କୌଣସି ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି କି? ତେବେ ତୁରନ୍ତୁ କରନ୍ତୁ ଏହି କାମ , ନଚେତ୍ ଅସୁବିଧାରେ ପଡିପାରନ୍ତି ଆପଣ

57

ଯେତେବେଳେ ବି ଆମେ କୌଣସି ସ୍ଥାନକୁ ଚାକିରି ପାଇଁ ଯାଉଛନ୍ତି ସେତେବେଳେ ସର୍ବପ୍ରଥମ ଆମ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଥାଏ କି ଦରମା କେତେ ମିଳିବ । ପାଠପାଢା ଶେଷ ହେବା ପରେ ଓ ଚାକିରି ମିଳିବା ପରେ ଯୁବା ପ୍ରଥମ ଦରମା ପାଇବା କ୍ଷଣି ଖୁସିରେ ପାଗଳ ହୋଇଯାଆନ୍ତି । ଅଧିକାଂଶ ସମୟରେ ସେମାନେ ବିନା କିଛି ବୁଝି ଶୁଝି ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିପକାନ୍ତି । କିନ୍ତୁ ସେମାନେ ଟିକିଏ ବି ଭାବି ନଥାନ୍ତି କି, ଯେଉଁ ଟଙ୍କାକୁ ସେମାନେ ବିନା କରାଣରେ ବରବାଦ କରୁଛନ୍ତି ତାହା ଠିକ୍ କି ନୁହେଁ । ଯଦି ଆପଣ କୌଣସି ଘରୋଇ ସଂସ୍ଥାରେ କାମ କରୁଛନ୍ତି ଆଉ ଯଦି ଆପଣ ଭାବୁଛନ୍ତି କି ଆପଣଙ୍କ ଚାକିରି ସୁରକ୍ଷିତ ତେବେ ଏଭଳି ଚିନ୍ତାଧାରା ଆପଣଙ୍କ ପୂରା ପୂରି ଭୁଲ । କାରଣ ଯଦି କଂପାନୀ ଆପଣଙ୍କୁ ଅଚାନକ ଚାକିରି ଛାଡିବାକୁ ଏକ ନୋଟିସ ପଠାଇଦିଏ ତେବେ ଏହି ସମୟରେ ଆପଣ କଣ କରିବେ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଜଣାଇବୁ ୪ଟି କାମ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କ ଅସୁବିଧା ସମୟରେ ନିଶ୍ଚୟ କାମରେ ଆସିପାରେ ।

ସାଲାରୀ ବ୍ୟାକଅପ ପ୍ରସ୍ତୁତ କରନ୍ତୁ

ଯଦି ଆପଣ କୌଣସି ପ୍ରାଇଭେଟ୍ ସଂସ୍ଥାରେ ଚାକିରି କରିଛନ୍ତି ତେବେ ସର୍ବ ପ୍ରଥମେ ଧ୍ୟାନ ରଖିବେ କି, ଯଦି ଆପଣଙ୍କ ଚାକିରି କେବେ ଚାଲି ଯାଏ ତେବେ ନୂଆ ଚାକିରି ପାଇବାକୁ କେତେ ସମୟ ଲାଗିବ । ତେଣୁ ଏଥିପାଇଁ ଆପଣଙ୍କୁ ୪ରୁ ୬ ମାସ ଚଳିବା ପାଇଁ ଟଙ୍କା ସଂଚୟ କରିବାକୁ ହେବ ।

ଫ୍ୟାମିଲି ପାଇଁ ପ୍ଲାନ କରନ୍ତୁ

ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦ୍ୱିତୀୟ ସବୁଠାରୁ ଜରୁରୀ ଷ୍ଟେପ ହେଉଛି ଟର୍ମ ଇନସ୍ୟୁରାନ୍ସ । ଆପଣଙ୍କର କିଛି ହୋଇଗଲେ ଆପଣଙ୍କ ପରିବାର ଲୋକଙ୍କର କଣ ହେବ । ଆପଣଙ୍କର ସ୍ତ୍ରୀ ପିଲା ଚଳିବେ କିପରି ? କିପରି ପାଠପଢିବେ ? ଏହାକୁ ଦୃଷ୍ଟିରେ ରଖି ଚାକିରିଆମାନେ କୌଣସି ନା କୌଣସି ଟର୍ମ ପ୍ଲାନ କରିବା ଜରୁରୀ ଅଟେ ।

ପିପିଏଫରୁ ଫଣ୍ଡ କରନ୍ତୁ

ପିପିଏଫ ଅର୍ଥାତ୍ ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ ଏକ ସରକାରୀ ଯୋଜନା ଅଟେ । ଏଥିରେ ଏକ ସମୟରେ ପରେ ଟଙ୍କା ଦ୍ରୁତ ଗତିରେ ବୃଦ୍ଧି ବି ପାଇପାରେ । ଏହି ଖାତାକୁ ଆପଣ କୌଣସି ବି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖୋଲି ପାରିବେ । ଏଥିରେ ମିଳୁଥିବା ସୁଧ ଦର ୭.୬ ପ୍ରତିଶତ ପ୍ରତି ତ୍ରୟୋମାସିକରେ ରିଭାଇଜ ହୋଇଥାଏ । ଏଥିରେ ଆପଣ କେବଳ ୧୫ ବର୍ଷ ପର୍ଯ୍ୟନ୍ତ ହିଁ ଟଙ୍କା ଜମା କରିପାରିବେ ।

ମେଡିକାଲ ଇନସ୍ୟୁରାନ୍ସ କରନ୍ତୁ

ଆଜିକାଲି ବଡ ବଡ ମେଡିକାଲରେ ଚିକିତ୍ସା କରିବା କୌଣସି ସହଜ କଥା ନୁହେଁ । ମେଡିକ୍ଲେମ ପଲିସି ଏକ ଏଭଳି ଇନଷ୍ଟ୍ରୁମେଟ, ଯାହାକି କମ ରୋଜଗାର କରୁଥିବା ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ମଧ୍ୟ ନାମୀଦାମୀ ମେଡିକାଲରେ ଚିକିତ୍ସା କରିବାର ସୁବିଧା ଉପଲବ୍ଧ କରାଇଥାଏ । ଯଦି ଆପଣଙ୍କୁ କଂପାନୀ ତରଫରୁ ମେଡିକ୍ଲେମ ମିଳେ ତେବେ ତାକୁ ଥରକ ପାଇଁ ହେଲେ ରିନ୍ୟୁ ନିଶ୍ଚୟ କରି ଦିଅନ୍ତୁ ।