ବଦଳିଲା ଆଇଆରସିଟିସିର ତତକାଳ ଟିକେଟ୍ ବୁକିଂର ନିୟମ ! ଜାଣନ୍ତୁ ଟିକେଟ୍ ବୁକ୍ କରିବାର ତରିକା

162

ଆଇଆରସିଟିସିର ତତକାଳ ଟିକେଟ୍ ବୁକିଂ କରିବା ଉପରେ ପେମେଂଟ୍ ବାବଦକୁ ଏକ ନୂଆ ନିୟମ ଜାରି କରିଛନ୍ତି । ପ୍ରଥମେ ଏହି ସୁବିଧା କେବଳ ବିନା ତତକାଳର ଟିକେଟ୍ ଉପରେ ପର୍ଯ୍ୟବେଶିତ ଥିଲା ହେଲେ ଏବେ ଏହାକୁ ତତକାଳ ଟିକେଟ ଉପରେ ମଧ୍ୟ ଲାଗୁ କରିଦିଆଯାଇଛି । ରେଳରେ ପ୍ରତିଦିନ ତତକାଳ ଟିକେଟ୍ ବୁକିଂ ପାଇଁ ପାଖାପାଖି ୧,୩୦,୦୦୦ ଟ୍ରାଂଜାକ୍ସନ କରାଯାଉଛି । ତତକାଳ କୋଟା ଆରମ୍ଭ ହେବା ପରେ ଏହି ଟ୍ରାଂଜାକ୍ସନରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି ।

ତେବେ ଏସି କ୍ଲାସ ପାଇଁ ତତକାଳ ଟିକେଟ ବୁକିଂ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ । ସେହିପରି ନନ୍ ଏସି କ୍ଲାସ ପାଇଁ ଏହା ଦିନ ୧୧ଟାରୁ ଆରମ୍ଭ ହୋଇଥାଏ । ତେବେ ତତକାଳ ଟିକେଟ୍ ବୁକିଂ ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ କରାଯାଇଥାଏ । ତତକାଳ ଟିକେଟ୍ ବୁକିଂ ଉପରେ କୌଣସି ରିହାତି ମଧ୍ୟ ଯାତ୍ରୀଙ୍କୁ ମିଳିନଥାଏ । ଆଇଆରସିଟିସିର ନୂଆ ସେବା ଆଧାରରେ ଆପଣ କିଭଳି ଟିକେଟ ବୁକ୍ କରି ପାରିବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଉଛୁ ।

ଆଇଆରସିଟିସି ତତକାଳ ଟିକେଟ ପାଇଁ ପେମେଂଟ୍ କରିବାର ନୂଆ ସୁବିଧା ତଥା ଇପେମେଂଟ୍ ସହ ମିଶି ଆରମ୍ଭ କରିଛି । ଏଥିରେ ଟିକେଟ ବୁକ୍ କରିବା ପରେ ଆପଣଙ୍କୁ ପରେ ପେମେଂଟ କରିବାର ସୁବିଧା ମିଳିଥାଏ । ଏହାଛଡା ପେ ଅନ ଡେଲିଭରୀର ସୁବିଧା ମଧ୍ୟ ରହିଛି । ଇପେମେଂଟ୍ ଆଧାରରେ ଟିକେଟ୍ ବୁକ୍ କରିବା ପରେ ପେମେଂଟ୍ କରିବା ପାଇଁ ୧୪ ଦିନ ପର୍ଯ୍ୟନ୍ତ ସମୟ ମିଳିଥାଏ । ଏଥିସହିତ ଟିକେଟ୍ ବୁକ୍ କରିବାକୁ ମଧ୍ୟ କିଛି ସେକେଣ୍ଡର ସମୟ ଲାଗିଥାଏ ।

ଇପେମେଂଟ୍ ଆଧାରରେ ଟିକେଟକୁ ସେହିଭଳି ବୁକ୍ କରିବାକୁ ପଡିଥାଏ ଯେଭଳି ଟିକେଟ ବୁକ୍ କରାଯାଇଥାଏ । ବାସ୍ ଯେତେବେଳେ ଆପଣ ପେମେଂଟର ବିକଳ୍ପ ଉପରକୁ ଆସିବେ ସେତେବେଳେ ଆପଣ ଇପେମେଂଟର ବିକଳ୍ପ ଚୟନ କରିବେ । ପେମେଂଟ୍ ପାଇଁ ଯଦି ଆପଣ ଇପେମେଂଟର ବିକଳ୍ପ ଚୟନ କରନ୍ତି ତେବେ ଆପଣଙ୍କ ନିକଟକୁ ଇମେଲ୍ କିମ୍ବା ଏସଏମଏସ ଜରିଆରେ ଏକ ପେମେଂଟର ଲିଙ୍କ୍ ଆସିବ । ଏବଂ ଆପଣଙ୍କର ଟିକେଟ୍ ବୁକ୍ ହୋଇଯିବ ।

ଯଦି ଆପଣ ପ୍ରଥମ ଥର ପାଇଁ ଇପେମେଂଟର ବ୍ୟବହାର କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟର କରିବାକୁ ପଡିବ । ରେଜିଷ୍ଟର କରିବା ସମୟରେ ୟୁଜରଙ୍କୁ ପାନ୍ କିମ୍ବା ଆଧାର ନମ୍ବର ସହିତ ନିଜର ସମସ୍ତ ସୂଚନା ତଥା ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ । ଏହାପରେ ୧୪ ଦିନ ମଧ୍ୟରେ କେବେବି ଏହି ଲିଙ୍କ୍ ମାଧ୍ୟମରେ ପେମେଂଟ କରିପାରିବେ ।

ପେ ଅନ୍ ଡେଲିଭରୀ

ଆଇଆରସିଟିସି ଦ୍ୱାରା ତତକାଳ ରେଳ ଟିକେଟ୍ ବୁକ୍ କରିବା ପରେ କ୍ୟାସ ଏବଂ ଡେଭିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦ୍ୱାରା ପରେ ପରିଶୋଧ କରିପାରିବେ । ପେ ଅନ ଡେଲିଭରୀ ଭଳି ସେବା ପୂର୍ବରୁ କେବଳ ଜେନେରାଲ ରିଜର୍ଭେସନ ପାଇଁ ଉଦ୍ଦିଷ୍ଟ ଥିଲା ପରବର୍ତ୍ତୀ ସମୟରେ ଏହାକୁ ତତକାଳ ବୁକିଂ ପାଇଁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ତେବେ ଏହି ସେବା ସେହି ଲୋକମାନଙ୍କ ପାଇଁ ଅଧିକ ଲାଭକାରୀ ଅଟେ ଯେଉଁମାନେ କି ଟିକେଟ ତ ଅନ ଲାଇନ୍ ବୁକ୍ କରିବାକୁ ଇଚ୍ଛା ରଖିଥାନ୍ତି ହେଲେ ଟିକେଟର ପେମେଂଟ୍ ଅନଲାଇନରେ କରିବାକୁ ଚାହାଁନ୍ତି ନାହିଁ କିମ୍ବା ଅନଲାଇନ ଟିକେଟ୍ ବୁକ୍ କରିବା ପରେ ପେମେଂଟ କ୍ୟାସରେ କରିବାକୁ ପସନ୍ଦ କରିଥାନ୍ତି ।

ସୌଜନ୍ୟ-ଜନସତ୍ତା