ରୋଷେଇଶାଳରେ ମହଙ୍ଗା ମାଡ । ପୁଣି ବଢିଲା ଗ୍ୟାସ୍ ଦର । ଏଣିକି ସିଲିଣ୍ଡର ପିଛା ଦେବାକୁ ପଡିବ ଏତିକି ଟଙ୍କା

ଚଳିତ ମାସ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଦାମରେ ବୃଦ୍ଧି କରାଯାଇଛି

454

ପୁଣି ମହଙ୍ଗା ହେଲା ଘରୋଇ ରୋଷେଇ ଗ୍ୟାସ୍ । ଏଲପିଜି ଡିଲରମାନଙ୍କର କମିଶନ ବଢାଯିବା ପରେ ଏବେ ଘରେ ଘରେ ପହଂଚୁଥିବା ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ଏହି ବୃଦ୍ଧି ହୋଇଛି । ତେବେ ଏଲପିଜି ଦାମରେ ୨ ଟଙ୍କା ପ୍ରତି ସିଲିଣ୍ଡରର ଦାମର ବୃଦ୍ଧି କରାଯାଇଛି । ସାର୍ବଜନୀକ କ୍ଷେତ୍ରର ଖୁଚୁରା ଇନ୍ଧନ କଂପାନୀମାନଙ୍କର ଦର ଅଧିସୂଚନା ଅନୁସାରେ ୧୪.୨ କେଜିର ସବସିଡି ବାଲା ଏଲପିଜି ସିଲିଣ୍ଡରର ଦିଲ୍ଲୀରେ ଦାମ ୫୦୭.୪୨ ଟଙ୍କା ହେବ ଯାହାକି ପୂର୍ବରୁ ୫୦୫.୩୪ କୋଟି ଟଙ୍କା ଥିଲା ।

ଏହା ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରାଳୟ ଡିଲର କମିଶନ ବଢାଇବାର ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିରେ ମନ୍ତ୍ରାଳୟ ସ୍ପଷ୍ଟ ଭାବରେ କହିଛି କି, ୧୪.୨ କିଲୋ ଏବଂ ୫ କିଲୋ ସିଲଣ୍ଡର ଉପରେ ଘରୋଇ ଏଲପିଜି ବିତରକମାନଙ୍କର କମିଶନ ଗତଥର ସେପ୍ଟମ୍ବର ୨୦୧୭ରେ କ୍ରମଶଃ: ୪୮.୮୯ ଟଙ୍କା ତଥା ୨୪.୨୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବୋଲି ।

ତେବେ ଚଳିତ ମାସ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଦାମରେ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ନଭେମ୍ବର ପହିଲାରେ ମୂଳ ଦାମ ଉପରେ କର କାରଣରୁ ପ୍ରତି ସିଲିଣ୍ଡର ୨.୮୪ ଟଙ୍କାର ବୃଦ୍ଧି କରାଯାଇଛି । ଜୁନରୁ ଏଲପିଜି ସିଲିଣ୍ଡରର ଦାମ ପ୍ରତି ମାସ ବୃଦ୍ଧି ପାଇଛି । ଏହାର କାରଣ ହେଲା ଉଚ୍ଚା ଦରରେ ଜିଏସଟି ସହ ମୋଟା ମୋଟି ଦର ୧୬.୨୧ ଟଙ୍କା ବଢାଇ ଦିଆଯାଇଛି ।