ସରକାର ଦେଉଛନ୍ତି ୧ ଲକ୍ଷ ଟଙ୍କା ଜିତିବାର ସୁଯୋଗ । ହେଲେ ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ

30

କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ । କେବଳ ଜଣିଏ ବ୍ୟକ୍ତିଙ୍କୁ ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ । ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା । ଯେଉଁ଼ଥିରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନର ନାମ ପରିବର୍ତ୍ତନ ପାଇଁ ଲୋକଙ୍କଠାରୁ ପରମାର୍ଶ ତଥା ମତାମତ ମଗାଯାଇଥିଲା । ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଆଇଆରସିଟିସି ପରିବର୍ତ୍ତେ ଏକ କ୍ଷୁଦ୍ର , କହିବାକୁ ସହଜ ଲାଗିବା ଭଳି ଏବଂ ମନେ ରହିବା ଭଳି ନାମ ଚାହୁଁଛନ୍ତି ରେଳମନ୍ତ୍ରାଳୟ ତରଫରୁ ଏସଂପର୍କରେ ଲୋକଙ୍କଠାରୁ ନାମ ମାଗିଛନ୍ତି । ଯେଉଁଥିରେ ଆଗାମୀ ୨ ମାସରେ ବିଜେତା ଚୟନ କରାଯିବ ଏବଂ ତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ରେଳ ମନ୍ତ୍ରାଳୟ ଆଇଆରସିଟିସିର ନାଁ ପରିବର୍ତ୍ତନ ପାଇଁ ‘କଏନ ଏ ନ୍ୟୁ ନେମ’ ନାମକ ଏକ ପ୍ରତିଯୋଗୀତା ଆୟୋଜନ mygov.in ରେ କରିଥିଲା । ପାଖାପାଖି ୧୮୫୨ ଜଣ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଆଇଆରସିଟିସିର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୭୦୦ ନାଁ ସିଲେକ୍ଟ କରାଯାଇଛି । ଏହି ତାଲିକା ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ପଠାଯାଇଛି, ଯେଉଁଥିରୁ ଗୋଟିଏ ତଥା ସବୁଠାରୁ ଭଲ ନାଁଟିକୁ ଚୟନ କରାଯିବ । ଏବଂ ତାଙ୍କୁ ରେଳ ମନ୍ତ୍ରାଳୟ ତରଫରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହି କାରଣରୁ ବଦଳିଯିବ ଆଇଆରସିଟିସି ନାମ

ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଇଆରସିଟିସିର ନାମକୁ ପରିବର୍ତ୍ତନ କରି ଏକ ଆକର୍ଷକ ନାମ ରଖିବା ପାଇଁ ଚିନ୍ତା କରୁଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, କେବେ କେବେ ଏହାକୁ ମନେ ରଖିବା କଷ୍ଟକର ହୋଇଥାଏ। ଏହା ସ୍ଥାନରେ ଏମିତି କିଛି ନାମ ରହିବା ଉଚିତ ଯାହାକୁ ମନେ ରଖିବା ସହଜ ହେବ ଓ ଇଣ୍ଟରନେଟ ବ୍ରାଉଜିଂ କରିବା ସମୟରେ ଭୁଲିବେ ନାହିଁ। ରେଳ ବିଭାଗ ଏଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇଛି। ଅଧିକାରୀମାନଙ୍କ ମଧ୍ୟରୁ ଜଣେ ସମ୍ଭାବିତ ନାମ ଭାବେ ରେଳଟ୍ରେବଲର ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆରସିଟିସିର ଏକ ବଡ଼ ଇ-କମର୍ସ ପ୍ଲେୟର ରହିଛି। ଆଇଆରସିଟିସ େଓ୍ଵବସାଇଟ୍ରୁ ପ୍ରତିଦିନ ପାଖାପାଖି ୫,୭୩, ୦୦୦ଟିକେଟ ବୁକ୍ କରାଯାଇଥାଏ। ଏହା ଭାରତୀୟ ରେଲେଓ୍ଵର କଞ୍ଜୁମର ଫେସ୍ । ଟିକେଟ ବ୍ୟତୀତ ଏଥିରେ ଅନ୍-ଓ୍ଵାର୍ଡ ଖାଦ୍ୟପାନୀୟ ଓ ଡ୍ରିଙ୍କିଙ୍ଗ୍ ଓ୍ଵାଟର ବୋତଲର ବ୍ୟବସାୟ ରହିଛି। ଏହାର ୩କୋଟିରୁ ଅଧିକ ରୋଜିଷ୍ଟର୍ଡ ବ୍ୟବହାରକାରୀ ଅଛନ୍ତି।

ଏଠାରେ କହି ରଖୁଛି କି, ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍ କପରେସନ୍ (ଆଇଆର୍ସିଟିସି) ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି। ଏହି ଅଫର ଜରିଆରେ irctc.co.in କିମ୍ବା ଆଇଆରସିଟିସି ଆପ୍ରେ ଟିକେଟ କାଟିଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହିତ ୧୦୦ଟଙ୍କା ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନ୍ରେ ମିଳିବ।

ଆଇଆରସିଟିସି େଓ୍ଵବସାଇଟ irctc.co.in କିମ୍ବା ତାହାର ଆପ୍ରେ ଟିକେଟ ବୁକ୍ କରିବା ପରେ ପେଟିଏମ୍ ଓ ମୋବିଉଇକ୍ରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ। ଆଇଆରସିଟିସିରେ ମୋବିଉଇକ୍ର ଆପ୍ରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ମିଳିଥାଏ। ସେହିପରି ପେଟିଏମ୍, ଫ୍ଲିପ୍କାର୍ଟ ଫୋନ୍ପେ ଜରିଆରେ ପୈଠ କଲେ ୧୦୦ଟଙ୍କା ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍ ମିଳିବ।