ଝିଅର ଭୁଲ୍ ପାଇଁ ବାପା ନିଲମ୍ବିତ

46

ବଜାରରେ ଆଇଫୋନ୍-ଏକ୍ସ ଆସିବା ପୂର୍ବରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଇଫୋନ୍-ଏକ୍ସର ଏହି ଭିଡିଓ ଆସିବାପରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି । ଆପୋଲ କମ୍ପାନି ଏହି ଭିଡିଓର ଯାଞ୍ଚ କରିବା ପରେ ଜାଣିବାକୁ ପାଇଲା କି, ତାଙ୍କର ଜଣେ କର୍ମଚାରୀଙ୍କ କନ୍ୟା ଏହି ଭିଡିଓ ପୋଷ୍ଟ କରିଥିଲେ । ଏହାପରେ କମ୍ପାନି ତାଙ୍କର ସେହି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆଇଫୋନ୍-ଏକ୍ସ ଭିଡିଓକୁ ଏହି ଚଳିତ ସପ୍ତାହରେ ହିଁ ପୋଷ୍ଟ କରାଯାଇଥିଲା । ଭାଇରାଲ ହୋଇଥିବା ଭିଡିଓକୁ ବ୍ରୁକ୍ ଏମିଲିୟା ପିଟରସନ୍ ଆପୋଲ କ୍ୟାମ୍ପସରେ ନିଜର ଟ୍ରିପର ସୁଟିଂ କରିଥିଲେ । ଭିଡିଓରେ ଝିଅ ସହିତ ଆପୋଲର କର୍ମଚାରୀ ନଜର ଆସିଥିଲେ । ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ହାତରେ ଆଇଫୋନ୍-ଏକ୍ସ ଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଆଇଫୋନ୍-ଏକ୍ସ ସହିତ ଯୋଡ଼ି ହୋଇଥିବା ଅନେକ ସୂଚନା ବି ରହିଛି । ଆଇଫୋନ୍-ଏକ୍ସ ଫୁଟେଜରେ କ୍ୟୁଆର କୋଡସ୍ ଲାଗିଛି । ଏହି କୋଡସ କେବଳ ଆପୋଲର କର୍ମଚାରୀମାନେ ହିଁ ବ୍ୟବହାର କରିଥାଆନ୍ତି ।

ଏହି ଭିଡିଓ ସାମ୍ନାକୁ ଆସିବାପରେ କର୍ମଚାରୀ ନିଜର ଭୁଲ ସ୍ୱୀକାର କରିଛନ୍ତି । କମ୍ପାନି ନିୟମ ଅନୁଯାୟୀ, କୌଣସି ବି କର୍ମଚାରୀ ଏଭଳି କାମ କରିବାର ଅନୁମତି ନାହିଁ । ଯେଉଁମାନେ ଏହି ନିୟମରୁ ନମାନନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।