ଏଣିକି ଟ୍ରାଫିକ୍ ରୁଲ୍ ଭାଙ୍ଗିଲେ ହ୍ୱାଟସଆପ ଓ ଇ-ମେଲ ଜରିଆରେ ଘରୁ ପଠାଯିବ ଚାଲାଣ । ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏହି ନୂଆ ନିୟମ

79

ଟ୍ରାଫିକ୍ ଜନିତ ସମସ୍ୟା ଦିନକୁ ଦିନ ଉତ୍କଣ୍ଠ ହେବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ । ଇଂଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଂଟ ସିଷ୍ଟମ ତଥା ଆଇଟିଏମଏସ ଅନୁସାରେ, ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ବ୍ୟକ୍ତିବିଶେଷଙ୍କ ମୋବାଇଲକୁ ମାତ୍ର ୧୫ ମିନିଟ୍ ଭିତରେ ଚେତାବନୀ ସନ୍ଦେଶ ଜାରି କରିଦିଆଯିବ । ଏହି ମେସେଜରେ ଉକ୍ତ ବ୍ୟକ୍ତିବିଶେଷ ଜଣକ କେଉଁ ରାସ୍ତାରେ ଓ କେତେ ଥର ଟ୍ରାଫିକ୍ ନିମୟ ଭାଙ୍ଗିଛନ୍ତି ବୋଲି ଦର୍ଶାଯାଇଛି ।

ତେବେ ଏହି ନୂଆ ବ୍ୟବସ୍ଥ୍ୟା ଆଗାମୀ ସପ୍ତାହରୁ କାର୍ଯ୍ୟକାରୀ ହୋଇପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି । ଏହି ନୂତନ ବ୍ୟବସ୍ଥା ଆଧାରରେ ନିମୟ ଉଲ୍ଲଂଘନ କରୁଥିବା ବ୍ୟଙ୍କି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଯେଉଁଥିରେ ରେଡ୍ ଲାଇଟ ଜମ୍ପ କଲେ, ଷ୍ଟପ ଲାଇନ ଉପରେ ନରହିଲେ , ଜେବ୍ରା କ୍ରସିଂ ଉପରେ ଗାଡି ରଖିଲେ, ନିର୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡି ଚଳାଇଲେ ଏବଂ ବିନା ହେଲମେଂଟରେ ଡ୍ରାଇଭିଂ କରଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ହ୍ୱାଟସଆପ ଏବଂ ଇ-ମେଲ ଜରିଆରେ ଘରୁ ପଠାଯିବ ଚାଲାଣ

ଯେଉଁ ଗାଡି ଚାଳକ ଟ୍ରାପିକ୍ ନିମୟକୁ ଭାଙ୍ଗୁଥିବା ନଜର ଆସନ୍ତି । ତେବେ ପୁଲିସ୍ ହ୍ୱାଟସଆପ , ମୋବାଇଲ ମେସେଜ , ଇମେଲ ଏବଂ ସାଧାରଣ ଡାକ ଜରିଆରେ ଚାଳାଣ ଉକ୍ତ ବ୍ୟକ୍ତିବିଶେଷଙ୍କ ଘରକୁ ପଠାଇଦେବେ ।