ମହାବୀର ହନୁମାନ ଏବେବି ଅଛନ୍ତି ଜୀବିତ ! ଯାହା ସହ ବୈଜ୍ଞାନିକ ମଧ୍ୟ ମହମତ
ବିଶ୍ୱର ସମସ୍ତ ମନୁଷ୍ୟ ଅମରତା ଲାଭ କରିବାକୁ ଇଚ୍ଛା ରଖନ୍ତି । ମାତ୍ର ପ୍ରକୃତିର ନିୟମ ଅନୁସାରେ ଚାଲିବାକୁ ପଡିଥାଏ । ଯଦି ଆମେ ପୁରାଣ ଶାସ୍ତ୍ରକୁ ନଜର ପକାଇବା ତେବେ ସେ ସମୟରେ ଅନେକ ମହାତ୍ମାଙ୍କୁ ଏଭଳି ବରଦାନ ମିଳିଥିବାର ନଜୀର ରହିଛି । ଆଉ ଯେଉଁ ତାଲିକାର ସବୁଠାରୁ ଶୀର୍ଷରେ ରହିଛନ୍ତି ପବନ ପୁତ୍ର ତଥା ମହାବୀର ହନୁମାନ । ଯିଏ କି ମନୁଷ୍ୟ ନହୋଇ ମଧ୍ୟ ମନୁଷ୍ୟର ପ୍ରତୀକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀରାମଙ୍କ ଭକ୍ତ ତଥା ମହାବୀର ହନୁମାନଙ୍କୁ ମାତା ସୀତା ଅମର ରହିବା ବରଦାନ ଦେଇଥିଲେ । ଯାହାର ସତ୍ୟତା ଏବେ ବି ଶୁଣିବାକୁ ମିଳିଛି । କାରଣ ଶହସ୍ର ବର୍ଷ ଧରି ଯେଉଁ ଶ୍ରୀଲଙ୍କା ସହ ଆମର ସଂପର୍କ ରହିଛି ସେହି ଶ୍ରୀଲଙ୍କାକୁ ନଷ୍ଟଭ୍ରଷ୍ଟ କରିଥିବାର ମୁଖ୍ୟ ସୂତ୍ରଧର ପ୍ରଭୁ ହନୁମାନ ହିଁ ଅଟନ୍ତି । ତେବେ ଶୁଣିବାକୁ ମିଳିଛି କି ଶ୍ରୀଲଙ୍କାବାସୀ ଦାବି କରିଛନ୍ତି କି ପ୍ରଭୁ ହନୁମାନ ଏବେ ବି ଜୀବିତ ଅଛନ୍ତି ଆଉ ସେମାନଙ୍କୁ ଦର୍ଶନ ଦେଉଛନ୍ତି ।
ଆମେରିକୀୟ ଏକ ୱେବସାଉଟ୍ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଖବର ମୁତାବକ, ଶ୍ରୀଲଙ୍କ ଅଧିବାସୀମାନେ ଶ୍ରୀରାମଙ୍କ ଭକ୍ତ ପ୍ରଭୁ ଶ୍ରୀ ହନୁମାନଙ୍କୁ ନିଜ ଆଖିରେ ଦେଖିଛନ୍ତି । ଏହା ଯଦିଓ ଅସମ୍ଭବ କଥା ଭଳି ଲାଗୁଥାଏ ମାତ୍ର ଏହାକୁ ମଧ୍ୟ ଭୁଲ ବୋଲି କୁହାଯାଇ ପାରିବନି । ଘଟଣାଟି ହେଲା, ଏକ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଏହାର ସତ୍ୟତାର ସଂନ୍ଧାନ ପାଇଁ ଶ୍ରୀଲଙ୍କା ଯାଇଥିଲେ । ସେଠାରେ ସେତୁ ହନୁମାନ ନାମକ ଏକ ସଂସ୍ଥା ସହ ସାକ୍ଷାତ୍ କରିଥିଲେ । ଏ ସଂସ୍ଥାଟି ବିଶେଷ କରି ହନୁମାନଙ୍କ ଉପରେ ଅଧ୍ୟୟନ କରନ୍ତି । ଆଉ ଏମାନେ ଦାବି କରିଛନ୍ତି କି ମହାବଳୀ ପ୍ରଭୁ ହନୁମାନ ପ୍ରତି ୪୧ ବର୍ଷରେ ଥରେ ଶ୍ରୀଲଙ୍କା ଅଧିବାସୀଙ୍କୁ ଦର୍ଶନ ଦେଇଥାନ୍ତି । ସବୁଠାରୁ ବଡ କଥା ହେଲା ସ୍ୱୟଂ ହନୁମାନ ସେମାନଙ୍କ ସହ କଥା ହୁଅନ୍ତି ଏବଂ ସେମାନଙ୍କ ଦୁଃଖ ମଧ୍ୟ ଶୁଣିଥାନ୍ତି । ଆଉ ସେ ପୁଣି ଜଙ୍ଗଲ ମଧ୍ୟରେ ।
ତେବେ ଏହି ସମୟରେ ସେମାନେ ଏକ ଉତ୍ସବ ମଧ୍ୟ ପାଳନ କରନ୍ତି ଯାହା ଆଗ୍ ମଣ୍ଡଳ ନାଁରେ ପ୍ରସିଦ୍ଧ । ଏହି ଉତ୍ସବରେ ହିଁ ପ୍ରଭୁ ହନୁମାନ ସେମାନଙ୍କୁ ଶଶରୀରରେ ଦର୍ଶନ ଦିଅନ୍ତି ଏବଂ ସେମାନଙ୍କର ଦୁଃଖ ମଧ୍ୟ ଶୁଣଥାନ୍ତି । ତେବେ ଏହି ସମସ୍ତ ପ୍ରଶ୍ନ ଆଉ ଉତ୍ତର ଏକ ଖାତାରେ ଲେଖାଯାଇଥାଏ । ତେବେ ଏହା ଶ୍ରୀଲଙ୍କାରେ ଥିବା ସେତୁ ହନୁମାନ ମଠ ଭାବରେ ପିଦୁର ଥାଲଗଲା ନାମକ ଏକ ପାହାଡ ଉପରେ ଅବସ୍ଥିତ ।