋଇଥାଏ ଯେତେବେଳେ ଦୁଇ ପ୍ରେମୀଙ୍କ ମଧ୍ୟରେ କେହି ତୃତୀୟ ବ୍ୟକ୍ତିର ପ୍ରବେଶ ହୋଇଥାଏ ।

ଏକ ଡେଟିଂ ସାଇଟର ସୂଚନା ମୁତାବକ ଏହି ଗବେଷଣାଟି ସେହି ଲୋକଙ୍କ ଉପରେ ପର୍ଯ୍ୟବେଷିତ ଯେଉଁମାନେ କି ନିଜ ପାଟନର୍ସଙ୍କୁ ଧୋକ୍କା ଦେଇଛନ୍ତି ଆଉ ଏକ ନୂଆ ପାଟନର୍ସର ଚୟନ କରିଛନ୍ତି । ଏହି ଗବେଷଣାରୁ ସୂଚନା ମିଳିଛି ଯେ, ଅଧିକାଂଶ ଲୋକେ ନୂଆ ବର୍ଷରେ ନୂଆ ସାଥୀ ପାଇଁ ଏଭଳି ପନ୍ଥାକୁ ଚୟନ କରିଛନ୍ତି ।

ୱେବସାଇଟ ଅନୁସାରେ କ୍ରିସମାସ୍ ପରେ ପରେ ଆସିଥିବା ଦ୍ୱିତୀୟ ସୋମବାରରେ ଡେଟିଂ ସାଇଡରେ ବର୍ଷର ସବୁଠାରୁ ଅଧିକ ସମସ୍ୟା ଦେଖିବାକୁ ମିଳିଛି । ଯାହାର ନିର୍ଯ୍ୟାସ ବାହାରିଛି, କି ୯ ଜାନୁଆରୀ ବର୍ଷ ୨୦୧୭ ହେଉଛି ସେହିଦିନ ଯେଉଁଦିନରେ କି ସବୁଠାରୁ ଅଧିକ ଲୋକ ପ୍ରେମରେ ପ୍ରତାରଣର ଶିକାର ହେବାର ତାଲିକା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ୱେବସାଇଟର ପାଖାପାଖି ୩୩ ଲକ୍ଷ ଭ୍ୟୁୟର୍ସ ଅଛନ୍ତି । ଏବଂ ପ୍ରତି ବର୍ଷ ଏହାର ଭ୍ୟୁୟର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।