ମୋଦି ସରକାରଙ୍କ ପାଇଁ ଖୋଲନ୍ତୁ ଦୋକାନ.. ପୂରା ଖର୍ଚ୍ଚ ବହନ କରିବେ ସରକାର, ପ୍ରତିମାସ ଖାତାକୁ ଚାଲିଆସିବ ୨୫ ହଜାର ଟଙ୍କା

338

ମାର୍ଚ୍ଚ ୨୦୧୯ ସୁଦ୍ଧା ଦେଶରେ ୫ ହଜାର ଜନଔଷଧି କେନ୍ଦ୍ର ଖୋଲିବାକୁ ଟାର୍ଗେଟ ରହିଛନ୍ତି ମୋଦି ସରକାର । ଏଯାବତ୍ ପାଖାପାଖି ୪୩୦୦ଟି ଷ୍ଟୋର ଖୋଲା ହୋଇସାରିଛି । ଆଗାମୀ ୪ ମାସ ଭିତରେ ୭ ଶହ ନୂଆ ଷ୍ଟୋର ଖୋଲିବାକୁ ସରକାରଙ୍କର ଦାବୀ ରହିଛି । ଏଥିପାଇଁ ଆପଣ ବି ଆବେଦନ କରିପାରିବେ । ଯଦି ଆପଣ ସରକାରଙ୍କ ସର୍ତ୍ତକୁ ପାଳନ କରିବାରେ ସଫଳ ହୋଇଯାଆନ୍ତି ତେବେ ପ୍ରତିମାସ ଆପଣ ୨୫ ହଜାର ଟଙ୍କା ରୋଜଗାର କରିପାରିବେ । ସରକାରଙ୍କର ଦାବୀ ରହିଛି କି, ଏହି ସବୁ ଷ୍ଟୋରର ସେଲଗୁଡିକ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଆପଣଙ୍କ ରୋଜଗାର ବି ଆହୁରୀ ବଢି ପାରେ । ଆଜି ଆମେ ଆପଣଙ୍କୁ ଜଣାଇବୁ କି କିଭଳି ଆପଣ ଜନଔଷଧି କେନ୍ଦ୍ର ପାଇଁ ଆବେଦନ କରିପାରିବେ-

ସରକାର ପ୍ରଥମେ ଜନଔଷଧି କେନ୍ଦ୍ର ଖୋଲିବା ପାଇଁ ସାଢେ ୨ ଲକ୍ଷ ଟଙ୍କାର ସରକାରୀ ସହାୟତା ଦେବାକୁ ଘୋଷଣା କରିଥିଲେ । ଯାହାକି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏଭଳି ପରିସ୍ଥିତିରେ ସରକାର ଏବେ ସ୍ଥିର କରିଛନ୍ତି କି ଔଷଧ ବିକ୍ରି ଦ୍ୱାରା ମିଳୁଥିବା ୨୦ ପ୍ରତିଶତ କମିଶନ ବ୍ୟତୀତ ଅଲଗା ଭାବରେ ୧୦ ପ୍ରତିଶତ ଇନସେଟିଭ ଦିଆଯିବ । ଏଥିପାଇଁ ଏବେ ସାରା ଦେଶରେ ପିଓଏସ ମେସିନ ବଂଟା ଯିବ । ଏହା ଜରିଆରେ ପ୍ରତିମାସ ବ୍ୟାଙ୍କ ଆକାଉଂଟରେ ଇନସେଟିଭ ପଠାଯିବ । ସରକାରଙ୍କର ଯୋଜନା ରହିଛି କି, ଇନସେଟିଭ ସେପର୍ଯ୍ୟନ୍ତ ମିଳୁଥିବ ଯେପର୍ଯ୍ୟନ୍ତ ସାଢେ ୨ ଲକ୍ଷ ଟଙ୍କା ପୂରଣ ନହୋଇଛି । ଔଷଧ ଦୋକାନ ଖୋଲିବାରେ ମଧ୍ୟ ପାଖାପାଖି ସାଢେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ, ଏଭଳି ପରିସ୍ଥିତିରେ ପୂରା ଖର୍ଚ୍ଚ ସରକାର ବହନ କରିବେ । ଏହି ଇନସେଟିଭ ୧୦ ହଜାର ଟଙ୍କା ସର୍ବାଧିକ ମାସିକ ବେସିସ୍ ଆଧାରରେ ମିଳିବ ।

ଜନଔଷଧ ସେଂଟର ଖୋଲିବା ପାଇଁ ସରକାର ୩ଟି ଶ୍ରେଣୀ ପ୍ରସ୍ତୁତ କରିଛନ୍ତି । ପ୍ରଥମ ବର୍ଗରେ କୌଣସି ବି ବ୍ୟକ୍ତି , ବେରୋଜଗା ଫାର୍ମାସିଷ୍ଟ. ଡାକ୍ତର, ରେଜିଷ୍ଟର୍ଡ ମେଜିକାଲ ପ୍ରୋଟେକସନ ଷ୍ଟୋର ଖୋଲି ପାରିବେ । ଦ୍ୱିତୀୟ କାଟାଗୋରୀରେ ଟ୍ରଷ୍ଟ ଏନଜିଓ, ପ୍ରାଇଭେଟ ହସପିଟାଲ, ସୋସାୟଟି ଏବଂ ସେଲ୍ଫ ହେଲଥ ଗ୍ରୁପକୁ ଷ୍ଟୋର ଖୋଲିବାର ସୁଯୋଗ ମିଳିବ । ସେହିପରି ତୃତୀୟ ଶ୍ରେଣୀରେ ସରକାରଙ୍କ ଦ୍ୱାରା ନୋମିନେଟ କରାଯାଇଥିବା ଏଜେନ୍ସି ହେବେ । ଦୋକାନ ଖୋଲିବା ପାଇଁ ୧୨୦ ବର୍ଗଫୁଟକୁ ଅଂଚଳରେ ଦୋକାନ ହେବା ନିହାତି ଜରୁରୀ । ସେଂଟର ଖୋଲିଥିବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ତରଫରୁ ୬୫୦ରୁ ଅଧିକ ଔଷଧ ଉପଲବ୍ଧ କରାଇଦିଆଯିବ ।