ଏମିତି ବି ଆସେ ମୃତ୍ୟୁ ! ଲାଇଭ ସୋ’ରେ ଟଳିପଡିଲେ ସାମାଜିକ କର୍ମୀ, କ୍ୟାମେରା ଦେଖିଲା ୫୬ ସେକେଣ୍ଡର ମୃତ୍ୟୁର ମୁହୂର୍ତ୍ତ

46

ଜମ୍ମୁ-କାଶ୍ମୀରର ଜଣେ ଜଣାଶୁଣା ସାମାଜିକ କର୍ମୀ ପ୍ରୋଫେସର ରୀତା ଜେତିନ୍ଦରରଙ୍କ ଏକ ଟିଭି ସୋରେ ଟଳିପଡିଛନ୍ତି । ଦୂରଦର୍ଶନରେ ଏକ ସିଧା ପ୍ରସାରଣ କାର‌୍ୟ୍ୟକ୍ରମରେ ସାକ୍ଷାତକାର ଦେଉଥିବା ବେଳେ ରିତା ହଠାତ୍ ଟଳିପଡ଼ିଥିଲେ। ଏହି ସମୟରେ ତାଙ୍କୁ ଅଚାନକ ହାର୍ଟ ଆଟାକ୍ ଆସିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥଲା । ଏହି ସୋ’ ଦେଖୁଥିବା ଲୋକମାନେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ମୁତାବକ, ରୀତା ଜେତିନ୍ଦର ମହିଳାଙ୍କ ପ୍ରସଙ୍ଗରେ ଆୟୋଜିତ ଏକ ପ୍ରୋଗ୍ରାମରେ ଆଲୋଚନା କରୁଥିଲେ । ଲାଇଭ ସୋ ସମୟରେ ଅଚାନକ ହିଁ କହୁ କହୁ ସେ ଚୁପ ହୋଇଯାଇଥିଲେ । କିଏ କିଛି ଭାବିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଲା ।

ତେବେ ରୀତା ଜେତିନ୍ଦର ଜମ୍ମୁ-କାଶ୍ମୀର ଏକାଡେମୀ ଅଫ ଆର୍ଟ, ସଂସ୍କୃତି ଏବଂ ଭାଷାର ସଚିବ ମଧ୍ୟ ଥିଲେ । ଏଥି ସହିତ ହିଁ କ୍ଲା ଓାନ ରେଡିଓ ବ୍ରୋଡକାଷ୍ଟର ମଧ୍ୟ ଥିଲେ । ରୀତା ଜେତିନ୍ଦରଙ୍କ ନିଧନର ଲାଇଭ ଭିଡିଓ ଦେଖିବା ପରେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ଭିଡିଓ ଦେଖିବା ପରେ ଅନେକ ଲୋକ ଟ୍ଵିଟର୍ ଓ ଫେସ୍ବୁକ୍ରେ ଶୋକପ୍ରକାଶ କରିଛନ୍ତି।