ଆସିଲା ଇଂଟରଆକ୍ଟିଭ ଏଟିଏମ କାର୍ଡ: ସ୍ୱାଇପ୍ ନୁହେଁ ବରଂ ସୁଇଚ୍ ଟିପିବା କ୍ଷଣି ହେବ ସବୁ କାମ, ଏଟିଏମରୁ ମନ ମୁତାବକ ବାଛି ପାରିବେ ନୋଟ୍

କାର୍ଡରେ ଲାଗିଛି ବ୍ୟାଟେରୀ ଏବଂ ବଟନ

193

ଡିଜିଟାଲାଇଜେସନ ହେଉଛି ସାରା ଭାରତ । ଦିନକୁ ଦିନ ଡିଜିଟାଲ ବ୍ୟାଙ୍କିଂ ଆଗକୁ ଅଗ୍ରସର ହେଉଛି ଦେଶ । ଆଉ ଏମାନଙ୍କ ମଧ୍ୟରେ ଆଗ ଧାଡିରେ ରହିଛି ବ୍ୟାଙ୍କ । ଅଧିକାଂଶ ବ୍ୟାଙ୍କ ଏଥିପାଇଁ ନିଜର ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ବି ଲଗାତର ଭାବରେ ନୂଆ ନୂଆ ଫିଚର୍ସ ଯୋଡୁଛନ୍ତି, ଯାହାଦ୍ୱାରା କାର୍ଡ ବ୍ୟବହାର କରିବାରେ ଯେଭଳି ଗ୍ରାହକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ । ସେହିପରି ଦେଶର କିଛି ଘରୋଇ ବ୍ୟାଙ୍କ ଏବେ କାର୍ଡରେ ବହୁତ ସାରା ୟୁନିକ୍ ଫିଚର୍ସ ମଧ୍ୟ ଯୋଡୁଛନ୍ତି, ଯାହା ଅନ୍ୟ ବ୍ୟାଙ୍କମାନଙ୍କର କାର୍ଡରେ ନାହିଁ ।

ଇତି ମଧ୍ୟରେ ଲଂଚ ହୋଇଛି ଦେଶର ପ୍ରଥମ ଇଂଟରଆକ୍ଟିଭ କ୍ରେଡିଟ କାର୍ଡ । ଯାହାଦ୍ୱାରା ଏଟିଏମ କାର୍ଡକୁ ପଏଂଟ ଅଫ୍ ସେଲ୍ ତଥା ପିଓଏସ ମେସିନରେ ଆଉ ସ୍ୱାଇପି କରିବାକୁ ପଡିବ ନାହିଁ ।

କାର୍ଡରେ ଲାଗିଛି ବ୍ୟାଟେରୀ ଏବଂ ବଟନ

ପ୍ରାଇଭେଟ ସେକ୍ଟର ପ୍ରମୁଖ ବ୍ୟାଙ୍କଗୁଡିକରେ ଗଣା IndusInd Bank ନିକଟରେ ପ୍ରଥମ ଏଭଳି କ୍ରେଡିଟ କାର୍ଡ ଲଂଚ କରିଛି, ଯାହା ବ୍ୟାଟେରୀ ଦ୍ୱାରା ଚାଲିବ । ଏହା ଏଥିପାଇଁ କାହିଁକି ନା ଏହି କାର୍ଡରେ ଅନେକ ସାରା ବଟନ ଲଗାଯାଇଛି, ଯାହାଦ୍ୱାରା ଅନେକ ଗୁଡିଏ କାମ ଏକାବେଳକେ ସାରା କାମ ହୋଇଯିବ । ଏହି କାର୍ଡ ଜରିଆରେ ଲୋକଙ୍କ ପାଇଁ ସପିଂ କରିବା ବହୁତ ସହଜ ହୋଇଯିବ ।

କାର୍ଡରେ ରହିଛି ବହୁତ ଫିଚର୍ସ

ଏହି କାର୍ଡରେ ସପିଂ ପାଇଁ ୩ ପ୍ରକାରର ପେମେଂଟ ଅପସନ ଦିଆଯାଇଛଇ । ବ୍ୟାଙ୍କ ମାଷ୍ଟରକାର୍ଡକୁ ପେମେଂଟ ଗେଟୱେ ଉପରେ ଲଂଚ କରିଛି । ଗ୍ରାହକ ସପିଂ ପରେ ପିଓଏସ ମେସିନରେ କ୍ରେଡିଟ ଜରିଆରେ, ରିୱାର୍ଡ ପଏଂଟ ଜରିଆରେ କିମ୍ବା ପୁଣି ଇଏମଆଇ ଉପରେ ଜିନିଷ କିଣିପାରିବେ । ଏଥିପାଇଁ ଗ୍ରାହକଙ୍କୁ କାର୍ଡରେ ଥିବା କିଛି ବଟନ ଦବାଇବାକୁ ହେବ । ଯଦି ଗ୍ରାହକ ଇଏମଆଇରେ ଜିନିଷ କିଣନ୍ତି ତେବେ ୬,୧୨,୧୮ କିମ୍ବା ୨୪ ମାସରେ ପେମେଂଟ କରିବାର ଅପସନ ମିଳିବ । କାର୍ଡରେ ଏଲଇଡି ଲାଇଟ୍ସ ମଧ୍ୟ ଲଗାଯାଇଛି , ଯାହା ବଟନ ଦବାଇବା କ୍ଷଣି ହିଁ ଅନ ହୋଇଯିବ ।

ମିଳିବ ବହୁତ ସାରା ଅଫର

ଏହାଛଡା ଗ୍ରାହକଙ୍କୁ କାର୍ଡ ବ୍ୟବହାର କରିବା ଉପରେ ବହୁତ ସାରା ଅଫର ମିଳିବ । ପେଟ୍ରାଲ ଭରିବା ଉପରେ କୌଣସି ଚାର୍ଜ ଲାଗିିବ ନାହିଁ, ସେହିପରି ସିନେମା ଟିକେଟ ବୁକିଂ, ଏୟାରପୋର୍ଟ ଉପରେ ଲାଉନଜ ଆକ୍ସେସ ବି ମିଳିବ । ଗ୍ରାହକଙ୍କୁ କୌଣସି ବି ପ୍ରକାରର ପେପରୱାର୍କ କିମ୍ବା ପୁଣି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ଦରକାର ପଡିବନି ।

ଗୋଟିଏ କାର୍ଡରେ ଉଭୟ ଡେବିଟ-କ୍ରେଡିଟର ସୁବିଧା

ଦେଶରେ ପ୍ରଥମ ଥର ଏକ କାର୍ଡ ଲଂଚ ହୋଇଛି, ଯାହାର ବ୍ୟବହାର ଲୋକେ ଉଭୟ ଡେବିଟ ଏବଂ କ୍ରେଡିଟ୍ ଦୁଇ ପ୍ରକାରରେ କରିପାରିବେ । ଏହାର ଫାଇଦା ସପିଂ ପାଇଁ କ୍ରେଡିଟ କାର୍ଡ ଏବ ଂ ଟଙ୍କା ଉଠାଇବା ପାଇଁ ଡେବିଟ୍ କାର୍ଡ ବ୍ୟବହାର ଉପରେ ମିଲିବ ।

ସେହିପରି ଏହି କାର୍ଡରେ ଦୁଇଟି ଇଏମବି ଚିପ ଦିଆଯାଇଛି । ଏଥି ସତିହ ହିଁ କାର୍ଡରେ ଦୁଇଟି ମାଗନେଟିକଷ୍ଟ୍ରିପ ମଧ୍ୟ ଲଗାଯାଇଛି । ତେବେ ଗ୍ରାହକଙ୍କୁ ଦୁଇଟି ଯାକ କାର୍ଡର ପ୍ରୟୋଗ କରିବା ଉପରେ ହିଁ ଷ୍ଟେଟମେଂଟ ମିଳିବ । ସେହିପରି ଗ୍ରାହକଙ୍କୁ ରିୱାର୍ଡ ପଏଂଟ ବି ଏକାସାଥିରେ ମିଳିବ ।

ଏଟିଏମରୁ ମିଳିବ ଏହି ସୁବିଧା

IndusInd Bank ଏଟିଏମରୁ ଗ୍ରାହକଙ୍କୁ ଟଙ୍କା ଉଠାଇବା ସମୟରେ କରେନ୍ସି ନୋଟ ଚୟନ କରିବାକୁ ବିକଳ୍ପ ମିଳିବ । ଗ୍ରାହକ ୧୦୦, ୨୦୦, ୫୦୦ ଏବଂ ୨ ହଜାର ଟଙ୍କିଆ ନୋଟର ବିକଳ୍ପ ବାଛି ପାରିବେ । ଏବଂ ମନ ମୁତାବକ ଟଙ୍କା ବାହାର କରିପାରିବେ । ତେବେ ଏହି ସୁବିଧା ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରେ ଗ୍ରାହକଙ୍କୁ ମିଳିବ ନାହିଁ ।