ମାତ୍ର ୯୨ ପଇସା ଖର୍ଚ୍ଚ କଲେ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ! ହେଲେ ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ

51

ଯଦି ଆପଣ ଟ୍ରେନରେ ଟ୍ରାଭେଲ କରୁଛନ୍ତି ତେବେ ଟ୍ରାଭେଲ ଇନସ୍ୟୁରାନ୍ସ କରିବାକୁ ଆଦୌ ଭୁଲନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ । ସବୁଠାରୁ ବଡ କଥା ହେଲା ମାତ୍ର ୯୨ ପଇସାରେ ଆପଣ ଏହି ଇନସ୍ୟୁରାନ୍ସର ଲାଭ ଉଠାଇ ପାରିବେ । ତେବେ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କର କୌଣସି ଜିନିଷର ଆବଶ୍ୟକତା ରହିଛି ସେ ହେଲା ସୂଚନା ଏବଂ ସଚେତନତା ।

ସୂଚନା ମୁତାବକ, ନିକଟରେ ଲଗାତର ଭାବେ ଘଟିଯାଇଥିବା ରେଳ ଦୁର୍ଘଟଣା ଲୋକଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ଏସବୁ ଦୁର୍ଘଟଣାରେ ନା ହିଁ ଖାଲି ଲୋକଙ୍କର ଜୀବନ ଯାଇଛି ତାହା ନୁହେଁ ବରଂ ଅଧିକ ସଂଖ୍ୟକ ଯାତ୍ରୀ ଭନ୍ନକ୍ଷମ ମଧ୍ୟ ହୋଇ ଯାଇଛନ୍ତି । ଯେଉଁଥିପାଇଁ ଏଥିରେ ଲୋକଙ୍କୁ ସାମିଲ କରିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ସାଧାରଣତଃ ଆଇଆରସିଟିସିର ୱେବସାଇଟରେ ଟିକେଟ୍ ବୁକ୍ କରିବା ସମୟରେ ସମସ୍ତ ଡିଟେଲ୍ସ ଦେବା ସମୟରେ ଆଇଆରସିଟିସି ପ୍ୟାସେଂଜର ଟ୍ରାଭେଲ ଇନସ୍ୟୁରାନ୍ସ ସ୍କିମର ଅପସନ ଆପଣା ଛାଏଁ ସିଲେକ୍ଟ ହୋଇଯାଇଥାଏ । ଯଦିଓ ସିଲେକ୍ଟ ନକରିବାର ବିକଳ୍ପ ଉପରେ କ୍ଲିକ୍ କରି ଆପଣ ଏହାକୁ ଗ୍ରହଣ ମଧ୍ୟ ନକରିପାରନ୍ତି ।

ଯଦି କୌଣସି ବ୍ୟକ୍ତି ଏହି ଅପସନଟିକୁ ସିଲେକ୍ଟ କରନ୍ତି ତେବେ ତାଙ୍କ ସହିତ ବାକି ଯାତ୍ରୀଙ୍କୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହେବାକୁ ବାଧ୍ୟ ହେବେ ।

ତେବେ ଟ୍ରେନ ଟ୍ରାଭେଲ ଇନସ୍ୟୁରାନ୍ସ ପାଇଁ ଆପଣଙ୍କୁ ମାତ୍ର ୯୨ ପଇସା ଦେବାକୁ ପଡିବ । ଯେଉଁଥିରେ ସମସ୍ତ ଟାକ୍ସ ମଧ୍ୟ ସାମିଲ ହୋଇଥାଏ । ଏହି ଇନସ୍ୟୁରାନ୍ସ ଟ୍ରେନରେ ବସିବାଠାରୁ ଆରମ୍ଭ କରି ଯାତ୍ରୀ ନିଜର ଗନ୍ତବ୍ୟସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ଭ୍ୟାଲିଡ୍ ହୋଇଥାଏ । ୯୨ ପଇସାର ଏହି ପ୍ରିମିୟମ ଆପଣଙ୍କୁ ଟିକେଟରେ ଯୋଡି ହୋଇଯାଇଥାଏ ଏବଂ ଏଥିରେ କ୍ୟାନସେଲ କିମ୍ବା ରିଫଣ୍ଡର କୌଣସି ବିକଳ୍ପ ଦିଆଯାଇନଥାଏ ।

ଟ୍ରାଭେଲ ଇନସ୍ୟୁରାନ୍ସ ପରିସରରେ ଟ୍ରେନ ଦୁର୍ଘଟଣା, ଆତଙ୍କବାଦୀ ଆକ୍ରମଣ, ଚୋରି, ଲୁଟ୍, ଫାୟେରିଂ ଭଳି ଘଟଣାରେ ମୃତ୍ୟୁ ଘଟିଲେ କିମ୍ବା ଶାରୀରିକ ଅକ୍ଷମତାରୁ ଆରମ୍ଭ କରି ଜିନିଷ ଚୋରି ଆଦି ସବୁକିଛି ଆସିଥାଏ ।

୫ ବର୍ଷରୁ କମ୍ ବର୍ଷ ବୟସର ପିଲା ଏହି ବୀମାର ଅନ୍ତଭୂକ୍ତ ହୋଇପାରିବେ ନାହିଁ । ଏହି ବୀମା ଆଧାରରେ ମୃତ୍ୟୁ ହେବା ଦ୍ୱାରା ୧୦ ଲକ୍ଷ, ସ୍ଥାୟୀ ବିକଳାଙ୍ଗ ହେବା ଦ୍ୱାରା ମଧ୍ୟ ୧୦ ଲକ୍ଷ, ଆଂଶିକ ବିକଳାଙ୍ଗ ହେବାଦ୍ୱାରା ସାଢେ ସାତ ଲକ୍ଷ, ହସ୍ପିଟାଲାଜସେନ ପାଇଁ ୨ ଲକ୍ଷ ଟଙ୍କା ମିଳିବାର ନିୟମ ରହିଛି ।

ତେବେ ବୀମା ନେଇଥିବା ବ୍ୟକ୍ତି କିମ୍ବା ନୋମିନି ନିକଟସ୍ଥ ବୀମା କଂପାନୀର କାର୍ଯ୍ୟାଳୟକୁ ଯାଇ ଦୁର୍ଘଟଣା ଘଟିଥିବା ୪ ମାସ ମଧ୍ୟରେ କ୍ଲେମ କରିପାରିବେ ଆଉ ଏଥିପାଇଁ ଯାହାବି ପ୍ରମାଣପତ୍ର ରହିଥିବ ସେସବୁକି ବି ସାଥିରେ ନେଇ ଯିବାକୁ ହେବ । ତେବେ ଯାଇ ଆପଣଙ୍କୁ କ୍ଷତିପୂରଣ ମିଳିପାରିବ ।