ଇଭାଙ୍କା କାହିଁକି ଆସିଥିଲେ ଭାରତ ? ଆଧାର କାର୍ଡ ନେବାକୁ ଆସିଥିଲେ କି ରାଷ୍ଟ୍ରପତିଙ୍କ ଝିଅ ? ସୋସିଆଲ ମିଡିଆରେ ଭାଇରାଲ ହେଲା ମେସେଜ

57

ଆମେରିକାର ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଝିଅ ଇଭାଙ୍କା ଟ୍ରମ୍ପ, ଯାହାଙ୍କର ସ୍ୱାଗତ ନେଇ ଭାରତରେ ହୋଇଥିଲା ଜୋରଦାର ପ୍ରସ୍ତୁତି । ଇଭାଙ୍କାଙ୍କର ଭାରତ ଗସ୍ତକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା ଏବେ ତାଙ୍କ ଫେରି ଯିବାକୁ ନେଇ ବି ଅନେକ କଥା ଏବଂ ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏସବୁ ଭିତର ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପଢି ଯେକେହିବି ନିଜର ହସକୁ ରୋକିପାରୁନାହାଁନ୍ତି । ତେବେ ଏହି ପୋଷ୍ଟରେ ରହିଛି ଏକ ଟିପ୍ପଣୀ, ଯାହାକୁ ଜଣେ କମେଡିଆନ ଲେଖିଛନ୍ତି । ଆଉ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

କମେଡିଆନ୍ ଜଣକ ଲେଖିଛନ୍ତି କି, ‘ଇଭାଙ୍କା ଭାରତକୁ କୌଣସି ସମ୍ମିଳନୀରେ ଯୋଗ ଦେବାକୁ ଆସିନଥିଲେ ବରଂ ନିଜର ଆଧାରକାର୍ଡ ନେବା ପାଇଁ ଆସିଥିଲେ’ । ଖାଲି ସେତିକି ନୁହେଁ ଏଥିସହିତ କମେଡିଆନ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ୨ ହଜାରରୁ ଅଧିକ ଥର ରିଟୁଇଟ୍ କରାଯାଇଛି । ସବୁଠାରୁ ବଡ କଥା ହେଲା, ଏହି ରିଟୁଇଟରେ ସାମିଲ ହୋଇଛି ଖୋଦ ଆଧାର ମନ୍ତ୍ରାଳୟ । ଆର୍ଥାତ୍ ଆଧାରର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ବି ଏସଂପର୍କରେ ରିଟୁଇଟ କରାଯାଇଛି । ଆଧାର @UIDAI ଲେଖିଛି କି, ‘ଇଭାଙ୍କା ବର୍ତ୍ତମାନ ପରିସ୍ଥିତିରେ ଆଧାର ପାଇଁ ଆପ୍ଲାଏ କରି ପାରି ନାହାଁନ୍ତି, କାହିଁକି ନା ସେ ଜଣେ ଭାରତୀୟ ନାଗରିକ ନୁହଁନ୍ତି’ । ତେବେ ୟୁଆଇଡିଏଆଇ ପକ୍ଷରୁ ଏଭଳି ଜବାବ ମିଳିବା ପରେ ପରେ ଲୋକଙ୍କଠାରେ ଏହି ପୋଷ୍ଟକୁ ନେଇ ଅଧିକ ଉକ୍ରଣ୍ଠା ଦେଖାଦେଇଥିଲା । ଇଭାଙ୍କା କେତେ ଦିନ ପାଇଁ ଭାରତରେ ରହିଥିଲେ ତାଙ୍କୁ ଆଧାର କାର୍ଡ ମିଳିଥାନ୍ତା ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ ମଧ୍ୟ କରିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ହାଇଦ୍ରାବାଦରେ ଆୟୋଜିତ ହେଉଥିବା ଅଷ୍ଟମ ଗ୍ଲୋବାଲ ଏଂଟରପ୍ରେନୁଅରସିପ ସମ୍ମିଟ ବା ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ । ନୂଆଦିଲ୍ଲୀ ଓ ନ୍ୟୁୟର୍କର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ବିଶ୍ୱ ସମ୍ମିଳନୀରେ ୧୭୦ଟି ଦେଶରୁ ପ୍ରାୟ ୧୫ଶହ ଶିଳ୍ପପତି ଓ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ ଏବଂ ଇଭାଙ୍କା ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ।

ଭାରତରେ ଇଭାଙ୍କାଙ୍କୁ ବିପୁଳ ସ୍ୱାଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ପୃଥିବୀର ସବୁଠାରୁ ବଡ ଡାଇନିଂ ହଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ଇଭାଙ୍କାଙ୍କୁ ସ୍ୱାଗତ କରିବା ପରେ ଇଭାଙ୍କାଙ୍କ ପାଇଁ ଦୁନିଆର ସବୁଠାରୁ ସ୍ୱତନ୍ତ୍ର ତଥା ବଡ ଡାଇନିଂ ହଲରେ ଡିନର କରିଥିଲେ । ଏହାବ୍ୟତୀତ, ଇଭାଙ୍କାଙ୍କର ଆତିଥ୍ୟସମ୍ନାନ ପାଇଁ ଭାରତ ପକ୍ଷରୁ କୌଣସି ବି ଅବହେଳା କରାଯାଇନାହିଁ । ଶିଖର ସମ୍ମିଳନୀର ଉଦଘାଟନୀ ଉତ୍ସବ ପରେ ଯେଉଁଠି ଇଭାଙ୍କାଙ୍କ ପାଇଁ ଡିନରର ଆୟୋଜନ ୧୨୦ ବର୍ଷ ପୁରୁଣା ଫାଲକନୁମା ପ୍ୟାଲେସରେ କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଭାରତ ପକ୍ଷରୁ ଅନେକ ସାରା ଉପହାର ବି ଦିଆଯାଇଥିଲା ।