ଦେବାଳିଆ ଅବସ୍ଥାରେ ଭାରତର ଏହି ବଡ ବ୍ୟାଙ୍କ ! କୌଣସି ବି ମୁହୂର୍ତ୍ତରେ ହୋଇପାରେ ବନ୍ଦ

32

‘ଆପେକ୍ସ ବ୍ୟାଙ୍କ’ ପରିସରରେ ଆସୁଥିବା ବିଭିନ୍ନ ଜିଲ୍ଲାର ସରକାରୀ ବ୍ୟାଙ୍କ କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ । ଭାରତୀୟ ରିର୍ଜଭ ବ୍ୟାଙ୍କର ଶସ୍ତା ଯୋଜନା କାରଣରୁ ଏହି ବ୍ୟାଙ୍କଗୁଡିକର ନିଦ ଏବେ ଏକପ୍ରକାରେ ହଜି ଯାଇଛି ।

ଏଠାରେ ଆମେ କହି ରଖୁଛୁ କି ଏ ହେଉଛି ସେହି ବ୍ୟାଙ୍କ ଯିଏ କି ଚାଷୀଙ୍କୁ ଲଗାତର ଭାବେ ବିଭିନ୍ନ ପ୍ରକାରର ଲୋନ୍ ବାଟିଂଥିଲା । କିନ୍ତୁ ସେଗୁଡିକୁ ଆଦାୟ କରିବାରେ ଫେଲ୍ ମାରିଛି । ଯେଉଁଥିପାଇଁ ଏହି ବ୍ୟାଙ୍କଗୁଡିକ ଏବେ ଦେବାଳିଆ ଅବସ୍ଥାରେ ପହଂଚିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ବ୍ୟାଙ୍କଗୁଡିକ ଏଯାବତ୍ ପାଖାପାଖି ୧ ହଜାର କୋଟି ଟଙ୍କାର ଲୋନ୍ ଆଦାୟ କରିବାରେ ଅସମର୍ଥ ହୋଇଛନ୍ତି । ଏହାବ୍ୟତୀତ ଚାଷୀମାନେ ମଧ୍ୟ ଏହି ଲୋନକୁ ପରିଶୋଧ କରିବାକୁ ଚାହୁଁ ନାହାଁନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବ୍ୟାଙ୍କଗୁଡିକ ନିଜର ବିଭିନ୍ନ ଶାଖାଗୁଡିକକୁ ସେଠାକାର ପ୍ରଶାସନଙ୍କ ସାହାର୍ଯ୍ୟ ନେଇ ଦେଇଥିବା ଲୋନକୁ ଖୁବ୍ ଶସ୍ତାରେ ଆଦାୟ କରିବାକୁ ପ୍ରୟାସ କରୁଛି ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ କାହିଁକି ଏହି ସମସ୍ତ ବ୍ୟାଙ୍କ ବନ୍ଦ ହୋଇଯିବ ? ତେବେ ସୂଚନା ମୁତାବକ ଏହି ଶ୍ରେଣୀର ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଏମାନେ ନିଜର ସିଆରଏଆର ୯ ପ୍ରତିଶତରୁ ଅଧିକ କରିପାରିବେ ନାହିଁ । ନଚେତ୍ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦିଆଯାଇପାରେ ।