ଇଂଟରନେଟର ବେଗକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜାଣନ୍ତୁ କେଉଁ ସମୟରେ ସବୁଠୁ ସ୍ଲୋ ଓ ଅଧିକ ରହେ ଇଂଟରନେଟର ବେଗ

306

ଇଂଟରନେଟ ଜରିଆରେ ଆପଣମାନେ ସବୁ କାମ କରିଥାନ୍ତି । ଅଫିସଠୁ ଆରମ୍ଭ କରି ମନୋରଂଜନର ଖୋରାକ ଯୋଗାଇଥାଏ ଏହି ଇଟଂରନେଟ । ହେଲେ କଣ ଆପଣ ଜାଣନ୍ତି କେଉଁ ସୟରେ ଏହାର ସ୍ପିଡ ଅଧିକ ରୁହେ । ବେଳେବେଳେ ଏମିତି ବି ହୋଇଥାଏ ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବସିଥାଉ ହେଲେ ଇଂଟରନେଟ ସ୍ପିଡ କମ ହେତୁ ଆମକୁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ ।

ଏକ ସର୍ଭେରୁ ଜଣାପଡିଛି ଏହା ସକାଳ ୪ଟା ରୁ ୫ ଟା ମଧ୍ୟରେ ଏହାର ସବୁଠାରୁ ଅଧିକ ବେଗ ରହିଥାଏ । ସେହିପରି ରାତି ୧୦ଟାରେ ଏହାର ସ୍ପିଡ କମିଥାଏ । ଭୋର ୪ ଟାରେ ଏହା ୧୬.୮ ଏମବିପିଏସରେ ଡାଉନଲୋଡ ହେଉଥିବା ବେଳେ ରାତି ୧୦ଟାରେ ଏହା କମିଯାଇ ୩ ଦଶମିକ ୭ ଏମବିପିଏସ ସ୍ପିଡରେ ଡାଉନଲୋଡ ହୁଏ । ଭିନ୍ନ ଭିନ୍ନ ରାଜ୍ୟରେ ବି ଏହାର ବେଗ କମ ରହୁଛି । ହାଇଦ୍ରାବାଦ ,ଚେହ୍ନାଇ ମୁମ୍ବାଇ ଓ କୋଲକତାରେ ଇଂଟନେଟର ବେଗ ଭଲ ରହିଥାଏ ।

କିନ୍ତୁ କାନପୁର, ପାଟନା ଲକ୍ଷ୍ନୌ ଓ ଜୟପୁର ଭଳି ସହରରେ ଏହାର ହାରାହାରି ବେଗ କମ ରହିଥାଏ । ଭୋର ୪ ଟାରୁ ୫ ଭିତରେ ଆପଣ ଯଦି ଆପଣ କୌଣସି ସିନେମା ଡାଉନଲୋଡ କରିବାକୁ ଚାହୁଁଛନ୍ତି ତେବେ ଏହା ଖୁବ୍ ଶ୍ରୀଘ୍ର ହୋଇପାରିବ । କିନ୍ତୁ ଯଦି ସଂଧ୍ୟା ବେଳେ କିମ୍ବା ରାତିରେ ଏହାକୁ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତେବେ ଦେଢ ଘଂଟାରୁ ଦୁଇ ଘଂଟା ଆପଣଙ୍କୁ ସମୟ ଲାଗିଯିବ ।