ଫେରିଗଲେ ଇଭାଙ୍କା, ସାଥୀରେ ଉପହାରରେ ନେଲେ ଭାରତୀୟ ଶାଢୀ । ତିଆରି ପାଇଁ ଲାଗିଥିଲା ୨ମାସ ସମୟ

64

ଭାରତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ । ହାଇଦ୍ରାବାଦରେ ଆୟୋଜିତ ହେଉଥିବା ଅଷ୍ଟମ ଗ୍ଲୋବାଲ ଏଂଟରପ୍ରେନୁଅରସିପ ସମ୍ମିଟ ବା ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ସେ ଯୋଗଦେବାକୁ ଭାରତ ଆସିଥିଲେ ଇଭାଙ୍କା । ନୂଆଦିଲ୍ଲୀ ଓ ନ୍ୟୁୟର୍କର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ବିଶ୍ୱ ସମ୍ମିଳନୀରେ ୧୭୦ଟି ଦେଶରୁ ପ୍ରାୟ ୧୫ଶହ ଶିଳ୍ପପତି ଓ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଯୋଗଦେଇଛନ୍ତି । ଏବଂ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଇଭାଙ୍କା ଟ୍ରମ୍ପ ।

ଭାରତରେ ଇଭାଙ୍କାଙ୍କୁ ବିପୁଳ ସ୍ୱାଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ପୃଥିବୀର ସବୁଠାରୁ ବଡ ଡାଇନିଂ ହଲ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ଇଭାଙ୍କାଙ୍କୁ ସ୍ୱାଗତ କରିବା ପରେ ଇଭାଙ୍କାଙ୍କ ପାଇଁ ଦୁନିଆର ସବୁଠାରୁ ସ୍ୱତନ୍ତ୍ର ତଥା ବଡ ଡାଇନିଂ ହଲରେ ଡିନର କରିଥିଲେ । ଏହାବ୍ୟତୀତ, ଇଭାଙ୍କାଙ୍କର ଆତିଥ୍ୟସମ୍ନାନ ପାଇଁ ଭାରତ ପକ୍ଷରୁ କୌଣସି ବି ଅବହେଳା କରାଯାଇନାହିଁ । ଶିଖର ସମ୍ମିଳନୀର ଉଦଘାଟନୀ ଉତ୍ସବ ପରେ ଯେଉଁଠି ଇଭାଙ୍କାଙ୍କ ପାଇଁ ଡିନରର ଆୟୋଜନ ୧୨୦ ବର୍ଷ ପୁରୁଣା ଫାଲକନୁମା ପ୍ୟାଲେସରେ କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଭାରତ ପକ୍ଷରୁ ଅନେକ ସାରା ଉପହାର ବି ଦିଆଯାଇଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଇଭାଙ୍କାଙ୍କୁ ଉପହାରରେ ମିଳିଥିଲା ଏକ ଶାଢୀ । ଯାହାର ଆନୁମାନିକ ମୂଲ୍ୟ ରହିଛି ପାଖାପାଖି ୪୦ ଲକ୍ଷ ଟଙ୍କା । ଇଭାଙ୍କାଙ୍କୁ ଏହି ଶାଢୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଚନ୍ଦ୍ରଶେଖର ରାଓ ଦେଇଥିଲେ । ଏହି ଶାଢୀର ମୁଖ୍ୟ ଆକର୍ଷଣ ହେଉଛି ଏଥିରେ ବ୍ୟବହୃତ ହୋଇଥିବା ଚାନ୍ଦିର ଏକ ଅଦଭୁତପୂର୍ବ କାରୁକାର୍ଯ୍ୟ । ଏଥିସହିତ ଏହି ଶାଢୀର ଅର୍ଡର ଦୁଇ ମାସ ପୂର୍ବରୁ ହିଁ ଦିଆଯାଇଥିଲା ।

ଜାତୀୟ ଗଣମାଧ୍ୟମ ଆଜତକରେ ପ୍ରସାରିତ ଖବର ମୁତାବକ, ଏହି ଶାଢୀକୁ କରିମନଗରରେ ତିଆରି କରାଯାଇଥିଲା । ଚାନ୍ଦିର କାରିଗରି ପାଇଁ ତେଲେଙ୍ଗାନାକୁ ବୁଝାଯାଇଥାଏ ଆଉ ଏହି କାରିଗରିର ଏକ ନମୁନା ଇଭାଙ୍କାଙ୍କୁ ଉପହାର କରାଯାଇଥିବା ଶାଢୀରେ ପ୍ରତିଫଳିତ ହୋଇଛି ।ଏହାବ୍ୟତୀତ, ଇଭାଙ୍କାଙ୍କୁ ଅନେକ ଉପହାର ବି ମିଳିଥିଲା । ତାଙ୍କୁ ସାଢେ ଦୁଇ କିଲୋ ଗ୍ରାମର ରୂପାରେ ତିଆରି ହୋଇଥିବା ଚାରମିନାର ଏବଂ ଦେଢ କିଲୋ ଗ୍ରାମ ରୂପାରେ ନିର୍ମିତ ଏକ ହଂସ ମଧ୍ୟ ଉପହାର ମିଳିଥିଲା ।