ଆପଣ ବ୍ୟବହାର କରୁଥିବା ସିମ ଉପରେ ବି କଂପାନୀ ଦେଇଥାଏ ମାଗଣା ଇନସ୍ୟୁରାନ୍ସ । ସିମ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ମିଳିବ ଲକ୍ଷାଧିକ ଟଙ୍କା

29

ଯଦି ଆପଣ କଠିନ ପରଶ୍ରମ କରୁଛନ୍ତି ତେବେ ସାଧାରଣତଃ କଥା କି ଆପଣ କାମରୁ ଟିକିଏ ବ୍ରେକ୍ ନେବାକୁ ବି ଚାହୁଁଥିବେ । ଏଥିପାଇଁ ଆପଣ ଭ୍ୟାକେସନ ପ୍ଲାନ ମଧ୍ୟ କରିଥାନ୍ତି । ଧରି ନିଅନ୍ତୁ ଆପଣ ଆପଣଙ୍କର ଟ୍ରିପ ପାଇଁ ଫ୍ଲାଇଟ୍ ଟିକେଟ କରିଛନ୍ତି ଏବଂ ଆପଣଙ୍କର ଫ୍ଲାଇଟ ବି କିଛି ଘଂଟା ପରେ ନିଜ ଗନ୍ତବ୍ୟ ସ୍ଥଳୀରେ ପହଂଚିଯାଇଛି, କିନ୍ତୁ ଆପଣ ଆପଣଙ୍କର ଗନ୍ତବ୍ୟ ସ୍ଥଳରେ ପହଂଚି ଜାଣିବାକୁ ପାଇଲେ କି ଆପଣଙ୍କର ଲଗେଜ ସେଠି ପହଂଚି ନାହିଁ । ତେବେ ଏଭଳି ପରିସ୍ଥିତିରେ କଣ ହେବ ନା ଆପଣ ଇଚ୍ଛା କରିଥିବା ସବୁ ଆଶାରେ ପାଣି ପଡିଯାଇଥାଏ । ଏଭଳି ଅନୁଭବ କେବଳ ମନକୁ କଷ୍ଟଦେଲା ଭଳି ହିଁ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ପାଖରେ କିଛି ସୂଚନା ରହିଥିବ ତେବେ ଆପଣଙ୍କର ଏହି ଦୁଃଖ କିଛି ମାତ୍ରାରେ କମ ହୋଇପାରେ ।

ଆପଣ ଜାଣି ରଖିବା ଉଚିତ କି ଆପଣଙ୍କର ଏୟାର ଟିକେଟ୍ ସହିତ ବି କିଛି ଇନସ୍ୟୁରାନ୍ସ କଭର ଆପଣଙ୍କୁ ଉପଲବ୍ଧ କରାଯାଇଥାଏ । ଏଭଳି ପ୍ରକାରର ଇନସ୍ୟୁରାନ୍ସ କଭର ଏୟାରଲାଇନ ଯାତ୍ରୀଙ୍କ ଜିନିଷପତ୍ର ହଜିଗଲେ ଦାୟୀ ରହିବେ । ତେବେ ଆଜି ଆମେ ଏଭଳି କିଛି ଇନସ୍ୟୁରାନ୍ସ ସଂପର୍କରେ ଜଣାଇବୁ ଯାହା ସଂପର୍କରେ ଆପଣ ଜାଣି ରଖିବା ନିହାତି ଜରୁରୀ ଅଟେ…

ଏଲପିଜି ସିଲିଣ୍ଡର ଉପରେ ମିଳିଥାଏ ୫୦ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା

ଗ୍ୟାସ ସିଲିଣ୍ଡର ମୋଟ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିଥାଏ । ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କୁ ଏହି ବୀମା ସୁବିଧା ମିଳିଥାଏ । ପଞ୍ଜୀକୃତ ହୋଇଥିବା ଘରେ ଗ୍ୟାସ ଦୁର୍ଘଟଣା ହେଲେ ଏହି ବୀମା ସୁବିଧା ମିଳିଥାଏ । ଏହି ବୀମା ସୁବିଧାର ଲାଭ ପରିବାରର ସମସ୍ତ ସଦସ୍ୟଙ୍କୁ ମିଳିଥାଏ । ଏହାଛଡ଼ା ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକ କ୍ଷତିପୂରଣ ପାଇଁ ଅଦାଲତର ଆଶ୍ରୟ ନେଇପାରିବେ । ଅଦାଲତରେ ଗ୍ୟାସ ଦୁର୍ଘଟଣାରେ ଆହତ କିମ୍ବା ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବୟସ, ଦରମା ଓ ଅନ୍ୟାନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯିବ ତାହା ସ୍ଥିର କରିଥାନ୍ତି ।

ବ୍ୟାଙ୍କ ଡିପୋଜିଟ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣ ବ୍ୟାଙ୍କରେ ଜମା ରଖିଥିବା ଟଙ୍କା ଉପରେ ବି ଇନସ୍ୟୁରାନ୍ସ ହୋଇଥାଏ । ଯାହାର କଭର ସାଇଜ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଯଦିଓ ଏହା କେବେ କେବେ ବରାବର ହୋଇଥାଏ । କିନ୍ତୁ କଥାରେ ଅଛି କିଛି ନମିଳିବା ଅପକ୍ଷେ କିଛି ମିଳିବା ଭଲ । ଆପଣ ଙ୍କୁ ସେହି ସମୟରେ ଆଶ୍ୱସ୍ତି ମିଳିପାରିବ , ଯେତେବେଳେ ଆପଣ ବ୍ୟାଙ୍କ ଡିଫଲ୍ଟ କରିଥାନ୍ତି ଏବଂ ଆପଣଙ୍କ ବ୍ୟାଙ୍କରେ ଜମା ରାଶିର ୧ ଲକ୍ଷ ଟଙ୍କାର ବୀମା ମାଗଣାରେ ଉପଲବ୍ଧ ହୋଇଥାଏ । ଅର୍ଥାତ୍ ବ୍ୟାଙ୍କର ସେଭିଂ ଆକାଉଂଟ, ଫିକ୍ସ ଆକାଉଂଟ, କରେଂଟ ଆକାଉଂଟ ଏବଂ ରେକରିଂ ଆକାଉଂଟର ଡିପୋଜିଟ ଏହାର ପରିସରଭୁକ୍ତ । ଏହି ଇନସ୍ୟୁରାନ୍ସ କଭର, ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଂଟି କର୍ପୋରେସନ ଅଟେ । ଯାହା କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ହିଁ ଏକ ସହାୟକ କଂପାନୀ ତରଫରୁ ମିଳିଥାଏ ।

ମୋବାଇଲ ଫୋନ

ଆପଣ ବ୍ୟବହାର କରୁଥିବା ମୋବାଇଲ ଫୋନ ଉପରେ ମଧ୍ୟ ଇନସ୍ୟୁରାନ ରାଶି ମିଳିଥାଏ । ଏହି ବୀମାରାଶିର ସାଇଜ୍ ଫୋନର ମଡେଲ ଉପରେ ହିଁ ନିର୍ଭର କରିଥାଏ । ଏହାର ଅନ୍ତର୍ଗତ ବୀମା କଂପାନୀ ଖୁଚୁରା ବ୍ୟବସାୟୀଙ୍କ ଜରିଆରେ ସ୍ମାର୍ଟଫୋନ ପାଇଁ ଗ୍ରୁପ ବୀମାରାଶି ପ୍ରଦାନ କରିଥାଏ । ତେବେ ଏହି ବୀମାରାଶି ଟାଟା ଏଆଇଜି ସିମ ବୀମା ପ୍ରଦାନ କରିଥାଏ ,ଯେଉଥିରେ ସିମ ହଜିଗଲେ କିମ୍ବା ଚୋରି ହୋଇଗଲେ କିମ୍ବା କୌଣସି ଦୁରୁପୋଯୋଗ ବିରୋଧରେ ବୀମାରାଶି ପ୍ରଦାନ କରାଯାଇଥାଏ । ଏଭଳି ପରିସ୍ଥିତିରେ କଂପାନୀ ତରଫରୁ କ୍ଷତିପୂରଣ ମଧ୍ୟ ମିଳିଥାଏ ।

କଂପାନୀ ଡିପୋଜିଟ ଉପରେ ବି ମିଳିଥାଏ ମାଗଣା ବୀମାରାଶି

ଆପଣ ଜାଣିରଖିବା ଉଚିତ କି, କଂପାନୀ ଡିପୋଜିଟ ଉପରେ ବି ମାଗଣାରେ ଇନସ୍ୟୁରାନ୍ସ କଭରର ସୁବିଧା ମିଳିଥାଏ । ଯାହାକି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । କଂପାନୀ ଆକ୍ଟ ୨୦୧୩ ଅନୁସାରେ ଏହା ୧ ଅପ୍ରିଲ ୨୦୧୪ରୁ ହିଁ କାର୍ଯ୍ୟକାରୀ ହୋଇସାରିଛି । କଂପାନୀମାନଙ୍କୁ କର୍ପୋରେଟ୍ ଜମା ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତର ବୀମାରାଶି କିଣିବାକୁ ପଡିଥାଏ । ଏଭଳି ନହେବା ପରିସ୍ଥିତିରେ ସେମାନଙ୍କ ଉପରେ ଜରିମାନା ବି ଲାଗୁ କରାଯାଇପାରେ ।